କଣ ଜିବୀତ ଭ୍ରୁଣ ବିଦେଶ ଯାଇପାରେ କି ? କଣ କହୁଛି ନିୟମ କଣ କହୁଛି ବିଜ୍ଞାନ

ବର୍ତ୍ତମାନ ସମୟରେ ପିଲା ନହେବା ଏକ ବଡ ରୋଗ ଭଳି ଉଭା ହେଲାଣି । ଖରାପ ଜୀବନଶୈଳି ହିଁ ଏଥିପାଇଁ ବିଶେଷ ଭାବରେ ଦାୟୀ ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ପିଲା ନହୋଇପାରିଲେ ବି ଆପଣଙ୍କ ପାଖରେ ଏକ ବିକଳ୍ପ ରହୁଛି ଯାହାର ନାଁ ସରୋଗେସୀ ପ୍ରସେସ । ଏକ ଏଭଳି ପ୍ରିକ୍ରିୟା ଯାହା ଦ୍ୱାରା ଆପଣ ପିତୃତ୍ୱ ମାତୃତ୍ୱ ଲାଭ କରିପାରିବେ । କିନ୍ତୁ ଏଥିପାଇଁ କେତେଗୋଟି ନିୟମ ରହିଛି । ଯାହାକୁ ମାନିବା ଦରକାର ନଚେତ ଆପଣ ଅପରାଧି ବିବେଚିତ ହୋଇପାରନ୍ତି ।

ଏବେ ଏବେ ଜିବୀତ ମାନବ ଭ୍ରୁଣକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ୟାଚିକା ଦାୟର କରାଯାଇଛି । ଯେଉଁଥିରେ ଜିବୀତ ଭ୍ରୁଣକୁ କାଲିଫର୍ଣ୍ଣିଆ ପଠେଇବା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚକୁ ନୋ ଅବଜେକସନ ସାର୍ଟିଫିକେଟ ଜାରି କରିବାକୁ ଗୁହାରି କରାଯାଇଛି । ସରୋଗେସୀ ସହ ଯୋଡା ଏଭଳି ମାମଲାର ଶୁଣାଣୀ ୨୦ଜୁଲାଇକୁ ହେବ । ୟାଚିକା ଦାୟର କରିଥିବା ଓକିଲ ପରମିନ୍ଦର ସିଂଙ୍କ କହିବା କଥା ଜିବୀତ ଭ୍ରୁଣକୁ ଏକ୍ସପର୍ଟ କରିବା ଜରୁରୀ । କାରଣ ସରୋଗେସୀ ମାଆ କାଲିଫର୍ଣ୍ଣିଆରେ ରୁହନ୍ତି । ଫଳରେ ସ୍ଥିତି ଗମ୍ଭୀର ଅଟେ । ଟିକେ ବି ବିଲମ୍ବ ମାମଲାକୁ ବିଗାଡି ଦେଇପାରେ । ମହିଳା ସରୋଗେସୀ ପାଇଁ ମନା ମଧ୍ୟ କରିପାରନ୍ତି । କିନ୍ତୁ ଏମିତିରେ ପ୍ରଶ୍ନ କି କଣ ଏହା ସମ୍ଭବ ହେବ । ତାହା ତ ପରବର୍ତ୍ତୀ ସମୟରେ ହିଁ ଜଣାପଡିବ ।

କହିରଖୁଛୁ ପିଲା ଅସ୍ତିତ୍ୱକୁ ଆସିବା ଠାରୁ ନେଇ ଜନ୍ମ ହେବା ଯାଏଁ ଅବସ୍ଥାକୁ ଭ୍ରୁଣ କୁହାଯାଏ । ଆଉ ଏମିତି ଅବସ୍ଥା ବା ଏକ ଜିବୀତ ଭ୍ରୁଣକୁ ଭାରତରୁ କାଲିଫରର୍ଣ୍ଣିଆ ପଠାଇବା ପାଇଁ ୟାଚିକା ଦାୟର କରାଯାଇଛି । ଯଦି ବିଜ୍ଞାନର ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଜିବୀତ ଭ୍ରୁଣକୁ ପଠାଇବା ସମ୍ଭବ । କିନ୍ତୁ ବିନା ଆଇନ କାନୁନରେ ଏଭଳି ଦିଆଯାଇପାରିବ ନାହିଁ ଏବଂ ଏହା ଅପରାଧରେ ଗଣାଯିବ । ଏଥିପାଇଁ ଅନୁମତିର ଆବଶ୍ୟକତା ରହିଛି । ଯେଉଁଥିପାଇଁ ଆଇନର ପ୍ରାବଧାନ ମଧ୍ୟ ରହିଛି । ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି ରେଗୁଲେସନ ଏକ୍ଟ ଅର୍ଥାତ ଆକ୍ଟ ୨୦୨୧ ପରେ ଏହାକୁ ବାହରକୁ ପଠାଇବା ଉପରେ ରୋକ ଲଗାଯାଇଛି ।

