ଶନିଙ୍କ ସାଢ଼େ ସାତ ବର୍ଷ କ’ଣ? ଜାଣନ୍ତୁ ଏହାର ସରଳ ଉପାୟ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି ଶନିଙ୍କ ନାମ ଶୁଣିଲେ ଡରି ଯାଆନ୍ତି। କିନ୍ତୁ ଶନି ସମସ୍ତଙ୍କୁ ହଇରାଣ କରନ୍ତି, ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ଶନିଦେବ ଭଲ କର୍ମ ପାଇଁ ଭଲ ଫଳ ଏବଂ କୁକର୍ମ ପାଇଁ ଖରାପ ଫଳ ଦେଇ ଥାଆନ୍ତି।

ଶନିଙ୍କର ପ୍ରତ୍ୟେକ ପର୍ଯ୍ୟାୟ ଅଢ଼େଇ ବର୍ଷ ହୋଇଥାଏ ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରଭାବିତ ରାଶିଙ୍କୁ ଶନି ମାନସିକ ରୂପେ ହଇରାଣ କରନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଶନିଙ୍କ ସାଢ଼େ ସାତି ବା ସାଢ଼େ ସାତ ବର୍ଷର କିଛି ଉପାୟ। ଆସନ୍ତୁ ଜାଣିବା…

ଶନିଙ୍କ ସାଢ଼େ ସାତ ବର୍ଷ ବର୍ତ୍ତମାନ ୩ ରାଶିରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ କୁମ୍ଭ ରାଶି ଉପରେ, ଯାହା ଆଗାମୀ ସାଢ଼େ ୬ ବର୍ଷ ପର୍ଯ୍ୟନ୍ତ ରହିବ। ଦ୍ୱିତୀୟ ପର୍ଯ୍ୟାୟରେ ମକର ରାଶି ଉପରେ, ଯାହା ସାଢ଼େ ୩ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ଅନ୍ତିମ ପର୍ଯ୍ୟାୟ ଧନୁ ରାଶି ଉପରେ, ଯାହା ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ରହିବ।

ଶନିଙ୍କ ସାଢ଼େ ସାତ ବର୍ଷର ସରଳ ଉପାୟ

-ଶନିଦେବ କର୍ମ ଅନୁସାରେ ଫଳ ଦେଇ ଥାଆନ୍ତି। ଦାନ କରିବା ପୁଣ୍ୟ କର୍ମ ହୋଇଥାଏ। ଏଥିପାଇଁ ଶନିବାର ଦିନ ଲୁହା, ବିରି ଡାଲି, କଳା ରାଶି କିମ୍ବା କଳା ବସ୍ତ୍ର ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି।

-ଶନିବାର ଦିନ ଅଶ୍ୱତ୍‌ଥ ବୃକ୍ଷ ମୂଳେ ଦୀପ ଜଳାନ୍ତୁ ଏବଂ ଶନି ସ୍ତୋତ୍ର ପାଠ କରନ୍ତୁ। ଏଥିରେ ମଧ୍ୟ ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି।

-ଶନିବାର ଦିନ ଶନିଦେବଙ୍କ ମନ୍ଦିର ଯାଆନ୍ତୁ। ସେଠି ସୋରିଷ ତେଲରେ କଳା ରାଶି ଏବଂ ଏକ ଲୁହା କଣ୍ଟା ପକାଇ ଶନିଦେବଙ୍କୁ ଅର୍ପଣ କରନ୍ତୁ।

-ହନୁମାନଙ୍କ ପୂଜା ଏବଂ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମଧ୍ୟ ଶନିଦେବଙ୍କଠାରୁ ଶାନ୍ତି ମିଳିଥାଏ। ଏଥିସହ ଅଶୁଭ ଫଳ ମିଳିବା କମ୍‌ ହୋଇ ଯାଇଥାଏ।

-ଶନିବାର ଦିନ ମାଛ ଏବଂ ପଶୁପକ୍ଷୀଙ୍କୁ ଦାନା ଖୁଆଇବା ଦ୍ୱାରା ଶନିଙ୍କ ପ୍ରଭାବ କମି ଯାଇଥାଏ।

-ପ୍ରତ୍ୟେକ ଦିନ ଯଦି ଆପଣ ଅସହାୟ ଓ ଗରିବ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବେ, ତା’ ହେଲେ ମଧ୍ୟ ଶନିଦେବ ପ୍ରସନ୍ନ ହେବେ।

-ପ୍ରତିଦିନ ସକାଳେ ପକ୍ଷୀମାନଙ୍କୁ ଦାନା ଏବଂ ପାଣି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଶନିଦେବ ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ତାଙ୍କଠାରୁ ଶାନ୍ତି ମିଳି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.