ମୃତ୍ୟୁର ଠିକ୍‌ ପୂର୍ବରୁ କ’ଣ କହିଥାନ୍ତି ଲୋକେ? ଭିଡିଓ ସେୟାର କରି ନର୍ସ ବଖାଣିଲେ ଅଙ୍ଗେନିଭା କଥା

ମୃତ୍ୟୁ ଚିରନ୍ତନ ସତ୍ୟ। ଜୀବନ ଅଛି ମାନେ ମୃତ୍ୟୁ ବି ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ କଥା ଭାବିବା ମାତ୍ରେ ଡରିଯାଆନ୍ତି। ଭୟ କରିଯାଆନ୍ତି ମରଣ କଥା ଶୁଣି। ମୃତ୍ୟୁକୁ ସେମାନେ ସତ ବୋଲି ତ ଜାଣନ୍ତି ମାତ୍ର ଏହି ସତକୁ ସାମ୍ନା କରିବାକୁ ତାଙ୍କ ପାଖରେ ଶକ୍ତି ନଥାଏ। କାରଣ ଆମ ସମସ୍ତଙ୍କ ଧାରଣା ରହିଛି ପିଣ୍ଡରୁ ପ୍ରାଣ ଛାଡ଼ିବା ବେଳେ ଖୁବ୍‌ କଷ୍ଟ ହୁଏ। ଏହି ଅସହ୍ୟ ଯନ୍ତ୍ରଣାକୁ ସହ୍ୟ କହିବାକୁ କେହି ବି ଇଚ୍ଛା କରିନଥାନ୍ତି। ମୃତ୍ୟୁକୁ ଭୟ କରିବାର ଆଉ ଏକ କାରଣ ହେଉଛି ପରିଜନଙ୍କୁ ଛାଡ଼ିଯିବା, ଯାହା କେହି ଚାହିଁନଥାନ୍ତି।

ପୁରାଣର କିଛି କଥା ବି ମୃତ୍ୟୁର ଭୟକୁ ଆହୁରି ବଢ଼ାଇଦିଏ। କର୍ମ ଅନୁସାରେ ଫଳ ମିଳିବା କଥାକୁ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ନର୍କ ଭୋଗ କରିବା ଭୟରେ ବି ମରଣକୁ ଡରନ୍ତି। କିନ୍ତୁ ପ୍ରକୃତରେ ମୃତ୍ୟୁ ପରେ କ’ଣ ହୁଏ, ତାହା କେହି ଜାଣନ୍ତି ନାହିଁ। ସତରେ କ’ଣ ମରିବା ବେଳେ ଯନ୍ତ୍ରଣା ହୁଏ! ପିଣ୍ଡରୁ ପ୍ରାଣ ଛାଡ଼ିବା ବେଳେ କଷ୍ଟ ଶୀର୍ଷରେ ପହଞ୍ଚେ! ଏହି ପ୍ରଶ୍ନ ଆମ ସମସ୍ତଙ୍କ ମନରେ ରହିଛି। ନିକଟରେ ଜଣେ ଆମେରିକୀୟ ନର୍ସ ଏ ବିଷୟରେ ଖୁଲାସା କରିଛନ୍ତି। ମୃତ୍ୟୁ ବେଳେ ବ୍ୟକ୍ତି କଣ ଅନୁଭବ କରେ ଓ ତା’ର ଶେଷ ଶବ୍ଦ କ’ଣ ଥାଏ ସେ ସମ୍ପର୍କରେ ନର୍ସ କହିଛନ୍ତି। ଏହି ନର୍ସଙ୍କ ନାଁ ଜୁଲି ଓ ସେ ପ୍ରାୟ ୧୪ ବର୍ଷ ହେଲାଣି ନର୍ସ ଭାବେ କାମ କରୁଛନ୍ତି।

julie
Image Credit: India.com

ଟିକ୍‌ଟକ୍‌ରେ ଏକ ଭିଡିଓ ସେୟାର କରି ନର୍ସ ଜୁଲି ମୃତ୍ୟୁ ବିଷୟରେ କିଛି ଏମିତି କଥା ସେୟାର କରିଛନ୍ତି, ଯାହା ଶୁଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ। ଜୁଲି କହିଛନ୍ତି, ଏହା ତାଙ୍କ ଅଙ୍ଗେନିଭା ତଥା ସତ କଥ। ମୃତ୍ୟୁ ପୂର୍ବରୁ ରୋଗୀଙ୍କ ଠାରେ ଏସବୁ ଲକ୍ଷଣ ସେ ନିଜ ଆଖିରେ ଦେଖିଛନ୍ତି ବୋଲି ଭିଡିଓରେ କହିଛନ୍ତି ଜୁଲି। ନିଜ ଟିକଟକ୍‌ରେ ଜୁଲି ଏହି ଅନୁଭୂତି ବଖାଣିଛନ୍ତି। ଜୁଲିଙ୍କ ଟିକ୍‌ଟକରେ ଏବେ ୩,୭୨,୪୦୦ ଫଲୋୟର୍ସ ଅଛନ୍ତି।

