ସ୍ପେଶାଲ

କାହା ବିଷୟରେ ଅଭିଯୋଗ କରିବାକୁ ଥିଲେ କିମ୍ବା ଗାଡି ଚୋରି କି କିଏ ହଜିଗଲେ କେଉଁଠି ଓ କେମିତି କରିବେ ଅଭିଯୋଗ, ଜାଣନ୍ତୁ ଏଫଆଇଆର ପୂରା ପ୍ରୋସେସ୍‌

କୌଣସି ବି ସଙ୍ଗୀନ ଅପରାଧ ବିଷୟରେ ସୂଚନା ପ୍ରାପ୍ତ କରିବା ପାଇଁ ପୋଲିସ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରଲେଖିତ ରିପୋର୍ଟ ହେଉଛି ପ୍ରଥମ ସୂଚନା ରିପୋର୍ଟ ବା ଏଫଆଇଆର। ଏଫଆଇଆର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କାହିଁକିନା ଏହା ଅପରାଧିକ ନ୍ୟାୟର ପ୍ରକ୍ରୀୟାକୁ ଗତି ପ୍ରଦାନ କରିଥାଏ। ଏଫଆଇଆର ବା ଫାଷ୍ଟ ଇନଫରମେସନ ରିପୋର୍ଟକୁ ସାଧାରଣତଃ ପୋଲିସ ଷ୍ଟେସନରେ ରୁଜୁ କରାଯାଇଥାଏ। ଏଫଆଇଆର ରୁଜୁ କରିବାପରେ ସେହି ଅନୁସାରେ ମାମଲାର ତଦନ୍ତ କରେ ପୋଲିସ। ଭାରତୀୟ ଆଇନ ମୁତାବକ ଏଫଆଇଆର ରୁଜୁ କରିବାର ପ୍ରକ୍ରୀୟା ଅପରାଧିକ ପ୍ରକ୍ରୀୟା ସଂହିତା ୧୯୭୩ ଧାରା ୧୫୪ରେ ନିର୍ଦ୍ଧାରିତ କରାଯାଇଛି।

କେମିତି ରୁଜୁ କରନ୍ତି ଏଫଆଇଆର

ଏଫଆଇଆରରେ ଘଟଣାର ତାରିଖ, ସମୟ ଏବଂ ସ୍ଥାନ ଓ ଅପରାଧୀର ପରିଚୟ (ଯଦି ଜାଣିଥିବେ) ସଠିକ ତରିକାରେ ଉଲ୍ଲେଖ କରିବା ଉଚିତ। ଏଥିରେ ଘଟଣାର ସଠିକ ତଥ୍ୟ ଏବଂ ଘଟଣାରେ ସାମିଲ ବ୍ୟକ୍ତିତ୍ୱଙ୍କ ନାମ ଏବଂ ବିବରଣୀ ମଧ୍ୟ ସାମିଲ ହେବା ଉଚିତ। ସାକ୍ଷୀଙ୍କ ନାମ ବି ପୋଲିସକୁ ତାଙ୍କ ଯାଞ୍ଚରେ ସାହାଯ୍ୟ କରିବା ପାଇଁ ଦିଆଯାଏ।

ଦିଲ୍ଲୀରେ ଏଥିପାଇଁ ପୋଲିସ ହେଲ୍ପଲାଇନ ନମ୍ବର ୧୦୦ରେ କଲ୍‌ କରାଯାଇଥାଏ ଏବଂ ଏଫଆଇଆର ରୁଜୁ କରାଯାଇପାରେ। ଏହା ଏକ ରେକର୍ଡେଡ କଲ୍‌ ହୋଇଥାଏ ଏବଂ ଅପରାଧିଙ୍କୁ ରିପୋର୍ଟ କରିବା ପାଇଁ ଏକ ଡକ୍ୟୁମେଣ୍ଟ ରୂପରେ କାର୍ଯ୍ୟ କରିଥାଏ। ଯଦି ଆପଣ ଦସ୍ତାବିଜ୍‌ ଭାବେ ଏହାକୁ ଜମା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ସବୁଠାରୁ ଅଧିକ ଜରୁରୀ ହେଉଛି ଏଫଆଇଆର କରିବା ପୂର୍ବରୁ ଏହାକୁ ଥରେ ପଢ଼ିନେବା ଉଚିତ। ତାପରେ ଯାଇ ପୋଲିସ ପାଖରେ ଜମା କରନ୍ତୁ। ଯାହାପରେ ପୋଲିସ ଆପଣଙ୍କ ଏଫଆଇଆର ଆଧାରରେ ଯାଞ୍ଚକୁ ଆଗକୁ ବଢ଼ାଇବ।

ଜାଣନ୍ତୁ କେମିତି ଏବଂ କେବେ କରିପାରିବେ ଏଫଆଇଆର

  1. ଏଫଆଇଆର ରୁଜୁ କରିବା ପାଇଁ ସବୁବେଳେ ପୋଲିସ ଷ୍ଟେସନ ଯିବା ଜରୁରୀ।
  2. କୌଣସି ବି ଅନଲାଇନ ପ୍ରାଥମିକୀ ରୁଜୁ କରିପାରିବେ।
  3. ଏଥିପାଇଁ ସର୍ବପ୍ରଥମେ ନିଜ ସହର କିମ୍ବା ରାଜ୍ୟର ପୋଲିସ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରାଇବବାକୁ ହୋଇଥାଏ।
  4. ଯଦି ଆମେ ଦିଲ୍ଲୀ ପୋଲିସ ଷ୍ଟେସନ କଥା କହିବା ତାହେଲେ ଆପଣ  www.delhipolice.nic.inରେ ଲଗଇନ କରିପାରିବେ ଏବଂ ତଳକୁ ସ୍କ୍ରୋଲ କରିପାରିବେ।
  5. ଯେଉଁଠି ଆପଣଙ୍କୁ “citizen services” ନାମକ ଏକ ବିକଳ୍ପ ଦେଖାଯିବ,ତାହା ଉପରେ କ୍ଲିକ କରନ୍ତୁ।
  6. ପରବର୍ତ୍ତୀ ପେଜରେ ଆପଣଙ୍କୁ Complaint Lodging, MV theft e-FIR, Theft e-FIR, Economic And Cyber offences, Missing person report, Lost and Found ଭଳି ଅପ୍ସନ ମିଳିବ।
  7. ଆପଣଙ୍କୁ ସମ୍ପଦ୍ଧୀତ ଅପ୍ସନ ଉପରେ କ୍ଲିକ କରିବାକୁ ହେବ।
  8. ପରବର୍ତ୍ତୀ ପେଜରେ ଆପଣଙ୍କୁ ନିଜର ୟୂଜର ଆଇଡି ଏବଂ ଫୋନ ନମ୍ବର ଏଣ୍ଟର କରିବାକୁ ହେବ।
  9. ଯଦି ଆପଣ ପୂର୍ବରୁ ରେଜିଷ୍ଟ୍ରେସନ କରିସାରିଛନ୍ତି କିମ୍ବା ଯଦି ଆପଣ ପଞ୍ଜୀକୃତ କରିନାହାଁନ୍ତି ତାହେଲେ ଆପଣଙ୍କୁ ପ୍ରଥମେ ପଞ୍ଜୀକୃତ କରିବାକୁ ହେବ।
  10. ଉଦାହରଣ ସ୍ୱରୂପ ଆପଣଙ୍କ ମୋଟର ବାହନ ଚୋରି ହେଇଛି ଆଉ ଆପଣ ଆଉ ଆପଣଙ୍କୁ ଏଫଆଇଆର ରୁଜୁ କରିବାର ଅଛି ତାହେଲେ ଏମଭି ଚୋରି ଇ-ଏଫଆଇଆରର ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏହାପରେ ରେଜିଷ୍ଟ୍ରେସନ
  11. ଉପଯୋଗକର୍ତ୍ତା ଉପରେ କ୍ଲିକ କରନ୍ତୁ। ନିଜର ବିବରଣୀ ଭରନ୍ତୁ ଏବଂ ନିଜ ମୋବାଇଲକୁ ଆସିଥିବା ଓଟିପି ସହିତ ଲଗଇନ କରନ୍ତୁ।
  12. ପରବର୍ତ୍ତୀ ପେଜରେ ବାହନ ସହିତ ବାହନର ବିବରଣୀ ଏବଂ ଚୋରୀ କରାଯାଇଥିବା ସମ୍ପତ୍ତି ବିଷୟରେ ଅଭିଯୋଗ ରୁଜୁ କରିବାକୁ ହେବ। ଶେଷରେ ରେଜିଷ୍ଟର ବଟନ ଉପରେ କରିବାକୁ ହେବ ଏବଂ ଆପଣଙ୍କ କାମ ହୋଇଯିବ।
  13. ଏଥିସହିତ ଏଫଆଇଆରର ଗୋଟେ କପି ଆପଣଙ୍କ ରେଜିଷ୍ଟର୍ଡ ଇମେଲ ଆକାଉଣ୍ଟକୁ ପଠାଇ ଦିଆଯିବ।
Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

46 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago