ଜାଣନ୍ତି କି , ଫାଶୀ ଦେବା ପୂର୍ବରୁ ଅପରାଧୀଙ୍କ କାନରେ କଣ କହିଥାନ୍ତି ଘାତକ ?

ବଲିଉଡ୍ ଫିଲ୍ମ ଦେଖିବା ପରେ ଆମ ସମସ୍ତଙ୍କ ମୁଣ୍ଡରେ ଘାତକଙ୍କ ପ୍ରତି ଏକ ଅଲଗା ଛବି ବନିସାରିଛି । କଳା କପଡା, ମଥାରେ କଳା ଟିକା ଏବଂ ପହଲବାନ୍ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି । ଆମ ମୁଣ୍ଡରେ ଥିବା ଏହି ଛବି ହିସାବରେ ଘାତକ ଜଣେ ନିଷ୍ଠୁର, ନୃଶଂସ ତଥା ରାଗି ବ୍ୟକ୍ତି ହୋଇଥିବେ । ହେଲେ ଯଦି ଆପଣଙ୍କ ଫିଲ୍ମର କାହାଣୀର ବାହାରକୁ ଯଦି ଆସିବେ ତେବେ ଦୋଷୀକୁ ଫାଶୀ ଦେଉଥିବା ଘାତକ ମଧ୍ୟ ଜଣେ ବ୍ୟକ୍ତି ।

hangmanଆମ ଦେଶରେ ସବୁଠାରୁ ଜଘନ୍ୟ ତଥା ବଡ଼ ଅପରାଧର ଦଣ୍ଡ ହେଉଛି ଫାଶୀ । ଜେଲ୍ ଅଧିକ୍ଷକ, ଏକଜିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍, ଡାକ୍ତର ଏବଂ ଘାତକ ଏହି ଚାରିଜଣଙ୍କ ଉପସ୍ଥିତିରେ କଡା ନିୟମ ମଧ୍ୟରେ ଅପରାଧୀକୁ ଦିଆଯାଇଥାଏ ଫାଶୀ । ହେଲେ ଫାଶୀ ଦେବା ପୂର୍ବରୁ ଅପରାଧୀର କାନରେ କିଛି ଶବ୍ଦ କହିଥାନ୍ତି ଘାତକ ।

କଣ ସେହି ଶବ୍ଦ :

ଅପରାଧୀକୁ ଫାଶୀରେ ଚଢାଇବା ପୂର୍ବରୁ ଘାତକ ତାର କାନରେ ଧୀରେ ସେ କହିଥାନ୍ତି , ହିନ୍ଦୁ ଭାଇକୁ ରାମ – ନାମ ଏବଂ ମୁସଲିମଙ୍କୁ ସଲାମ୍ । ମୁଁ ତ ହୁକୁମଙ୍କ ଗୁଲାମ୍ , କଣ କରି ପାରିବି ? ମତେ କ୍ଷମା କରିଦେବ । ବାସ୍ ଏତିକି କହିବା ପରେ ଫାଶୀରେ ଅପରାଧୀକୁ ଝୁଲାଇଦିଅନ୍ତି ଘାତକ ।

ଅପରାଧୀକୁ ଫାଶି ଦେଉଥିବା ଘାତକମାନଙ୍କର ଦରମା କେତେ ? 

ଫାଶି ଦେବାପାଇଁ ଏହି ଘାତକଙ୍କୁ ଆଇନଗତ ଭାବରେ ନିଯୁକ୍ତ କରାଯାଇଥାଏ । ଆଉ ସେମାନଙ୍କ ପାଇଁ ଏହା ମାତ୍ର ଏକ କାମ ଯେଉଁଥିପାଇଁ ସେମାନେ ଟଙ୍କା ପାଇଥାନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ବର୍ତ୍ତମାନ ମାତ୍ର ଦୁଇଟି ଘାତକ ପରିବାର ଅଛନ୍ତି । ଜଣେ ହେଉଛନ୍ତି ପଶ୍ଚିମବଙ୍ଗର ବାବୁ ଅହମ୍ମଦ ଏବଂ ଅନ୍ୟଜଣେ ହେଉଛନ୍ତି ମିରଟର ପ୍ରସିଦ୍ଧ କାଲୁ କୁମାରଙ୍କ ବଂଶଧର ପବନ କୁମାର ।

hangmanଏବେ ପ୍ରଶ୍ନ ଉଠୁଛି ଅପରାଧୀଙ୍କୁ ଫାଶି ଦେଉଥିବା ଏହି ଘାତକଙ୍କୁ ମିଳିଥାଏ କେତେ ଟଙ୍କା । କଣ ସେମାନଙ୍କୁ ବି ପ୍ରତିମାସରେ ଦରମା ପରି ଟଙ୍କା ମିଳିଥାଏ । ତେବେ ଏହାର ଉତ୍ତର ହେଉଛି ଭାରତରେ ଘାତକଙ୍କର କୌଣସି ଦରମା ମିଳିନଥାଏ । ସେମାନଙ୍କ ପରିବାରକୁ ଭତ୍ତା ହିସାବରେ ମିଳିଥାଏ କିଛି ଟଙ୍କା ଯାହା ଖୁବ୍ କମ୍ । ପ୍ରଥମେ ଏମାନଙ୍କୁ ୨୦୦ଟଙ୍କା ମିଳୁଥିଲା । କିନ୍ତୁ ଏବେ ଏହି ରାଶି ବଢାଇ ୩୦୦୦ରୁ ୫୦୦୦ଟଙ୍କା କରିଦିଆଯାଇଛି ।

ଦେଶରେ ଲଗାତାର ଘାତକଙ୍କ ସଂଖ୍ୟା କମିବାରେ ଲାଗିଛି । ଯେତେବେଳେ କି ବର୍ତ୍ତମାନ ଏବଂ ଆଗାମୀ ସମୟରେ ମଧ୍ୟ ଅନେକ ଅପରାଧୀ ଅଛନ୍ତି ଯେଉଁମାନଙ୍କୁ ଫାଶିରେ ଝୁଲାଇବା କାମ ବାକି ଅଛି । ତେଣୁ କମୁଥିବା ଘାତକଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ମୃତ୍ୟୁର ଅନ୍ୟ ଉପାୟ ଗୁଡିକୁ ମଧ୍ୟ ସରକାର ଧ୍ୟାନ ଦେବା ଉଚିତ୍ ।

You might also like