ନବରାତ୍ରୀରେ ଭଗବାନଙ୍କୁ କାହିଁକି କରାଯାଇଥାଏ ସିନ୍ଦୂର ଅର୍ପଣ , ଜାଣନ୍ତୁ ଏହାର ବିଶେଷତ୍ବ

ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ଉପବାସରେ ସିନ୍ଦୂରର ପ୍ରୟୋଗ କରାଯାଇଥାଏ। ସିନ୍ଦୂର ପ୍ରୟୋଗ କରିବା ପଛର କାରଣ ହେଉଛି ମା’ ପ୍ରସନ୍ନ ହୋଇଥାନ୍ତି। ଏହି କାରଣରୁ ନବରାତ୍ରୀ ସମୟରେ ଅଧିକାଂଶ ଘରେ ଲୋକମାନେ ସିନ୍ଦୂରର ପ୍ରୟୋଗରେ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିଥାନ୍ତି। ନବରାତ୍ରୀ ସମୟରେ ବ୍ୟବହାର କରାଯାଉଥିବା ସିନ୍ଦୂର ନାଲି ରଙ୍ଗର ହୋଇନଥାଏ ବରଂ ନାରଙ୍ଗୀ ରଙ୍ଗର ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ନବରାତ୍ରୀ ସମୟରେ କାହିଁକି ଏହି ରଙ୍ଗର ସିନ୍ଦୂର ବ୍ୟବହାର କରାଯାଇଥାଏ। ଏଥିସହ ଏହାକୁ କିପରି ବ୍ୟବହାର କରାଯାଇଥାଏ ଏବଂ ଏହା ବ୍ୟବହାର କରିବା ଦ୍ବାରା କଣ ଲାଭ ମିଳିଥାଏ। ଯଦି ନା ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।
ଦେବୀ ମା ଙ୍କୁ ସିନ୍ଦୂର ଲାଗି କରିବାର ଅନେକ ବିଶେଷତ୍ବ ରହିଛି। ଯେପରି କୌଣସି ବ୍ୟକ୍ତି କରଜ କରି ଚିନ୍ତିତ ହୋଇଥାନ୍ତି ସେହି ବ୍ୟକ୍ତିମାନେ ଓସ୍ତ ଗଛର ପତ୍ରରେ ସିନ୍ଦୂର ଲଗାଇ ସେଥିରେ ଚମେଲି ତେଲ ମିଶାନ୍ତୁ ଏବଂ ଓସ୍ତ ଗଛର ପତ୍ରରେ ଏହି ସିନ୍ଦୂରରେ ଭଗବାନ ରାମଙ୍କ ନାମ ଲେଖି ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ। ଏ ପରି କରିବା ଦ୍ବାରା ଆପଣଙ୍କର ଚିନ୍ତା ଦୂର ହୋଇଥାଏ। ଏଥିସହ ଯଦି କୌଣସି ବୈବାହିକ ଜୀବନରେ ସମସ୍ୟା ଦେଖାଯାଇଥାଏ, ତେବେ ନବରାତ୍ରୀ ସମୟରେ କୌଣସି ଦିନ ଏକ ପାନ ପତ୍ରରେ ହ୍ରୀଂ ଲେଖି ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।
ଏହା ବ୍ୟତୀତ ଯଦି ଗ୍ରହ ଦଶା ଖରାପ ହୋଇଥାଏ ବା ଦୁର୍ଘଟଣା ଯୋଗ ରହିଥାଏ, ତେବେ ମଙ୍ଗଳବାର ଦିନ ସିନ୍ଦୂର ସହ ଚମେଲି ତେଲ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଗ୍ରହ ଦୋଷ କଟିଯାଇଥାଏ। ବିଶେଷ କଥା ହେଉଛି ଆପଣଙ୍କ ସହିତ ଯାହାର ଭଲ ସମ୍ବନ୍ଧ ରହିଛି ସେମାନଙ୍କୁ ଆପଣ ଏହି ସିନ୍ଦୂର ଗିଫ୍ଟ ବା ଦାନ କରିପାରିବେ। କିନ୍ତୁ ଯେଉଁମାନଙ୍କ ସହ ଆପଣଙ୍କର ଭଲ ସମ୍ବନ୍ଧ ନାହିଁ ସେମାନଙ୍କୁ ଏହି ସିନ୍ଦୂର ଦିଅନ୍ତୁ ନାହିଁ। କାରଣ ମାନ୍ୟତା ରହିଛି ଅଚିହ୍ନା ଲୋକଙ୍କୁ ନବରାତ୍ରୀ ସମୟରେ ସିନ୍ଦୂର ଦେବା ଦ୍ବାରା ବ୍ୟକ୍ତିର ଭାଗ୍ୟ ମଧ୍ୟ ସେହି ସିନ୍ଦୂର ସହ ଚାଲି ଯାଇଥାଏ। ଏହି ସବୁ କାରଣରୁ ନବରାତ୍ରୀ ସମୟରେ ସିନ୍ଦୂରର ବ୍ୟବହାର କରାଯାଇଥାଏ।