ଇତିହାସ ଆଇନାରେ ୧୯ ଜୁଲାଇ : ଜାଣନ୍ତୁ ବିଶ୍ବ ଏବଂ ଭାରତରେ ଆଜିର ଦିନରେ କଣ ଘଟିଥିଲା

୧୫୧୦ : ଇରାନରେ ୩୮ ଇହୁଦୀଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା ।
୧୫୫୩ : ୧୫ ବର୍ଷୀୟା ଲେଡି ଜୈନ୍ ଗ୍ରେଙ୍କୁ ୯ ଦିନ ପରେ ଇଂଲଣ୍ଡର ମହାରାଣୀ ରୂପରେ ଅପଦସ୍ଥ କରାଯାଇଥିଲା ।
୧୭୦୨ : କିଙ୍ଗ୍ ଚାର୍ଲସଙ୍କ ନେତୃତ୍ୱରେ ସ୍ବିଡେନର ସେନା ଚେକ୍ ଗଣରାଜ୍ୟର କ୍ରେକୋବ୍ ସହରରେ କବଜା କରିଥିଲା ।
୧୭୬୩ : କଟୱା ଯୁଦ୍ଧରେ ବଙ୍ଗାଳର ନବାବ ମୀର୍ କାସିମଙ୍କୁ ପରାଜିତ କରିଥିଲା ବ୍ରିଟିଶ୍ ସେନା ।
୧୮୨୭ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ଆରମ୍ଭ କରିଥିବା କ୍ରାନ୍ତିକାରୀ ମଙ୍ଗଳ ପାଣ୍ଡେଙ୍କ ଜନ୍ମ ହୋଇଥିଲା ।
୧୮୭୦ : ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଫ୍ରାନ୍ସ
୧୯୦୦ : ଫ୍ରାନ୍ସର ରାଜଧାନୀ ପାରସରେ ପ୍ରଥମ ମେଟ୍ରୋ ରେଲ୍ ଚାଲିଥିଲା । ଦୁନିଆର ପ୍ରଥମ ସେବା ଲଣ୍ଡନରେ ଆରମ୍ଭ ହୋଇସାରିଥିଲା ।
୧୯୨୬ : ଫ୍ରାନ୍ସରେ ଏଡୱର୍ଡ ହେରିଏଟଙ୍କ ନେତୃତ୍ୱରେ ଦ୍ବିତୀୟ ଥର ସରକାର ବନିଥିଲା ।
୧୯୩୮ : ବଗ୍ଦଗ୍ଧକ୍ସକ୍ଟକ୍ଟ୍ରଷଚ୍ଚଗ୍ଦସମସଗ୍ଦଗ୍ଧ. ଆଷ୍ଟ୍ରୋ ଜୟନ୍ତ ନାର୍ଲିକରଙ୍କ ଜନ୍ମ ହୋଇଥିଲା ।
୧୯୪୧ : ବ୍ରିଟେନର ପ୍ରଧାନମନ୍ତ୍ରୀ ବିଷ୍ଟନ୍ ଚର୍ଚ୍ଚିଲ ବି ଫୋର୍ ଭିକ୍ଟ୍ରି ଅଭିଯାନ ଆରମ୍ଭ କରିଥିଲେ ।
୧୯୪୩ : ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ସହଯୋଗୀ ସେନା ରୋମରେ ଆକ୍ରମଣ କରିଥିଲେ ।
୧୯୬୧ : ପ୍ରଥମ ଥର ପାଇଁ ବିମାନରେ ସିନେମା ପ୍ରଦର୍ଶନ କରାଯାଇଥିଲା ।
୧୯୬୪ : ରୋମର ୧୪ରୁ ୧୦ ଜିଲ୍ଲାରେ ୬ ଦିନ ଯାଏ ନିଆଁ ଲାଗିରହିଥିଲା । ଯେଉଁଥିରେ ୩ଟି ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଥିଲା ।
୧୯୬୫ : ଦକ୍ଷିଣ କୋରିଆର ପ୍ରଥମ ରାଷ୍ଟ୍ରପତି ସିଗମନ୍ ରୀଙ୍କ ନିର୍ବାସନ ସମୟରେ ନିଧନ ହୋଇଯାଇଥିଲା ।
୧୯୬୭ : ଚନ୍ଦ୍ରମାରେ ପ୍ରବେଶ କରିବା ପାଇଁ ଏକ୍ସଫ୍ଲୋରର -୩୫ ଲଂଚ୍ କରିଥିଲା ଆମେରିକା ।
୧୯୬୯ : ଭାରତ ସରକାର ଦେଶର ୧୪ ବଡ ବ୍ୟାଙ୍କଗୁଡିକର ରାଷ୍ଟ୍ରିୟକରଣ କରିବା ପାଇଁ ନିଷ୍ପତି ନେଇଥିଲେ ।
୧୯୭୪ : ଭାରତୀୟ କ୍ରାନ୍ତିକାରୀ ଉଧମ ସିଂହଙ୍କ ଅସ୍ଥି ଲଣ୍ଡନରୁ ନୂଆଦିଲ୍ଲୀ ଅଣାଯାଇଥିଲା ।
୨୦୦୩ : ରୁଷର ଅନ୍ତରୀକ୍ଷ ଯାତ୍ରୀ ୟୁରୀ ମାଲେ ଥାଙ୍କୋ ଅନ୍ତରୀକ୍ଷରେ ବିବାହ କରିବାରେ ପ୍ରଥମ ବ୍ୟକ୍ତି ବନିଥିଲେ ।