ଯେଉଁ ଦମ୍ପତ୍ତି ୟାଚିକା ଦାୟର କରିଛନ୍ତି ସେମାନଙ୍କର କହିବା କଥା କି ସରୋଗେସୀ ପାଇଁ କାଲିଫରର୍ଣ୍ଣିଆରେ ଜଣେ ମହିଳାଙ୍କୁ ବାଛିଥିଲେ । ଯେଉଁ ସମୟରେ ଭାରତରେ ଏହାକୁ ନେଇ କୌଣସି ନିୟମ ନଥିଲା । ସରୋଗେସୀ ରେଗୁଲେସନ ବିଲ ବର୍ଷ ୨୦୨୦ରେ ଲୋକସଭାରେ ପାସ ହେଲା ଓ ଏହାପରେ ନିୟମ ବଦଳିଗଲା । ଆଉ ଏହା ପରେ ପରେ ଏହାର କମର୍ସିଆଲାଇଜେସନ ଉପରେ ରୋକ ଲଗାଇ ଦିଆଗଲା । କିନ୍ତୁ ଏବେ ଏହାକୁ ନେଇ ଏକ ମାମଲା କୋର୍ଟରେ ରହିଛି ଓ ଭ୍ରୁଣକୁ ଏକ୍ସପର୍ଟ କରିବାର ଅନୁମତି ମଗାଯାଇଛି ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ଫରେନ ଟ୍ରେଡରୁଲ ମୁତାବିକ କେନ୍ଦ୍ର ସରକାର ଭ୍ରୁଣ ଏକ୍ସପର୍ଟ କରିବାର ଅନୁମତି ଦେଇଛନ୍ତି । କିନ୍ତୁ ସର୍ତ୍ତ ହିସାବରେ କୋର୍ଟରେ ଶୁଣାଣୀ ବେଳେ ଏହାର ଲକ୍ଷ୍ୟ କଣ ତାକୁ ନେଇ ବିଶ୍ଳେଷଣ କରାଯିବ ଓ କୋର୍ଟଙ୍କୁ ଅବଗତ କରାଯିବ । ପକ୍ଷ ଶୁଣିବା ପରେ ଏହା ଠିକ କରାଯିବ କି ଆଇସିଏମଆର ପକ୍ଷରୁ ଏନଓସି ମିଳିବ କି ନାହିଁ । ଯଦି ନିଷ୍ପତ୍ତି ପକ୍ଷରେ ଯିବ ତେବେ ଏନଓସି ମିଳିପାରିବ । ବର୍ତ୍ତମାନ ସବୁକିଛି ଶୁଣାଣୀ ଉପରେ ନିର୍ଭର କରୁଛି ।

ସରୋଗେସୀ ଅର୍ଥ ଯେଉଁ ଦମ୍ପତ୍ତି ପିତାମାତା ହୋଇପାରୁନାହାନ୍ତି, ସେଠି ପିଲା ଜନ୍ମ ପାଇଁ ଆଉ ଜଣେ ମହିଳାଙ୍କର ସାହାର ନିଆଯାଇଥାଏ । ଏବଂ ସେହି ମାଆଙ୍କୁ ସରୋଗେଟ ମଦର ବୋଲି କୁହାଯାଏ । ସରୋଗେସୀ ଭଳି ପରିସ୍ଥିତି ଅନେକ କାରଣରୁ ଆସିପାରେ । ଯେତେବେଳେ ଜଣେ ମହିଳା ବାରମ୍ବାର ଗର୍ଭପାତ ସହ ଜୁଝି ହେଉଥିବେ, ୟୁଟର୍ସ ଠିକରେ ବିକଶିତ ହୋଇନଥିବ, ଦୁହିଙ୍କ ମଧ୍ୟରେ ଜଣେ କେହି ପିଲା ଜନ୍ମ କରିବାରେ ଅସମର୍ଥ ଥିବେ, ଅଥବା ଆଇ ଭି ଏଫ ଟ୍ରିଟମେଣ୍ଟ ବି ଫେଲ ହୋଇଥିବ ।

ସରୋଗେସୀ ରେଗୁଲେସନ ବିଲ ୨୦୨୦ କହୁଛି କି ଦେଶରେ ଟଙ୍କା ରୋଜଗାର କରିବା କିମ୍ବା ବ୍ୟାପାର କରିବା ପାଇଁ ସରୋଗେସୀ ପ୍ରକ୍ରିୟାକୁ ଆପଣାଯିବ ନାହିଁ । ଦମ୍ପତ୍ତିଙ୍କ ପାଖରେ ଏଭଳି ମେଡିକାଲ ସାର୍ଟିଫିକେଟ ହେବା ଜରୁରୀ । ଯେଉଁଥିରେ ପ୍ରମାଣ ହେଇପାରିଥିବ କି ସେ ପିଲା ଜନ୍ମ କରିବାକୁ ଅସମର୍ଥ ।

କେବଳ ଭାରତୀୟ ଦମ୍ପତ୍ତି ହିଁ ସରୋଗେସୀରେ ପିଲା ଜନ୍ମ କରିପାରିବେ । ସରୋଗେଟ ମଦର ଦମ୍ପତ୍ତିଙ୍କର ସମ୍ପର୍କୀୟ ଅଥବା ପାଖ ଅତି ପରିଚିତ ହେବା ଜରୁରୀ । ।ଉ ସେହି ଦମ୍ପତ୍ତି ହି ଡେଲିଭରିର ପୂରା ଖର୍ଚ୍ଚ ବହନ କରିବେ ।

Leave A Reply

Your email address will not be published.