କ’ଣ ଥିଲା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅମୂଲ୍ୟ ବିଚାରର ଅମୂଲ୍ୟ ଚିନ୍ତାଧାରା

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ ମଧ୍ୟ ଅକ୍ଟୋବର ୨ ତାରିଖରେ ପାଳନ କରାଯାଉଛି। ଚଳିତ ବର୍ଷ ଗାନ୍ଧିଜୀଙ୍କର ୧୫୦ ତମ ଜନ୍ମଦିନ ପାଳନ ହେବାକୁ ରହିଥିବା ବେଳେ ଶାସ୍ତ୍ରୀଙ୍କର ୧୧୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତୃତ୍ୱ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ମନରେ ରହିଥିବେ। ଏଭଳି ବିନମ୍ରତା ରଖିଥିବା ବ୍ୟକ୍ତିତ୍ୱ ଆଜିପର୍ଯ୍ୟନ୍ତ ଏପରି କେହି ବି ପ୍ରଧାନମନ୍ତ୍ରୀ ନାହାନ୍ତି। ୧୯୦୪ ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମ ଗ୍ରହଣ କରିଥିଲେ। ଛୋଟ ବେଳରୁ ତାଙ୍କ ଜୀବନ ସଂଘର୍ଷରେ ବିତିଥିଲା। ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଲାଲା ବାହାଦୂର ଶାସ୍ତ୍ରୀ ଭାରତକୁ ସ୍ୱତନ୍ତ୍ରତା ଦେବା ପାଇଁ ଲଢିଥିଲେ।

97

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅଦ୍ୱିତୀୟ ପ୍ରତିଭା ତାଙ୍କୁ ଆଣିଦେଇଥିଲା ଅଭୂତ ପରିଚୟ। ସେ ଗାନ୍ଧିଙ୍କ ବିଚାର ଏବଂ ଜୀବନଶୈଳୀ ତାଙ୍କୁ ପ୍ରେରଣା ଯୋଗାଉଥିଲା। ଶାସ୍ତ୍ରୀଙ୍କ ବିଚାର ଆଜିପର୍ଯ୍ୟନ୍ତ ଦେଶର ପ୍ରତିଟି ନାଗରିକ ମନରେ ରହିଛି। ସମସ୍ତେ ତାଙ୍କ ପ୍ରଦର୍ଶିତ ବାଟରେ ଚାଲିବାକୁ ଚେଷ୍ଟା କରୁଛନ୍ତି। ଶାସ୍ତ୍ରୀଙ୍କର ମୁଖ୍ୟ ବିଚାର, ଯାହା ଦେଶ ସ୍ୱାଧୀନ ହେବା ପାଇଁ ବେଶ ସହାୟକ ହୋଇଥିଲା।

54

– ଦେଶର ଉନ୍ନତି କରିବାକୁ ଚାହୁଁଥିଲେ, ପରସ୍ପର ଭିତରେ ଲଢିବା ଅପେକ୍ଷା ଦାରିଦ୍ରତା, ରୋଗ ଏବଂ ଅଜ୍ଞାନତା ବିରୋଧରେ ଲଢିବା ଶିଖ।

– ଯଦି ଆମ ଦେଶରେ କୌଣସି ବ୍ୟକ୍ତିକୁ ଅଛୁଆଁ ବୋଲି କୁହାଯାଏ, ତେବେ ଭାରତର ଗର୍ବକୁ ତଳେ ପକାଇ ଥାଏ।

– ଆମେ ନିଜ ପାଇଁ ନୁହେ, ବରଂ ସମଗ୍ର ବିଶ୍ୱରେ ଶାନ୍ତି, ବିକାଶ ଏବଂ କଲ୍ୟାଣରେ ବିଶ୍ୱାସ ରଖିବା ଉଚିତ।

– ଆମ ଏକତା ହିଁ ଆମର ଶକ୍ତିକୁ ମଜଭୂତ କରିଥାଏ।

– ଆଇନର ସମ୍ମାନ କରିବା ଉଚିତ। ଆମ ଲୋକତନ୍ତ୍ରର ପ୍ରତିଷ୍ଠା ହେଉ ଏବଂ ଆମ ଲୋକତନ୍ତ୍ର ମଜଭୂତ ରହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.