 

View this post on Instagram

 

A post shared by Julie (@hospicenursejulie)

ତେବେ ନର୍ସ ଜୁଲିଙ୍କ କହିବାନୁସାରେ, ଯେତେବେଳେ ଜଣେ ମୃତ୍ୟୁର ଅତି ନିକଟତର ଥାଏ ସେତେବେଳେ ତାଙ୍କ ନିଃଶ୍ୱାସ ନେବା ଶୈଳୀରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ସେମାନେ ସାଧାରଣ ଲୋକଙ୍କ ଭଳି ନିଃଶ୍ୱାସ ପ୍ରଶ୍ୱାସ ନେଇପାରିନଥାନ୍ତି। ନିଃଶ୍ୱାସ ନେବା ସମୟରେ ସେମାନଙ୍କୁ ପ୍ରବଳ କଷ୍ଟ ଅନୁଭବ ହୋଇଥାଏ। ଫଳରେ ଶରୀର କ୍ରମେ ଅବଶ ହୋଇଯାଏ। ଏଥିସହ ସେମାନଙ୍କ ଶରୀରର ରଙ୍ଗ ମଧ୍ୟ ବଦଳିଯାଏ। କିଛି ଲୋକଙ୍କୁ ଏହି ସମୟରେ ଜ୍ୱର ମଧ୍ୟ ଆସେ। ସେମାନଙ୍କ ଠାରେ ବାରମ୍ବାର ନିକଟତମ ଲୋକଙ୍କ ନାଁ ନେବା ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳେ। ଅଧିକାଂଶ ଲୋକ ମରିବା ପୂର୍ବରୁ ଆଇ ଲଭ୍‌ ୟୁ କହିଥାନ୍ତି କିମ୍ବା ନିଜ ପରିଜନଙ୍କୁ ଡାକିଥାନ୍ତି, ଯେଉଁମାନେ ସାଧାରଣତଃ ମରିସାରିଥାନ୍ତି।

ଜୁଲି କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ଅଧିକାଂଶ ଲୋକଙ୍କୁ ପୂର୍ବରୁ ମରିସାରିଥିବା ଲୋକଙ୍କ ଛାଇ ମଧ୍ୟ ଦେଖାଯାଉଛି ବୋଲି ସେମାନେ କହିଥାନ୍ତି। ସେମାନେ ମୃତ ସମ୍ପର୍କୀୟଙ୍କୁ ବହୁତ ଜଲ୍‌ଦି ଘରକୁ ଆସୁଛି ବୋଲି ମଧ୍ୟ କହିଥାନ୍ତି ବୋଲି ଜୁଲି କହିଛନ୍ତି। ମୃତ୍ୟୁ ପାଖକୁ ଆସିଲେ ଲୋକଙ୍କୁ ସବୁ ପୂର୍ବ କଥା ମନେ ପଡ଼ିଯାଏ, ଯାହା ସେ ନିଜ ଜୀବନକାଳ ଭିତରେ କରିଛନ୍ତି। ସବୁ ପାପ ପୁଣ୍ୟ, ଭଲ ମନ୍ଦ ତାଙ୍କ ମନରେ କ୍ୟାମେରା ରିଲ୍‌ ଭଳି ଚାଲେ ଓ ହଠାତ୍‌ ପିଣ୍ଡରୁ ପ୍ରାଣ ଚାଲିଯାଏ। ଏହା ଏକ ଅଦ୍ଭୁତ ସମୟ। ଏମିତି ଅନେକ ଘଟଣା ସେ ଦୀର୍ଘ ୧୪ ବର୍ଷ ହେଲାଣି ଦେଖୁଛନ୍ତି ବୋଲି କହିଛନ୍ତି ଜୁଲି। ଏସବୁ ତାଙ୍କ ଅଙ୍ଗେନିଭା କଥା ଓ ନିଚ୍ଛକ ସତ ବୋଲି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଏହି ନର୍ସ ଜଣକ।

Leave A Reply

Your email address will not be published.