ଉଲ୍ଲେଖ ରହିଛି ପିତୃ ପକ୍ଷରେ ପିତୃପୁରୁଷମାନେ ପୃଥିବୀ ପୃଷ୍ଟକୁ ଆସି ଆଶୀର୍ବାଦ ଦେଇଥାନ୍ତି। ପିତୃପୁରୁମୋନେ ପଶୁ-ପକ୍ଷୀଙ୍କ ମାଧ୍ୟମରେ ଆମମାନଙ୍କ ପାଖକୁ ଆସିଥାନ୍ତି ଏବଂ ସେମାନଙ୍କ ମାଧ୍ୟମରେ ଭୋଜନ ଗ୍ରହଣ କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶ୍ରାଦ୍ଧ ଦିନ ପିତୃପୁରୁଷମାନେ ଜୀବ ରୂପରେ ଆସି ଆଶୀର୍ବାଦ ପ୍ରଦାନ କରି କୃପା କରିଥାନ୍ତି। ଏହିକାରଣରୁ ପିତୃ ପକ୍ଷରେ ପଶୁ-ପକ୍ଷୀଙ୍କ ସେବା କରିବା ଉଚିତ। ତେବେ ଜାଣନ୍ତୁ ପିତୃ ପକ୍ଷରେ ପଶୁ-ପକ୍ଷୀମାନଙ୍କ ସେବା କରିବାରେ କଣ ମହତ୍ୱ ରହିଥାଏ।
-ପିତୃ ପକ୍ଷରେ ପିତୃ ପୁରୁଷମାନେ ପଶୁ-ପକ୍ଷୀମାନଙ୍କ ମାଧ୍ୟମରେ ଧରିତ୍ରୀକୁ ଆସି ଆଶୀର୍ବାଦ ପ୍ରଦାନ କରିଥାନ୍ତି।
-ଯେଉଁ ଜୀବ ଏବଂ ପଶୁ-ପକ୍ଷୀମାନଙ୍କ ମାଧ୍ୟମରେ ପିତୃ ଲୋକ ଆହାର ଗ୍ରହଣ କରିଥାନ୍ତି, ସେମାନେ ହେଉଛନ୍ତି- ଗାଈ, କୁକୁର, କାଉ ଏବଂ ପିମ୍ପୁଡି।
-ଶ୍ରାଦ୍ଧ ସମୟରେ ଏମାନଙ୍କପାଇଁ ମଧ୍ୟ ଭୋଜନର ଏକ ଅଂଶ ବାହାର କରାଯାଇଥାଏ। ସେହି ସମୟରେ ହିଁ ଶ୍ରାଦ୍ଧ କର୍ମକୁ ପୂର୍ଣ୍ଣ ମନାଯାଇଥାଏ।
-ଶ୍ରାଦ୍ଧ କରିବା ସମୟରେ ପିତୃ ପୁରୁଷଙ୍କୁ ଅର୍ପିତ କରାଯାଉଥିବା ଭୋଜନରେ ୫ଟି ଅଂଶ ଗାଈ, କୁକୁର, ପିମ୍ପୁଡି ଏବଂ କାଉ ପାଇଁ ବାହାର କରାଯାଇଥାଏ।
-ଏହି ୫ଟି ଅଂଶକୁ ଅର୍ପଣ କରିବାକୁ ପଞ୍ଚବଳୀ କୁହଯାଇଥାଏ।
ଏହାସହ ପଢନ୍ତୁ: ନବରାତ୍ରୀ, ଦୁର୍ଗାପୂଜା ଏବଂ ଦଶହରାରେ ରହିଛି ଶୁଭ ସଂଯୋଗ, ଜାଣନ୍ତୁ କଣ କହୁଛି ଗ୍ରହ-ନକ୍ଷତ୍ର
ଜାଣନ୍ତୁ କେବଳ ଏହି ୫ଟି ଜୀବିଙ୍କୁ କାହିଁକି ଚୟନ କରାଯାଇଛି:
କୁକୁର ଜଳ ତତ୍ୱର ପ୍ରତୀକ, ପିମ୍ପୁଡି ଅଗ୍ନିର ପ୍ରତୀକ, କାଉ ବାୟୁ ତତ୍ୱ, ଗାଈ ପୃଥିବୀ ତତ୍ୱ ଏବଂ ଦେବତା ଆକାଶ ତତ୍ୱର ପ୍ରତୀକ। ଏହି ପ୍ରକାର ପାଞ୍ଚଟି ଜୀବଙ୍କୁ ଆହାର ଦେଇ ଆମେ ପଞ୍ଚ ତତ୍ୱ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥାଉ। କେବଳ ଗାଈ ଶରୀରରେ ହିଁ ପାଞ୍ଚ ତତ୍ୱ ମିଳିଥାଏ। ଏହିକାରଣରୁ ପିତୃ ପକ୍ଷରେ ଗାଈ ସେବା କରିବା ବିଶେଷ ଫଳଦାୟୀ ହୋଇଥାଏ। ଏଥିସହ ଗାଈମାନଙ୍କୁ ଚାରା ଖୁଆଇବା ଏବଂ ସେବା କରିବା ଦ୍ୱାରା ପିତୃ ଲୋକମାନଙ୍କ ଠାରୁ ତୃପ୍ତି ମିଳିବା ସହ ଶ୍ରାଦ୍ଧ କର୍ମ ସମ୍ପୂର୍ଣ୍ଣ ହୋଇଥାଏ।