ଜାଣନ୍ତୁ ଏହି ବୁଲି ବାଇ ଆପର ମାଷ୍ଟର ମାଇଣ୍ଡ କିଏ; ଏଥିରେ କ’ଣ କରୁଥିଲେ ଅପରାଧୀ ?

ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲାରେ ଏବେ ବଡ଼ ଘଟଣା ସାମ୍ନାକୁ ଆସିଛି । ଓଡ଼ିଶାର ଜଣେ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । ସୁଚନା ଅନୁସାରେ ଗତକିଛି ଦିନ ତଳେ ଏହି ମାମଲା ବେଶ୍ ଚର୍ଚ୍ଚାରେ ରହିଛି ଏପରିକି ଏହାକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢି ବଢି ଯାଉଛି । କାରଣ ଏହି ଆପ୍ ଜରିଆରେ ମୁସଲିମ୍ ମହିଳାଙ୍କୁ ବଦନାମ୍ କରିବା ପାଇଁ ଭିନ୍ନ ଭିନ୍ନ ଟିପଣୀ ଦେଇ ଏହାକୁ ଟେଣ୍ଡ କରାଯାଉଛି ।

ବୁଲି ବାଇ ଆପରେ କ’ଣ ହୁଏ?

ବୁଲି ବାଇ ଆପ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଫଟୋ ଦେଖିବାକୁ ମିଳେ । ୟୁଜର ଏହାକୁ ଦିନର ବୁଲି ବାଇ ଭାବରେ ପ୍ରଦର୍ଶନ କରନ୍ତି । ଏହା ପରେ ସେହି ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଆପରେ ନିଲାମ ଡକାଯାଏ । ଏହା ପରେ ଫଟୋରେ #BulliBai ସହିତ ଦିନସାରା ଟ୍ରେଣ୍ଡ କରାଯାଏ ।

ଫଟୋ ସହିତ ସମ୍ପୃକ୍ତ ଯୁବତୀ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆ ଆକାଉଣ୍ଟ ଟ୍ବିଟର୍, ଫେସବୁକ, ଇନଷ୍ଟାଗ୍ରାମକୁ ଯୋଡ଼ି ଦିଆଯାଏ। ସାଇବର ଜ୍ଞାନକୌଶଳକୁ ବ୍ୟବହାର କରି ଏ ସବୁ କରିଥାନ୍ତି ଅପରାଧୀ। ଏହାକୁ ‘ବୁଲିବାଇ’ ଆପରେ ଛାଡ଼ି ଦିଆଯାଏ। ଯେଉଁମାନେ ଏହି ଆପ୍ ବିଷୟରେ ଜାଣିଥା’ନ୍ତି ଓ ଅପରାଧିକ କାର୍ଯ୍ୟ କରିବାକୁ ଯୋଜନା ରଖିଥାନ୍ତି ସେମାନେ ଛଡ଼ା ଯାଇଥିବା ଯୁବତୀଙ୍କ ଫଟୋକୁ ନିଲାମି ଡାକନ୍ତି। ଯିଏ ଅଧିକ ନିଲାମି ଡାକିଲା ସମ୍ପୃକ୍ତ ବ୍ୟକ୍ତି ସେହି ଯୁବତୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ସହ ସିଧାସଳଖ ଯୋଡ଼ି ହୋଇଯାଏ। ସେଥିରେ ଆପତ୍ତିଜନକ, ଅପମାନଜନକ ମନ୍ତବ୍ୟ ଯୁକ୍ତ ମେସେଜ୍ ଛାଡ଼ିଥାଏ। ଯାହା ଦ୍ବାରା ସମ୍ପୃକ୍ତ ଯୁବତୀଙ୍କର ସମ୍ମାନହାନି ହୋଇଥାଏ।

‘ସୁଲ୍ଲି ଡିଲ୍‌’ ଆପ୍ ଭଳି ‘ବୁଲି ବାଇ’ ଆପ୍‌ କାମ କରୁଥିଲା । କିଛି ଦିନ ପୂର୍ବରୁ ‘ସୁଲ୍ଲି ଡିଲ୍’ ‘ଗିଟ୍‌ହବ’ରେ ଲଞ୍ଚ କରାଯାଇଥିଲା । ଏବେ ‘ବୁଲି ବାଇ’ ଆପ୍‌କୁ ମଧ୍ୟ ‘ଗିଟ୍‌ହବ’ରେ ଲଞ୍ଚ କରାଯାଇଥିଲା । ‘ଗିଟ୍‌ହବ’ ଏକ ହୋଷ୍ଟିଂ ପ୍ଲାଟଫର୍ମ । ବିଭିନ୍ନ ପ୍ରକାରର ଆପର ସମ୍ମିଶ୍ରଣରେ ଏହି ଆପ୍ ତିଆରି ହୋଇଛି । ‘ଗିଟ୍‌ହବ’ ଏକ ଓପନ୍ ସୋର୍ସ ପ୍ଲାଟଫର୍ମ ଅଟେ । ୟୁଜର୍ସଙ୍କୁ ଆପ୍ ସୃଷ୍ଟି ଏବଂ ଉପସ୍ଥାପନ କରିବାକୁ ଅନୁମତି ଦିଏ ‘ଗିଟ୍‌ହବ’ । ଏଥିପାଇଁ କେବଳ ଏକ ଇ-ମେଲ୍ ଆଇଡିର ଆବଶ୍ୟକତା ଥାଏ ।

ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ପୂର୍ବରୁ ଗିଟ ହବରେ ‘ସୁଲ୍ଲିଡିଲ’ ଆପ୍ ଉପଲବ୍ଧ ଥିଲା। ଏଥିରେ ପ୍ରାୟ ୯୦ ଜଣ ଯୁବତୀ ଓ ମହିଳାଙ୍କର ଫଟୋକୁ ନିଲାମି ପାଇଁ ଛଡ଼ା ଯାଇଥିଲା। ଏହା ଜଣାପଡ଼ିବା ପରେ ବିଭିନ୍ନ ଆପତ୍ତି, ଅଭିଯୋଗ ଆସିଥିଲା। ୪ଟି ରାଜ୍ୟରେ ୧୫ଟି ଏତଲା ଦାୟର ହୋଇଥିଲା। ୨୦୨୧ ଜୁଲାଇରେ ‘ସୁଲ୍ଲିଡିଲ’ ଆପକୁ ଅପସାରଣ କରା ଯାଇଥିଲା। ପ୍ରାୟ ୬ ମାସ ପରେ ସାଇବର ଅପରାଧୀମାନେ ସୁଲ୍ଲିଡିଲ ଆପକୁ କ୍ଲୋନିଂ ବା ନକଲ କରି ଏହାକୁ ବିକଶିତ କରାଇ ବୁଲିବାଇ ଆପ୍ ତିଆରି କରିଥିଲେ। ସବୁଠୁ ବଡ଼ କଥା ହେଲା ସୁଲ୍ଲିଡିଲ ଆପରେ ମହିଳାଙ୍କୁ ନିଲାମି କଥା ଯେତେବେଳେ ଜଣାପଡ଼ିଥିଲା, କେବଳ ମାମଲା ରୁଜୁ ହୋଇଥିଲା। କିନ୍ତୁ ଅପରାଧୀଙ୍କ ବିରୋଧରୋ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଫଳରେ ବୁଲିବାଇ ଆପ୍ ଜନ୍ମ ନେଇଥିଲା। ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତେବେ ଜଣେ ମହିଳା ସାମ୍ବାଦିକ ଟ୍ୱିଟ୍‌ର୍‌ରେ ନିଜ ଅଙ୍ଗେ ନିଭା କଥାକୁ ସେୟାର କରିବା ପରେ ‘ବୁଲି ବାଇ’ଆପ୍ କଥା ଜଣାପଡ଼ିଥିଲା । ଆପକ୍ ଡେଭଲପ୍ କରିଥିବା ବ୍ୟକ୍ତି ମହିଳା ସାମ୍ବାଦିକଙ୍କ ଫଟୋକୁ ‘ବୁଲି ବାଇ’ ଆପରେ ସେୟାର କରିଥିଲେ ଏବଂ ତାଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଲେଖିଥିଲେ । ଏହାକୁ ବିରୋଧ କରି ସାମ୍ବାଦିକା ଜଣକ ଦିଲ୍ଲୀ ପୋଲିସରେ ମାମଲା ରୁଜୁ କରିଥିଲେ ।

ଦିଲ୍ଲୀ ପୁଲିସର ତଦନ୍ତରୁ ଜଣାପଡ଼ିଥିଲା ଆସାମ ଜୋରହାଟର ନିରଜ ବିଷ୍ଣୋଇ ଏହି ଆପ୍ ତିଆରି କରିଥିଲା। ନିରଜର ଲାପଟପରୁ ଏହି ଆପ୍ ତିଆରି କରାଯାଇଥିବା ଆଇପି(ଇଣ୍ଟରନେଟ୍ ପ୍ରୋଟକଲ) ଆଡ୍ରେସରୁ ଜଣାପଡ଼ିଥିବା କୁହାଯାଉଛି । ନିରଜ ବିଷ୍ଣୋଇ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦ୍ବିତୀୟ ବର୍ଷର ବି.ଟେକ୍ ଛାତ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.