ସ୍ପେଶାଲ

ଟାଇଟନିକ ବୁଡିବାକୁ ବିତିଛି ୧୧୧ ବର୍ଷ, ଆସନ୍ତୁ ଜାଣିବା ଏହାର ଖାଦ୍ୟ ମେନ୍ୟୁରେ କଣ ରହିଥିଲା

କେନ୍ୟୁଜ୍‌(ବ୍ୟୁରୋ): ଟାଇଟନିକ ବୁଡ଼ିବାର ବିତିଛି ୧୦୦ରୁ ଅଧିକ ବର୍ଷ । ଚଳିତ ଏପ୍ରିଲ ୧୫ ତାରିଖରେ ଏହାକୁ ୧୧୧ ବର୍ଷ ପୁରିଛି । ସବୁବେଳେ କିନ୍ତୁ ଲୋକଙ୍କ ଏହି ବିଶାଳ ଜାହାଜ ବାବଦରେ ଜାଣିବାର ଜିଜ୍ଞାସା ରହିଛି । ବିଭିନ୍ନ ସମୟରେ ଏହି ଜାହାଜକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ୧୯୧୨ରେ ଘଟିଥିବା ସେହି ଲୋମ ହର୍ଷଣକାରୀ ଘଟଣା ପ୍ରାୟ ସମସ୍ତଙ୍କ ମାନସପଟରେ ରହିଛି । ୨ଘଣ୍ଟା ୪୦ମିନିଟ ସମୟ ଭିତରେ ଡୁବି ଯାଇଥିଲା ଉତ୍ତର ଆଟଲାଣ୍ଟିକ ମହାସାଗର ବକ୍ଷରେ । ଯେଉଁଥିରେ ପ୍ରାୟ ୧୪୯୦ରୁ ୧୬୩୫ ଲୋକ ପ୍ରାଣ ହରାଇଥିଲେ । ଏହାସହ ଲୋକେ ଏହି ଜାହାଜ ବାବଦରେ ନୂଆ ନୂଆ କଥା ଜାଣିବାକୁ ସବୁବେଳେ ପସନ୍ଦ କରିଥାନ୍ତି ।

ଟେଷ୍ଟ ଏଟଲସ ନାମକ ଇନଷ୍ଟାଗ୍ରାମ ପେଜ୍‌ରେ ଜାହାଜର ବିଭିନ୍ନ କାଟାଗୋରୀ ତଥା କ୍ଲାସରେ ପରସା ଯାଉଥିବା ଖାଦ୍ୟର ଫଟୋକୁ ସେୟାର କରାଯାଇଛି । ଖାଦ୍ୟର ମେନ୍ୟୁର ଫଟୋ ଏହି ଇନଷ୍ଟା ପେଜ୍‌ରେ ସେୟାର କରାଯାଇଛି । ଚିକେନ କରିଠୁ ଆରମ୍ଭ କରି ବେକ୍ଡ ଫିସ୍‌, ସ୍ପ୍ରିଙ୍ଗ ଲେମ୍ବଠୁ ମଟନ । ଏହାସହ ରୋଷ୍ଟ ଟର୍କୀଠୁ ପୁଡିଂ ପର୍ଯ୍ୟନ୍ତ ଟାଇଟନିକର ଯାତ୍ରୀଙ୍କୁ ପରସା ଯାଉଥିଲା । ଟାଇଟନିକ ନିଜ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରସି ଦେଉଥିଲା । ଏପରିକି ମିଠା ମଧ୍ୟ ଟାଇଟନିକ ମେନ୍ୟୁରେ ରହିଥିଲା । ଟାଇଟନିକ ବୁଡ଼ିବା ଦିନ ରାତିରେ ସେକେଣ୍ଡ କ୍ଲାସ ଯାତ୍ରୀଙ୍କୁ ହଲଓ୍ଵା ପରସା ଯାଇଥିଲା । କ୍ଲାସ ଅନୁଯାୟୀ ମେନ୍ୟୁରେ ଫରକ ମଧ୍ୟ ରହିଥିଲା ।

ଫାଷ୍ଟକ୍ଲାସର ଯାତ୍ରୀଙ୍କ ପାଇଁ ଦାବଦରେ କିଛି କମ ନଥିଲା । ବ୍ରିଲ, କର୍ଣ୍ଣ ବ୍ରିଫ, ଭେଜିଟେବଲ୍ସ, ପକୋଡ଼ି, ଗ୍ରିଲ୍ଡ ମଟନ ଚପ, କଷ୍ଟାର୍ଡ ବୁଡିଂ ଓ ପନିରର ଅନେକ ପ୍ରକାରର ଆଇଟମ ପରସା ଯାଇଥିଲା । ଥାର୍ଡକ୍ଲାସ ଯାତ୍ରୀଙ୍କ ପାଇଁ କିନ୍ତୁ ଜଳଖିଆ ଓ ରାତିର ଖାଇବା ପାଇଁ ଲିମିଟେଡ ଆଇଟମ ରହିଥିଲା । ଯେଉଁଥିରେ କେବଳ ଦଳିଆ ଓ କ୍ଷୀର ରହିଥିଲା । ଏହାସହ ସ୍ମୋକ୍ଡ ହେରିଂଗ, ମେସ୍ଡ ପୋଟାଟୋ, ହେମ ଓ ଅଣ୍ଡା, ବ୍ରେଡ ଓ ଚିଜ୍‌ ରହିଥିଲା । ଯେ କୌଣସି ବର୍ଗର ଯାତ୍ରୀ ହୁଅନ୍ତୁ ସମସ୍ତଙ୍କ ଖାଇବା କିନ୍ତୁ ଉଚ୍ଚ ମାନର ରହିଥିଲା ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

16 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

25 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

41 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago