ଆପଣ ଜାଣନ୍ତି କି ଆଇନଷ୍ଟାଇନ ମଲାପରେ ତାଙ୍କ ବ୍ରେନକୁ କ’ଣ କରାଯାଇଥିଲା?

ଆଲବର୍ଟ ଆଇନଷ୍ଟାଇନ ଥିଲେ ଏକାଧାରରେ ଜଣେ ପଦାର୍ଥ ବିଜ୍ଞାନୀ ଏବଂ ଥିଓରୀ ଅଫ ରିଲେଟିଭିଟିର ଉଦ୍ଭାବକ । ତାଙ୍କ ପାଇଁ ସେ ଏ ଦୁନିଆରେ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ତାଙ୍କୁ ପ୍ରବଳ ମାତ୍ରାରେ ଭୟ କରୁଥିଲା ଏବଂ ସେଥିପାଇଁ ତାଙ୍କ ପଛରେ ସର୍ବଦା ଗୁପ୍ତଚର ଲଗାଇ ରଖୁଥିଲା। ସାରା ଦୁନିଆର ଲୋକମାନେ ଜାଣିବାକୁ ଚାଁହୁଥିଲେ ଯେ ଆଇନଷ୍ଟାଇନଙ୍କ ବ୍ରେନରେ ଏମିତି କଣ ଥିଲା ଯେ ସେ ଆପେକ୍ଷିକ ତତ୍ୱ ଭଳି ତତ୍ୱର ଅନୁସନ୍ଧାନ କରିଥିଲେ !

କିନ୍ତୁ ଆପଣମାନେ କଣ ଜାଣିଛନ୍ତି କି ଆଇନଷ୍ଟାଇନଙ୍କ ମୃତ୍ୟୁ ପରେ ତାଙ୍କ ବ୍ରେନକୁ କଣ କରାଯାଇଥିଲା? ଆଇନଷ୍ଟାଇନ ଚାଁହୁଥିଲେଯେ ତାଙ୍କ ମୃତ୍ୟୁ ପରେ ତାଙ୍କର ବ୍ରେନକୁ କୌଣସି ରିସର୍ଚ୍ଚ ନ କରି ତାଙ୍କର ମରଶରୀରକୁ ଗୋପନରେ ଦାହ କରାଯାଉ । ଏପ୍ରିଲ ୧୭, ୧୯୫୫ ମସିହାରେ ଯେତେବେଳେ ତାଙ୍କର ଇଂଟରନାଲ ବ୍ଲିଡ଼ଙ୍ଗ ହେଲା ତାଙ୍କ ଶରୀରର ମୁଖ୍ୟ ରକ୍ତନାଳୀ ସବୁ ନଷ୍ଟ ହେଇଯାଇଥିଲା ।

ତାଙ୍କୁ ହସ୍ପାତାଳ ନିଆଯାଇଥିଲା ଏବଂ ଡାକ୍ତର ସଂଗେ ସଂଗେ ସର୍ଜରୀ କରିବା ପାଇଁ ଉପଦେଶ ଦେଇଥିଲେ । କିନ୍ତୁ ସେ ଜାଣିଶୁଣି ସର୍ଜରୀରେ ଅବହେଳା କରିଥିଲେ ଏବଂ କହିଥିଲେ ଯେ ତାଙ୍କର ମୃତ୍ୟୁ ହେବାର ସମୟ ହେଇଗଲାଣି । ମୃତ୍ୟୁ ପୂର୍ବରୁ ସେ ଏକ ଚିଠିରେ ଲେଖିଥିଲେଯେ ସେ ମୃତ୍ୟୁ ବାରଣ କରିବାକୁ ଚାଁହୁଛନ୍ତି କାରଣ ତାଙ୍କର ସମସ୍ତ ଦାୟୀତ୍ୱ ସେ ନିର୍ବାହ କରିସାରିଛନ୍ତି । ତା ପରେ ସେ ହସ୍ପିଟାଲରେ ହିଁ ମୃତ୍ୟୁ ବରଣ କରିଥିଲେ ।

ତାଙ୍କ ମୃତ୍ୟୁପରେ ତାଙ୍କୁ ପରୀକ୍ଷା କରିବାକୁ ଆସିଥିବା ଡାକ୍ତର ତାଙ୍କର ବ୍ରେନକୁ ଚୋରାଇ ନେଇ ଯାଇଥିଲେ । ପ୍ରଥମେ ସେ ତାଙ୍କ ବ୍ରେନକୁ ଓଜନ କରିଥିଲେ ଯାହାର ଓଜନ ୧୨୩୦ ଗ୍ରାମ ହୋଇଥିଲା । ତାପରେ ସେ ତାକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରି ତାଙ୍କ ସଂଗ୍ରହାଳୟରେ ରଖି ପ୍ରାୟ ୪୦ ବର୍ଷ ଧରି ପରୀକ୍ଷା କରିଥିଲେ । ଏହାପରେ ସେ ତାଙ୍କର ବ୍ରେନକୁ ନେଇ ଜଣେ ବୈଜ୍ଞାନିକଙ୍କ ଦେଖାଇଥିଲେ ଯିଏକି ଏହାକୁ ୪୬ ଭାଗରେ ବିଭକ୍ତ କରିଥିଲେ । ପରେ ସେ ବୈଜ୍ଞାନିକ ଜଣକ ଆଇନଷ୍ଟାଇନଙ୍କ ବ୍ରେନକୁ ଏକ ସଂଗ୍ରହାଳୟକୁ ବିକ୍ରୟ କରି ଦେଇଥିଲେ । ଆଇନଷ୍ଟାଇନଙ୍କ ବ୍ରେନ ଏବେ United State ର Philadelphia ମିଉଜିଅମରେ ରଖା ଯାଇଅଛି ।

କିନ୍ତୁ ସେ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ବ୍ରେନକୁ ରିସର୍ଚ୍ଚ କରି କଣ ପାଇଥିଲେ ? ଅନ୍ତତଃ ସେ ଜାଣି ପାରିଥିଲେଯେ ତାଙ୍କର ବ୍ରେନ ସାଧାରଣ ଲୋକଙ୍କ ପରି ନ ଥିଲା । ତାଙ୍କ ବ୍ରେନର କିଛି ଅଂଶ ବହୁତ ବଡ ଥିଲା ଯୋଉଁଥିପାଇଁ ସେ ଗଣିତ ଏବଂ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ ଏବଂ ଦୁନିଆରେ ସୁପରମାନ ଭାବରେ ବେଶ ଜଣାଶୁଣା ଥିଲେ । କିନ୍ତୁ ବୈଜ୍ଞାନିକ ଜଣକ ତାଙ୍କ ରିସର୍ଚ୍ଚରୁ ଆଇନଷ୍ଟାଇନଙ୍କ ବ୍ରେନ ବିଷୟରେ ଆଉ କଣ ତଥ୍ୟ ପାଇଥିଲେ । ଜାଣିବା ଆମର ପରବର୍ତୀ ଆର୍ଟିକଲରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.