ଅପରାଧୀକୁ ଫାଶି ଦେଉଥିବା ଘାତକମାନଙ୍କର ଦରମା କେତେ ? କେବେ ଭାବିଛନ୍ତି ଆପଣ ଏମାନଙ୍କ ବିଷୟରେ . . .

ସମାଜକୁ ବ୍ୟବସ୍ଥିତ ଢଙ୍ଗରେ ଚଲାଇବା ପାଇଁ ପ୍ରତ୍ୟେକ ଦେଶରେ ତିଆରି ହୋଇଛି ନିୟମ କାନୁନ୍ । ଯାହା ଫଳରେ ଲୋକଙ୍କ ମନରେ ଭୟ ରହିବ ଏବଂ କୌଣସି ଭୁଲ୍ କାମ କରିବା ପୂର୍ବରୁ ଚିନ୍ତା କରିବେ । ଯିଏ ଦୋଷ କରେ କାନୁନ୍ ତାକୁ ଦଣ୍ଡ ନିଶ୍ଚିତ ଦେଇଥାଏ । ଆଉ ଯେତେବେଳେ ମଣିଷ କୌଣସି ଜଘନ୍ୟ ଅପରାଧ କରିଥାଏ ତେବେ ତାକୁ ମିଳିଥାଏ ମୃତ୍ୟୁ ଦଣ୍ଡ ।
ତେବେ ଏପରି ଅପରାଧୀଙ୍କୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଥାଏ । କେଉଁଠି ଗୁଳି କରିଦିଆଯାଏ ତ କେଉଁଠି ପଥର ମାରି ମାରି ଅପରାଧୀକୁ ଦିଆଯାଏ ମୃତ୍ୟୁ । କିନ୍ତୁ ଅଧିକାଂଶ ଦେଶରେ ମୃତ୍ୟୁର ଦଣ୍ଡ ହିସାବରେ ଫାଶି ଦିଆଯାଇଥାଏ ।
ଯଦି ଆମ ଦେଶ କଥା କହିବା ତେବେ ଅପରାଧୀକୁ ଫାଶି ଦେବା ବ୍ରିଟିଶ୍ ଅମଳରୁ ରହି ଆସିଛି । କୁଚିତ୍ ମାମଲାରେ ଭାରତରେ ଅପରାଧୀକୁ ଫାଶିଦଣ୍ଡ ଦିଆଯାଇଥାଏ । ମୃତ୍ୟୁଦଣ୍ଡ ହେଉଛି ସର୍ବୋଚ୍ଚ ଦଣ୍ଡ ଯାହାକୁ ଯଦିଓ ଅଦାଲାତ ଶୁଣାଇଥାନ୍ତି କିନ୍ତୁ କାର୍ଯ୍ଯକାରୀ କରିଥାନ୍ତି ଘାତକ ।
ଫାଶି ଦେବାପାଇଁ ଏହି ଘାତକଙ୍କୁ ଆଇନଗତ ଭାବରେ ନିଯୁକ୍ତ କରାଯାଇଥାଏ । ଆଉ ସେମାନଙ୍କ ପାଇଁ ଏହା ମାତ୍ର ଏକ କାମ ଯେଉଁଥିପାଇଁ ସେମାନେ ଟଙ୍କା ପାଇଥାନ୍ତି। ତେବେ ଜାଣି ଆଶ୍ଚର୍ଯ୍ଯ ହେବେ ଭାରତରେ ବର୍ତ୍ତମାନ ମାତ୍ର ଦୁଇଟି ଘାତକ ପରିବାର ଅଛନ୍ତି । ଜଣେ ହେଉଛନ୍ତି ପଶ୍ଚିମବଙ୍ଗର ବାବୁ ଅହମ୍ମଦ ଏବଂ ଅନ୍ୟଜଣେ ହେଉଛନ୍ତି ମିରଟର ପ୍ରସିଦ୍ଧ କାଲୁ କୁମାରଙ୍କ ବଂଶଧର ପବନ କୁମାର ।
ଏବେ ପ୍ରଶ୍ନ ଉଠୁଛି ଅପରାଧୀଙ୍କୁ ଫାଶି ଦେଉଥିବା ଏହି ଘାତକଙ୍କୁ ମିଳିଥାଏ କେତେ ଟଙ୍କା । କଣ ସେମାନଙ୍କୁ ବି ପ୍ରତିମାସରେ ଦରମା ପରି ଟଙ୍କା ମିଳିଥାଏ । ତେବେ ଏହାର ଉତ୍ତର ହେଉଛି ଭାରତରେ ଘାତକଙ୍କର କୌଣସି ଦରମା ମିଳିନଥାଏ । ସେମାନଙ୍କ ପରିବାରକୁ ଭତ୍ତା ହିସାବରେ ମିଳିଥାଏ କିଛି ଟଙ୍କା ଯାହା ଖୁବ୍ କମ୍ । ପ୍ରଥମେ ଏମାନଙ୍କୁ ୨୦୦ଟଙ୍କା ମିଳୁଥିଲା । କିନ୍ତୁ ଏବେ ଏହି ରାଶି ବଢାଇ ୩୦୦୦ରୁ ୫୦୦୦ଟଙ୍କା କରିଦିଆଯାଇଛି ।
ଦେଶରେ ଲଗାତାର ଘାତକଙ୍କ ସଂଖ୍ୟା କମିବାରେ ଲାଗିଛି । ଯେତେବେଳେ କି ବର୍ତ୍ତମାନ ଏବଂ ଆଗାମୀ ସମୟରେ ମଧ୍ୟ ଅନେକ ଅପରାଧୀ ଅଛନ୍ତି ଯେଉଁମାନଙ୍କୁ ଫାଶିରେ ଝୁଲାଇବା କାମ ବାକି ଅଛି । ତେଣୁ କମୁଥିବା ଘାତକଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ମୃତ୍ୟୁର ଅନ୍ୟ ଉପାୟ ଗୁଡିକୁ ମଧ୍ୟ ସରକାର ଧ୍ୟାନ ଦେବା ଉଚିତ୍ ।