ଖୁବ୍ ଶୀଘ୍ର ନୂଆ ୧୦୦ଟଙ୍କିଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଏହି ନୂଆ ନୋଟର ରଙ୍ଗର ରହିବ ବାଇଗଣୀ । ଏହା ସହ ଆକାର ରହିବ ୬୬ ମିଲିମିଟର ଞ୍ଚ ୧୪୨ ମିଲିମିଟର । ନୂଆ ନୋଟର ଫଟୋ ମଧ୍ୟ ଜାରି ହୋଇ ସାରିଛି । ତେବେ ନୂଆ ନୋଟରେ ରହିଛି ରାଣୀ କି ଭାବର ଚିତ୍ର । ତେବେ ଖବର ପଢିବା ପରେ କେବେ ଚିନ୍ତା କରିଛନ୍ତି କଣ ଏହି ରାଣୀ କି ଭାବ । କଣ ରହିଛି ନୂଆ ୧୦୦ ଟଙ୍କିଆ ନୋଟ୍ ସହ ଏହାର ସଂପର୍କ ।
କଣ ଏହି ରାଣୀ କି ଭାବ୍ :

ଗୁଜୁରାଟର ପାଟଣା ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ବାବଡି ବା ସିଡିଥିବା କୁଅ ହେଉଛି ରାଣୀ କି ଭାବ । ଯାହାକୁ ୨୦୧୪ରେ ବିଶ୍ବ ଐତିହ୍ୟରେ ସ୍ଥାନ ଦେଇଛି ୟୁନେସ୍କୋ । ୟୁନେସ୍କୋ ମୂତାବକ ସରସ୍ବତୀ ନଦୀ ସହ ଜଡିତ ରାଣୀ କି ଭାବ । ଏହାକୁ ୧୧ଶହ ଶତାବ୍ଦୀରେ ଜଣେ ରାଜାଙ୍କୁ ସ୍ମରଣ କରି ତିଆରି କରାଯାଇଥିଲା ।
କଣ ରହିଛି ଖାସ୍ :
ଭୂମିଗତ ଜଳ ସଂଶାଧନ ଏବଂ ଜଳ ସଂଗ୍ରହ ପ୍ରଣାଳୀର ଏକ ଅନନ୍ୟ ଉଦାହରଣ ହେଉଛି ରାଣୀ କି ଭାବ। ଯାହା ଭାରତୀୟ ମହାଦୀପରେ ଖୁବ୍ ଲୋକପ୍ରିୟ । ସାତ ମହଲା ବିଶିଷ୍ଟ ଏହି କୂଅରେ ମାରୁ – ଗୁର୍ଜର ସ୍ଥାପତ୍ୟ ଶୈଳୀର ଖୁବ୍ ସୁନ୍ଦର ଭାବରେ ପ୍ରୟୋଗ କରାଯାଇଛି । ଯାହା ଜଳ ସଂଗ୍ରହର ପ୍ରଣାଳୀ , ଉପାୟ ଏବଂ ଅନୁପାତକୁ ଅତ୍ୟନ୍ତ ସୁନ୍ଦର କଳା କ୍ଷମତାର ଜଟିଳତାକୁ ଦର୍ଶାଉଛି । ଜଳର ପବିତ୍ରତା ଏବଂ ତାହାର ମହତ୍ବକୁ ବୁଝାଇବା ପାଇଁ ଏହାକୁ ଅଧା ମନ୍ଦିର ଭଳି ଡିଜାଇନ୍ କରାଯାଇଛି ।
ରାଣୀ କି ଭାବର କାନ୍ଥ ଏବଂ ସ୍ତମ୍ଭରେ ଖୋଦେଇ କାମ ହୋଇଛି । ୫୦୦ରୁ ଅଧିକ ବଡ଼ ମୂର୍ତ୍ତି ଏବଂ ୧୦୦୦ରୁ ଅଧିକ ଛୋଟ ମୂର୍ତ୍ତିରେ ଏହି କାରୁକାର୍ୟ୍ୟ ହୋଇଛି । ଯେଉଁଥିରେ ଧାର୍ମିକ , ପୌରାଣିକ ଏବଂ ଧର୍ମନିରପେକ୍ଷ ଚିତ୍ରଗୁଡିକୁ ଅତ୍ୟନ୍ତ ନିଖୁଣ ଭାବରେ ସାଇତା ଯାଇଛି । ଯହା ଐତିହାସିକ ମହତ୍ବକୁ ବୁଝାଉଛି । ଏହି କାରୁକାର୍ୟ୍ୟ ମଧ୍ୟରୁ ଅଧିକାଂଶ ରାମ, ବାମନ, ମହିଷାସୁରମର୍ଦ୍ଦିନି ଏବଂ କଳକି ଆଦି ଅବତାରର ବିଭିନ୍ନ ରୂପରେ ଭଗବାନ ବିଷ୍ଣଙ୍କୁ ସମର୍ପିତ ହୋଇଛି ।
୧୦୦ ଟଙ୍କିଆ ନୋଟରେ ଏହାର ଛବି :
ଏହା ପ୍ରଥମ ନୁହେଁ ଯେତେବେଳେ ଦେଶର କୌଣସି ଐତିହ୍ୟକୁ ନୋଟରେ ଛପା ଯାଇଛି । ଭାରତର ସମ୍ପତ୍ତି ଏବଂ ଐତହାସିକ ସ୍ମାରକକୁ ଛାପିବାର ପ୍ରଚଳନ ଆଗରୁ ହିଁ ଥିଲା । ୨୦୧୬ରେ ବିମୁଦ୍ରାକରଣ ପରେ ଆସିଥିବା ନୂଆ ୫୦୦ ଟଙ୍କିଆ ନୋଟରେ ଲାଲ କିଲାର ଚିତ୍ର, ୨୦୦ ଟଙ୍କିଆ ନୋଟରେ ସାଞ୍ଚି ସ୍ତୁପ , ୫୦ ଟଙ୍କିଆ ନୋଟରେ ହାମ୍ପିର ରଥ ଛପାଯାଇଥିବା ବେଳେ ୧୦ଟଙ୍କିଆ ନୋଟରେ କୋଣାର୍କ ସୂର୍ୟ୍ୟ ମନ୍ଦିର ରଥର ଚକ ସ୍ଥାନ ପାଇଛି । ପ୍ରଥମେ ୫୦ ଟଙ୍କିଆ ନୋଟରେ ଭାରତୀୟ ସଂସଦ, ୨୦ ଟଙ୍କିଆ ନୋଟରେ କୋଣାର୍କ ସୂର୍ୟ୍ୟ ମନ୍ଦିର ରଥର ଚକ ଥିଲା ।