Categories: ସ୍ପେଶାଲ

ଆଜି ଗୁରୁ ଦିବସ, ଜାଣନ୍ତୁ ଏହାର ଐତିହ୍ୟ ଏବଂ ମହତ୍ବ ସମ୍ପର୍କରେ କିଛି ଅଜଣା କଥା

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନ (୫ ସେପ୍ଟେମ୍ବର) ରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ମହାନ ଶିକ୍ଷକ ହେବା ସହ ସ୍ବତନ୍ତ୍ର ଭାରତର ପ୍ରଥମେ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁରୁଙ୍କର ମହତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ। ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ମହାନ ଦାର୍ଶନିକ ଏବଂ ଶିକ୍ଷକ ଥିଲେ। ଏହା ବ୍ୟତୀତ ଶିକ୍ଷା ସହ ସେ ସର୍ବଦା ଯୋଡି ହୋଇ ରହିଥିଲେ।

ଗୁରୁ ଦିବସର ମହତ୍ବ:

ଗୁରୁ ଦିବସ ସମଗ୍ର ଭାରତ ବର୍ଷରେ ପାଳନ କରାଯାଇଥାଏ। ମାତା-ପିତାଙ୍କ ପରେ ଗୁରୁ ହିଁ ସଠିକ୍ ମାର୍ଗ ଦେଖାଇବା ସହ କିପରି ଆଗକୁ ବଢିବା ସହ ସଫଳତା ହାସଲ କରିହେବ ସେ ସମ୍ପର୍କରେ ବୁଝାଇଥାନ୍ତି। ପ୍ରାଚୀନ ଯୁଗରେ ଗୁରୁକୂଳକୁ ଯାଇ ପିଲାମାନେ ଶିକ୍ଷା ପ୍ରାପ୍ତ କରୁଥିଲେ। ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଉଥିଲା। ନୃତ୍ୟ, ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଗୁରୁଙ୍କୁ ସମ୍ମାନିତ କରାଯାଉଥିଲା।

ଗୁରୁ ଦିବସର ଇତିହାସ:

ଛାତ୍ର-ଛାତ୍ରୀମାନଙ୍କୁ ଏକ ଆଦର୍ଶ ନାଗରିକ ରୂପେ ତିଆରି କରିବାରେ ଶିକ୍ଷକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯେତେବେଳେ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କ ସାଙ୍ଗମାନେ ଆୟୋଜନ କରିବା ପାଇଁ କହିଥିଲେ ସେହି ସମୟରେ ସର୍ବପଲ୍ଲୀ ରାଧାକ୍ରିଷ୍ଣ କହିଥିଲେ ତୁମେ ସବୁ ମୋ ଜନ୍ମଦିନ ପାଳନ କରିବା ପାଇଁ ଚାହୁଁଛ ଏହା ସବୁଠାରୁ ଖୁସିର କଥା କିନ୍ତୁ ଏହି ଦିନକୁ ଯଦି ଆମେମାନେ ଶିକ୍ଷା କ୍ଷେତ୍ରରେ ଯୋଗଦାନ, ସମର୍ପଣ ଏବଂ ଶିକ୍ଷକମାନଙ୍କ ପରିଶ୍ରମକୁ ସମ୍ମାନିତ କରି ତାଙ୍କ ଉଦ୍ଦେଶ୍ୟରେ ପାଳନ କରିବା ତେବେ ମୁଁ ଆହୁରି ଖୁସି ହେବି। ତାଙ୍କର ଏହି ଇଛାକୁ ଧ୍ୟାନରେ ରଖି ୧୯୬୨ ମସିହାରୁ ସେପ୍ଟେମ୍ବର ମାସ ୫ ତାରିଖ ଦିନ ସମଗ୍ର ଭାରତ ବର୍ଷରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ।

ଏହାସହ ପଢନ୍ତୁ: ଦୁନିଆର ଏକମାତ୍ର ଓକିଲ, ଯିଏକି ସଂସ୍କୃତ ଭାଷାରେ ଲଢ଼ୁଛନ୍ତି କେସ୍‌

ଜାଣନ୍ତୁ ୫ ସେପ୍ଟେମ୍ବରରେ କାହିଁକି ପାଳନ କରାଯାଇଥାଏ ଗୁରୁଦିବସ:

୧୯୫୪ ମସିହାରେ ଶିକ୍ଷା ଏବଂ ରାଜନୀତିରେ ନିଜର ଯୋଗଦାନ ପାଇଁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ଭାରତ ସମ୍ମାନରେ ସମ୍ମାନିତ କରଯାଇଥିଲା। ସେ ଜଣେ ମହାନ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଲେଖକ ଥିଲେ। ସେ ରାଜନୀତିରେ ଅସୀମ ହେବା ପରେ ହିଁ ନିଜେ ନିଜକୁ ଶିକ୍ଷକ ରୂପେ ଗ୍ରହଣ କରିଥିଲେ। ଏହିକାରଣରୁ ୫ ସେପ୍ଟେମ୍ବର ତାଙ୍କ ଜନ୍ମଦିନକୁ ହିଁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

14 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago