ସାପକୁ ନେଇ ରହିଛି ଅନେକ ଇତିହାସ ଓ ବିଜ୍ଞାନ, ଜାଣନ୍ତୁ କଣ ରହିଛି ରହସ୍ୟ

ସାପକୁ ଆପଣମାନେ ନିଶ୍ଚୟ ଦେଖିଥିବେ । ସାଧାରଣତ୍ଃ ପୌରାଣିକ କାହାଣୀ ଗୁଡିକରେ ଆମେ ସାପ ବିଷୟରେ ବିଭିନ୍ନ କଥା ଶୁଣିଥାଉ ଆଉ ଦେଖିଥାଉ । ଭଗବାନ ଶିବଙ୍କ ବେକରେ ସାପଟିଏ ଥିବା ଏବଂ ବିରାଟ ସାପ ଉପରେ ଭଗବାନ ବିଷ୍ଣୁ ଶୋଇରହିଥିବା ଆମେ ବିଭିନ୍ନ ଫଟୋରେ ଦେଖିଛୁ । ଏପରିକି ସାପକୁ ଦେଖିବା ମାତ୍ରେ କିଛି ଲୋକ ଭୟଭୀତ ହୋଇଯାନ୍ତି । କେବେ ଆପଣ ଭାବିଛନ୍ତି କି ସାପର ରହସ୍ୟ ସହ ଆପଣଙ୍କ ଜୀବନରେ କିଛି ଖାସ ଘଟଣା ଲୁଚିରହିଛି କି ?
ତେବେ ଚୀନର ଏକ କ୍ୟାଲେଣ୍ଡର ଲେଖା ଯାଇଛି ୨୦୨୫ ବର୍ଷ ହେଇଛି ସାପର ବର୍ଷ । ଯଦି ଆପଣଙ୍କ ଜନ୍ମ ବର୍ଷ ୧୯୦୫,୧୯୧୭,୧୯୨୯,୧୯୪୧,୧୯୫୩,୧୯୬୫,୧୯୭୭,୧୯୮୯,୨୦୦୧,ଏବଂ ୨୦୧୩ କିମ୍ବା ୨୦୨୫ରେ ହୋଇଛି ତାହେଲେ ଆପଣଙ୍କ ଠାରେ ସାପଙ୍କ ଭଳି କିଛି ଲକ୍ଷଣ ଦେଖାଯାଇଥାଏ । ସୂଚନା ଅନୁସାରେ ଚୀନର ରାଷ୍ଟ୍ରପତି ଜିନ୍ ପିଙ୍ଗ,ଆମେରିକା ସିଙ୍ଗର, ଟେଲର ସ୍ବିଫ୍ଟ, ବିଲି ଏଲିସ୍ ଭଳି ପ୍ରସିଦ୍ଧ ଲୋକ ଏହି ବର୍ଷ ଗୁଡିକରେ ଜନ୍ମ ହୋଇଥିଲେ । ଚୀନ ରାଶିଚକ୍ର କଥା ଯଦି କହିବା ତାହେଲେ ଏହି ବର୍ଷ ଗୁଡିକରେ ଜନ୍ମ ହୋଇଥିବା ଲୋକେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି ।
ଏହା ସହ ଖୁବ ଆକର୍ଷଣୀୟ ହୋଇଥାନ୍ତି । ତେବେ ସାପକୁ ବୁଦ୍ଧିମାନ ଓ ଚତୁର ପ୍ରାଣୀ ବୋଲି କୁହାଯାଏ । ମିଶରରେ କୋବ୍ରାକୁ ଶକ୍ତିର ଏକ ପ୍ରତୀକ କୁହାଯାଉଥିଲା । ଏହାକୁ ମୁଣ୍ଡରେ ଶୋଭା ପାଉଥିଲା । ଯାହାକି ଦେଶ ଓ ରାଜାଙ୍କୁ ରକ୍ଷା କରୁଥିଲା । ଏହାପରେ ବିଶାଳ ସାପ ଏପେପ୍ ଅରାଜକତା ଓ ବିଶୃଙ୍ଖଳାକୁ ପ୍ରତିନିଧିତ୍ବ କରୁଥିଲା । ଯଦି ଆମେ ଗ୍ରୀକ ପୌରାଣିକ କଥା ଚିନ୍ତା କରିବା ତାହେଲେ ସାପରୁ ବିଭିନ୍ନ ପ୍ରକାର ଓୌଷଧ ଓ ଚିକିତ୍ସା ପାଇଁ ଉପଚାର କରିବାର ପ୍ରତୀକ ଅଟେ । ଏହି ପ୍ରତୀକର ବ୍ୟବହାର ଆଜି ପର୍ଯ୍ୟନ୍ତ ଚାଲି ଆସୁଛି ।
