ଜାଣନ୍ତୁ ପରମାଣୁ ବୋମା ଅପେକ୍ଷା ବ୍ରହ୍ମାସ୍ତ୍ର ଅଧିକ ବିନାଶକାରୀ ଥିଲା, କାହା ପାଖରେ ଅଛି ଚଲାଇବାର ଅଧିକାର

ଏଇ ନିକଟରେ ରିଲିଜ୍‌ ହୋଇଥିବା ‘ବ୍ରହ୍ମାସ୍ତ୍ର’ ଫିଲ୍ମ ଆପଣ ହୁଏତ ଦେଖି ସାରିଥିବେ। ଦର୍ଶକ ଏହି ଫିଲ୍ମର VFX କାମକୁ ଖୁବ୍ ପସନ୍ଦ କରିଥିଲେ। ତେବେ ଫିଲ୍ମର କାହାଣୀ ଅନେକ ଲୋକଙ୍କୁ ବୁଝା ପଡ଼ି ନଥିଲା। କିନ୍ତୁ ଏହାର ପାର୍ଟ -୨ ଖୁବ୍ ଭଲ ହେବ ବୋଲି ଆଶା କରାଯାଉଛି। ଅବଶ୍ୟ ଆମେ ଏଠି ବ୍ରହ୍ମାସ୍ତ୍ର ଫିଲ୍ମ ବିଷୟରେ କଥା ହେବାକୁ ଅଧିକ ଆଗ୍ରହୀ ନୋହୁଁ । ଏଇ ବ୍ରହ୍ମାସ୍ତ୍ରଟି କଣ ତାକୁ ନେଇ ଚର୍ଚ୍ଚା କରିବାକୁ ଚାହୁଁଛୁ । ଦର୍ଶକ ବନ୍ଧୁ, ଆପଣ ଜାଣିଛନ୍ତି କି ଏହି ବ୍ରହ୍ମାସ୍ତ୍ରର ପ୍ରକୃତରେ ଅର୍ଥ କଣ, ଏହା କେତେ ଶକ୍ତିଶାଳୀ।

କହିବାକୁ ଗଲେ ବର୍ତ୍ତମାନ ବିଶ୍ୱ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ତାହା ପ୍ରାଚୀନ ଗ୍ରନ୍ଥରୁହିଁ ଆରମ୍ଭ ହୋଇଛି। ଯଦିଓ ଆମେ ପୌରାଣିକ ଫିଲ୍ମ ଓ ସିରିଏଲରେ ସେ ମହାଭାରତ ହେଉ କି ରାମାୟଣ ତାରି କାହାଣୀରେ ଯୋଦ୍ଧାମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଦେଖିଛନ୍ତି । ଏହି ସବୁ ଅସ୍ତ୍ର କିଭଳି ଭାବେ ଚମତ୍କାରୀ ତାକୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ସେସବୁ କାଳ୍ପନିକ ବୋଲି ଆମେ ବୁଝିଥାଉ । ହେଲେ ସେହି କଳ୍ପନାକୁ ବର୍ତ୍ତମାନ ସବୁ ଦେଶ ବାସ୍ତବରେ ପରିଣତ କରି ସାରିଛନ୍ତି । ବିଶ୍ୱର ଅଧିକାଂଶ ଦେଶ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ରହିଛି ଯାହା ଏହି ପୌରାଣିକ ଅସ୍ତ୍ର ଠାରୁ ଆହୁରି ଶକ୍ତିଶଳୀ ବୋଲି କହି ହେବ।

ପୌରାଣିକ ଯୁଗରେ ମନ୍ତ୍ର ବ୍ୟବହାର କରି ଶତ୍ରୁମାନଙ୍କ ଉପରେ ଆକ୍ରମଣ କରାଯାଉଥିଲା। ୠଷି, ମୁନୀ, ଦେବତା ଅବା ରାକ୍ଷସମାନେ ମନ୍ତ୍ର ବଳରେ ଖାଲି ହାତରୁ ବିଭିନ୍ନ ଭୟଙ୍କର ଅସ୍ତ୍ର ସବୁ ନିଜ ଶତ୍ରୁଙ୍କୁ ଉପରେ ପ୍ରୟୋଗ କରୁଥିବା ଆମେ ସିନେମା ଏବଂ ସିରିଏଲରେ ଦେଖିଛନ୍ତି । ଆଉ ବଲିଉଡ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ଆସିବା ପରଠାରୁ ଏହି ବିନାଶକାରୀ ଅସ୍ତ୍ର ବିଷୟରେ ଜାଣିବା ପାଇଁ ଲୋକଙ୍କର ଆଗ୍ରହ ବଢ଼ି ଯାଇଛି ।
ତେବେ ପୌରାଣିକ ଗ୍ରନ୍ଥଠାରୁ ଆରମ୍ଭ କରି ବିଜ୍ଞାନର ଗବେଷଣା ପର୍ଯ୍ୟନ୍ତ ବ୍ରହ୍ମାସ୍ତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ୧୯୪୫ ମସିହାରେ ଆମେରିକାରେ ଟ୍ରିନିଟୀ ଗବେଷଣା କରାଯାଇଥିଲା, ଯେଉଁଥିରେ ମହାଭାରତ ବିଷୟରେ ଲେଖା ଯାଇଥିଲା। ଗବେଷଣାରୁ ଜଣାଯାଏ କି ମହାଭାରତ ଯୁଦ୍ଧରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରାଯାଇଥିଲା । ଏହି ଅସ୍ତ୍ର ପରମାଣୁ ବୋମା ଅପେକ୍ଷା ଅଧିକ ବିନାଶକାରୀ ଥିଲା। ପୌରାଣିକ ଗ୍ରନ୍ଥରେ ବ୍ରହ୍ମାସ୍ତ୍ରକୁ ବିନାଶକାରୀ ଭାବରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାସ୍ତ୍ର ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା। ଯାହା କେବେବି ବ୍ୟର୍ଥ ଯାଏନି ବୋଲି କୁହାଯାଏ । ଠିକ୍‌ ସେହିପରି ବର୍ତ୍ତମାନ ବ୍ରହ୍ମାସ୍ତ୍ର ହେଉଛି ପରମାଣୁ ବୋମା । ଯାହା ନିଜ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ଭ୍ରଷ୍ଟ କରିଦିଏ।
ଏବେ ଜାଣିବା କେଉଁ କାରଣ ପାଇଁ ବ୍ରହ୍ମା ତିଆରି କରିଥିଲେ ଏହି ବ୍ରହ୍ମାସ୍ତ୍ର। ଏହି ଅସ୍ତ୍ର ତିଆରି କରିବା ପଛରେ ତାଙ୍କର ଏକ ବିଶେଷ ଉଦ୍ଦେଶ୍ୟ ଥିଲା। ସେ ଚାହୁଁଥିଲେ ଯେ ବ୍ରହ୍ମାଣ୍ଡର ସମସ୍ତ କାର୍ଯ୍ୟ ନିୟମ ଅନୁଯାୟୀ କରାଯାଉ ଏବଂ ସବୁକିଛି ନିୟନ୍ତ୍ରଣରେ ରହିବା ଉଚିତ୍। ବ୍ରହ୍ମା ଏହି ଉଦ୍ଦେଶ୍ୟରେ ବିନାଶକାରୀ ବ୍ରହ୍ମାସ୍ତ୍ର ସୃଷ୍ଟି କରିଥିଲେ।

ବ୍ରହ୍ମାସ୍ତ୍ର ଅଧିକ ବିପଜ୍ଜନକ ମଧ୍ୟ ଥିଲା। ପୁରାଣରେ ବ୍ରହ୍ମାସ୍ତ୍ରକୁ ଏକ ଅତ୍ୟନ୍ତ ବିପଜ୍ଜନକ ଅସ୍ତ୍ର ଭାବରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାସ୍ତ୍ର ବ୍ୟତୀତ ଅନ୍ୟ ଦୁଇଟି ଅସ୍ତ୍ର ବିଷୟରେ ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି। ସେଗୁଡ଼ିକ ହେଉଛି ବ୍ରହ୍ମାଶୀର୍ଷାସ୍ତ୍ର ଓ ବ୍ରହ୍ମାଣ୍ଡାସ୍ତ୍ର। ବ୍ରହ୍ମା ହିଁ ସେମାନଙ୍କୁ ସୃଷ୍ଟି କରିଥିଲେ। ଏହି ଅସ୍ତ୍ରଶସ୍ତ୍ରର ବ୍ୟବହାର ପୃଥିବୀକୁ ନଷ୍ଟ କରିପାରେ ବୋଲି ବିଶ୍ୱାସ କରାଯାଏ।
