Categories: ସ୍ପେଶାଲ

କୁତୁକୁତୁ କରିବା ଦ୍ୱାରା କାହିଁକି ଲାଗିଥାଏ ହସ, କଣ ଜାଣିଛନ୍ତି କି ଆପଣ ଏହା ପଛର ରହସ୍ୟ

କଣ ଆପଣ କେବେ ଭାବିଛନ୍ତି ଯେ ଆମକୁ ଯେତେବେଳେ କେହି କୁତୁକୁତୁ କରେ ସେହି ସମୟରେ ହସ କାହିଁକି ଲାଗେ । କେବଳ ଏତିକି ନୁହେଁ ବେଳେବେଳେ ଯଦି ଆପଣ କାହାର ଶରୀରକୁ ହାଲକା ଭାବେ ଛୁଇଁ ଦିଅନ୍ତି ତାଙ୍କୁ କୁତୁକୁତୁ ଲାଗିଥାଏ ଏବଂ ସେ ଜୋର୍ ଜୋର୍ ସେ ହସିବାକୁ ଲାଗିଥାନ୍ତି । ଆଉ କିଛିଲୋକଙ୍କୁ କୁତୁକୁତୁର ଇସାରା କରିବା ମାତ୍ରେ ହିଁ ସେମାନେ ହସିଥାନ୍ତି । ତେବେ କଣ ଆପଣ ଜାଣିବାକୁ ଚାଁହୁଛନ୍ତି ଯେ ପ୍ରକୃତରେ ଏହା ପଛରେ କାରଣ କଣ ରହିଛି । ଯେଉଁଥିପାଇଁ ସାମାନ୍ୟ ଏକ ସ୍ପର୍ଶରେ ଆମେ ଏତେ ଜୋର ଜୋରସେ ହସିବାକୁ ଲାଗିଥାଉ । ତାହେଲେ ଆସନ୍ତୁ ଜାଣିବା ଏହା ପଛର କାରଣ ।

ପ୍ରକୃତରେ କୁତୁକୁତୁରେ ସ୍କିନ ଏବଂ ଟଚିଙ୍ଗ ଉପରେ ରହିଥାଏ ସମସ୍ତ କଥା । ସ୍କିନର ସବୁଠାରୁ ଉପର ଅଂଶକୁ ଏପିଡର୍ମିସ କୁହାଯାଇଥାଏ ଯାହାକି ଶରୀରର ଅନେକ ଶିରାପ୍ରଶିରା ସହ ଯୋଡି ହୋଇ ରହିଥାଏ । ଯେତେବେଳେ ଏହାକୁ କେହି ସ୍ପର୍ଶ କରିଥାଏ ସେହି ସମୟରେ ଏହା ମସ୍ତିଷ୍କର ଦୁଇଟି ଅଂଶ ସହ ଯୋଡି ହୋଇଯାଇଥାଏ । ପ୍ରଥମଟି ସ୍ପର୍ଶତା ଅନୁଭବ କରିବା ଏବଂ ଦ୍ୱିତୀୟଟି ଖୁସି କରବା ସହିତ ସଂଯୋଗ ହୋଇଥାଏ । ମଣିଷକୁ ସବୁଠାରୁ ଅଧିକ କୁତୁକୁତୁ ପାଦ ଏବଂ ପେଟରେ ଲାଗିଥାଏ କାରଣ ଶରୀରର ଏହି ଅଂଶରେ ଚର୍ମ ଅଧିକ ଓ ହାଡ଼ କମ ରହିଥାଏ ।

ଏହାସହ ପଢନ୍ତୁ ଭାଇରଲ ହେଉଛି ଭିନ୍ନ ପ୍ରକାରର ୱେଡିଙ୍ଗକାର୍ଡ, ଯାହାକୁ ପଢିଲେ ଆପଣଙ୍କ ମୁଣ୍ଡ ମଧ୍ୟ ହୋଇଯିବ ଖରାପ

ବେଳେବେଳେ ଆପଣ ଦେଖିଥିବେ ଯେ ଯେତେବେଳେ ଆମେ ନିଜେ ନିଜକୁ କୁତୁକୁତୁ କରିଥାଉ ସେତେବେଳେ ଆମକୁ କିଛି ଅନୁଭବ ହୋଇନଥାଏ । ଏହା ଏଥିପାଇଁ ହୋଇଥାଏ କାରଣ ଯେତେବେଳେ ଅନ୍ୟକେହି ଆମକୁ କୁତୁକୁତୁ କରେ ସେତେବେଳେ ଏହା ଆମପାଇଁ ସରପ୍ରାଇଜ ହୋଇଥାଏ ଓ ଆମେ ନିଜେ ନିଜକୁ ବିସ୍ମିତ କରିପାରିବା ନାହିଁ ସେଥିପାଇଁ ଆମକୁ ହସ ଲାଗିନଥାଏ । ଏହାର ଅର୍ଥ କୁତୁକୁତୁରେ ସରପ୍ରାଇଜ ଫ୍ୟାକ୍ଟରର ମଧ୍ୟ ଭୂମିକା ରହିଥାଏ ।

ଆମ ଶରୀରରେ କୁତୁକୁତୁ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ହେଉଛି ନିସମେସିସ ଏବଂ ଅନ୍ୟଟି ଗାର୍ଗାଲେସିସ । ଯଦିଓ ବୈଜ୍ଞାନିକ ମାନେ ବହୁ ପୂର୍ବରୁ ଗବେଷଣା ମାଧ୍ୟମରେ କୁତୁକୁତୁର ଏହି ଦୁଇ ପ୍ରକ୍ରିୟା ବିଷୟରେ ଜାଣିବାକୁ ପାଇଥିଲେ । ନିସମେସିସରେ ଯେତେବେଳେ କେହି ଆମ ଶରୀରକୁ ହାଲକା ଭାବେ ଛୁଇଁ ଦେଇଥାଏ ସେତେବେଳେ ଏହାର ସନ୍ଦେଶ ଆମର ଏପିଡର୍ମିସ ଓ ମସ୍ତିଷ୍କକୁ ପଠାଇଥାଏ ଏବଂ ସେଥିପାଇଁ ଆମକୁ ହସ ଲାଗିଥାଏ । ଗାର୍ଗାଲେସିସରେ ମଣିଷର ପେଟ କିମ୍ବା ବେକକୁ ଛୁଇଁବା ଦ୍ୱାରା ସେ ହସିବାକୁ ଲାଗିଥାଏ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

17 seconds ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

8 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

14 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

23 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

25 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

32 mins ago