ଏଠାରେ ଲୋକଙ୍କୁ ସୁସ୍ଥତା ପାଇଁ ସାପର ଚିକିତ୍ସାକୁ ସାମିଲ କରାଯାଇଥାଏ । ଚୀନରେ ଏକ ସୁନ୍ଦର କିମ୍ବଦନ୍ତି ଅଛି । ବାଇ ସୁଜେନ୍ ହେଉଛି ଏକ ସାପର ଆତ୍ମା । ଯିଏକି ମହିଳାରେ ପରିବର୍ତନ ହୋଇଥାଏ । ଯିଏକି ଏକ ମଣିଷକୁ ଭଲପାଇଥାଏ । କିନ୍ତୁ ନିଜେ ଜଣେ ସାପ ହୋଇଥିବା ହେତୁ ତା ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଯାଇଥାଏ । ଓ ଏହାର ଶେଷ ବହୁତ ଦୁଃଖଦ ହୋଇଥାଏ । ହିନ୍ଦୁ ଧର୍ମରେ ସାପକୁ ଧନ ଓ ପାଣିର ରକ୍ଷକ ଭାବେ ବିଚାର କରାଯାଏ । କାରଣ ଏହା ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ ।
ଏଥିପାଇଁ ଏହାକୁ ଜୀବନ ରକ୍ଷକ ବୋଲି ବିଚାର କରାଯାଏ । ପ୍ରମୁଖ ନାଗ ମାନଙ୍କ ମଧ୍ୟରେ ରହିଛି ଶେଷନାଗ । ଯାହାକୁ ଅନନ୍ତ ନାଗ ବୋଲି କୁହାଯାଏ । ଶେଷନାଗ ନିଜ ବିଶାଳ ଏବଂ କୁଣ୍ଡଳୀ ପରି ଶରୀରରେ ବ୍ରଦ୍ମାଣ୍ଡକୁ ସମ୍ଭାଳି ରଖିଛନ୍ତି ଏବଂ ଏଥିରେ ଭଗବାନ ବିଷ୍ଣୁଙ୍କୁ ଆରାମ କରିବା ପାଇଁ ଜାଗା ଦେଇଛି ।
ଯଦି ଅଷ୍ଟ୍ରେଲିଆର ଆଦିବାସୀ ଲୋକଙ୍କ କଥା କହିବା ତାହାହେଲେ ସର୍ପକୁ ସୁଷ୍ଟିର ରଚୟତା ବୋଲି କୁହାଯାଏ । ଏବଂ ଏହି ସାପର ବହୁତ ମହତ୍ବ ରହିଛି । ଇସାଇ ପରମ୍ପରାରେ ସାପ ଆଦମ ଓ ଇଭ ର ଉତ୍ପତ୍ତିର କାହାଣୀ କୁ ବଖାଣିଥାଏ । ବର୍ତମାନ କଥା ଯଦି ରହିବା ତାହେଲେ ଉଚ୍ଚ ରକ୍ତଚାପ ଓ ହାର୍ଟ ରୋଗୀଙ୍କ ପାଇଁ ସାପର ଶରୀରରୁ ଓୌଷଧ ତିଆରି ହୋଇଥାଏ । ପ୍ରଥମରୁ ହିଁ ଏହାର ବ୍ୟବହାର ପୁର୍ବରୁ ହୋଇସାରିଛି । ଯାହାକି ଆଜି ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି ।
Also read: କାହିଁକି ସାପ ବିଷ ଦ୍ୱାରା ନେଉଳ ପ୍ରଭାବିତ ହୁଏ ନାହିଁ ? ଜାଣନ୍ତୁ ବୈଜ୍ଞାନିକଙ୍କ ମତ