ତେବେ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମାସ୍ତ୍ରକୁ ବିଶ୍ୱର ସବୁଠୁ ବିପଜ୍ଜନକ ଅସ୍ତ୍ର ଭାବରେ ବିବେଚନା କରାଯାଏ। ଏହାର ଭୟଙ୍କର ପରିଣାମ କଥା ମଧ୍ୟ ପୁରାଣରେ ଉଲ୍ଲେଖ କରାଯାଇଛି। ଲକ୍ଷ୍ୟକୁ ଧ୍ୱଂସ କରିବା ପାଇଁ ବ୍ରହ୍ମାସ୍ତ୍ର ହେଉଛି ଏକ ଅବ୍ୟଥ ଅସ୍ତ୍ର, ଯାହା କେବଳ ଶତ୍ରୁକୁ ବିନାଶ କରିବା ପାଇଁ ହିଁ ରହିଥାଏ। ଶତ୍ରୁ ଏହାଠାରୁ ରକ୍ଷା ପାଇ ପାରିବେ ନାହିଁ। ଶାସ୍ତ୍ର ଅନୁଯାୟୀ, ବ୍ରହ୍ମାସ୍ତ୍ର ସମ୍ମୁଖରୁ ବଞ୍ଚିବା ସେତିକି ବେଳେ ସମ୍ଭବ ହେବ ଯେତେବେଳେ ଏହା ସାମ୍ନାରୁ ଆଉ ଏକ ବ୍ରହ୍ମାସ୍ତ୍ର ଛଡାଯିବ।
ପୌରାଣିକ ଗ୍ରନ୍ଥ ଅନୁଯାୟୀ ରାମାୟଣ ଏବଂ ମହାଭାରତ ସମୟରେ କେବଳ ଅଳ୍ପ କେତେ ଜଣ ଯୋଦ୍ଧାଙ୍କ ପାଖରେ ବ୍ରହ୍ମାସ୍ତ୍ର ଥିଲା। ରାମାୟଣ କାଳରେ କେବଳ ରାମ ଏବଂ ଲକ୍ଷ୍ମଣ ଏହାକୁ କିପରି ବ୍ୟବହାର କରିବେ ତାହା ଜାଣିଥିଲୋ ଯେତେବେଳେ କି ମହାଭାରତ କାଳରେ ଦ୍ରୋଣାଚାର୍ଯ୍ୟ, ଅଶ୍ୱଥ୍ଥମା, ଭଗବାନ କୃଷ୍ଣ, ଯୁଧିଷ୍ଠିର, କର୍ଣ୍ଣ, ପ୍ରଦ୍ୟୁମ୍ନ ଏବଂ ଅର୍ଜୁନ ଏହାକୁ ପରିଚାଳନା କରିବା ପାଇଁ ଜ୍ଞାନ ପାଇଥିଲେ। ତେବେ ଏହି ଅସ୍ତ୍ର ଖୁବ୍ ଶକ୍ତିଶାଳୀ ଆଉ ମାରାତ୍ମକ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଏମିତିକି ଏହା ପରମାଣୁ ବୋମା ଠାରୁ ଆହୁରି ଅଧିକ ଶକ୍ତିଶାଳୀ ବୋଲି କୁହାଯାଏ । ତେବେ ଏ କଳିଯୁଗରେ ହୁଏତ କାହା ପାଖରେ ଏହି ବ୍ରହ୍ମାସ୍ତ୍ର ଥାଇପାରେ। ସମୟ ଆସିଲେ ସେ କଥା ନିଶ୍ଚିତ ଜଣାପଡିବ। କିନ୍ତୁ ଯଦି ତାହା ପରମାଣୁ କିମ୍ବା ତାଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ ତେବେ ଏ ପୃଥିବୀ ରହିବ ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.