Categories: ସ୍ପେଶାଲ

ଜାହାଜରେ ହୋଇଥିଲା ସମସ୍ତ କୃ ମେମ୍ବରଙ୍କ ଏକକାଳୀନ ମୃତ୍ୟୁ, ଆଜି ବି ଏହାର ରହସ୍ୟ ଖୋଜି ପାଉନାହାନ୍ତି କେହି

ଆପଣ ଜୀବନରେ ହୁଏତ ଅନେକ ଥର ଜାହାଜ କିମ୍ବା ଉଡ଼ାଜାହାଜରେ ବସି କୌଣସି ଯାତ୍ରା କରିଥିବେ। କିନ୍ତୁ କେବେ ଶୁଣିବାକୁ ପାଇଛନ୍ତି କି, ପାଣିରେ ଯାଉଥିବା ବେଳେ ଜାହାଜରେ ଥିବା ସମସ୍ତ କୃ ମେମ୍ବରଙ୍କ ମୃତ୍ୟୁ ଏକସଙ୍ଗେ ହୋଇଯିବାର। ହଁ, ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହାର ରହସ୍ୟକୁ ଆଜି ପଯ୍ୟର୍ନ୍ତ କେହି ଉନ୍ମୋଚନ କରିପାରି ନାହାନ୍ତି।

୧୯୪୭ ମସିହା ଜୁନ ମାସର କଥା। କେତେକ ଜାହାଜ ବାଣିଜ୍ୟ ପଥ ଦେଇ ଫେରୁଥିବା ବେଳେ ହଠାତ୍‌ ହଡ଼ବଡ଼ କରିଦେବା ଭଳି ଏକ ସନ୍ଦେଶ ପହଞ୍ଚିଥିଲା। ଆଉ ତାହା ଥିଲା, ଅନ୍ୟ ଏକ ଜାହାଜର ସମସ୍ତ କୃ ମେମ୍ବରଙ୍କ ମୃତ୍ୟୁ ଏକସଙ୍ଗେ ହୋଇଯାଇଛି। ସେତେବେଳେ ଯେଉଁ ଜାହାଜ ପାଖରେ ଥିଲା, ସେ ସଙ୍ଗେ ସଙ୍ଗେ ସିଗନାଲ୍‌ ପାଇଥିଲା ଏବଂ ସେହି ଜାହାଜ ଆଡ଼କୁ ବଢ଼ିଥିଲା। ତେବେ ସବୁଠାରୁ ନିକଟତର ଥିଲା ମର୍ଚାଣ୍ଟ ଶିପ୍‌ ଦ ସିଲଭର୍‌ ଷ୍ଟାର, ଯାହାକି ସିଗନାଲ୍‌ ଆଡ଼କୁ ଖୁବ୍‌ ଜୋରରେ ମୁହାଁଇଥିଲା। ସମସ୍ତ ଜାହାଜ ଅରେଞ୍ଜ ମେଡାନ୍‌ରେ ପହଞ୍ଚିବା ପରେ ସାମ୍ନା ଦୃଶ୍ୟ ଦେଖି ସ୍ତମ୍ଭିଭୂତ ହୋଇଯାଇଥିଲେ।

ଏହାସହ ପଢ଼ନ୍ତୁ: ଆସୁଛନ୍ତି ମା’ ଦୁର୍ଗତିନାଶିନୀ: ‘ପରିବେଶ ସୁରକ୍ଷା’ ଥିମ୍‌ ଉପରେ ରହିବ ଫୋକସ୍‌, ପୂଜା ପେଣ୍ଡାଲରେ ଲାଗିବ ୫ ଲକ୍ଷ…

କାହା ଶରୀରରେ ନ ଥିଲା କ୍ଷତ ଚିହ୍ନ

ସେମାନେ ଦେଖିବାକୁ ପାଇଥିଲେ କି ସମସ୍ତ କୃ ମେମ୍ବରଙ୍କ ମୃତ୍ୟୁ ହୋଇଯାଇଛି। ଜାହାଜରେ ମୃତଦେହଗୁଡ଼ିକ ଏଠିସେଠି ବିଛୁରିତ ହୋଇ ପଡ଼ିଛି। ମଣିଷ ତ ମଣିଷ, ଜାହାଜରେ ଥିବା କୁକୁରର ମଧ୍ୟ ମୃତ୍ୟୁ ଘଟିଛି। ବଏଲର ରୁମ୍‌ରେ ପଡ଼ିଥିବା ମୃତଦେହ ପାଖକୁ ଯିବାରୁ ଅନ୍ୟ ଜାହାଜର କୃ ମେମ୍ବରଙ୍କୁ ବହୁତ ଥଣ୍ଡା ଲାଗିଥିଲା। ସେତେବେଳେ ସେଠାକାର ତାପମାତ୍ରା ଥିଲା ୧୧୦ ଡିଗ୍ରୀ। ଚକିତ କଲା ଭଳି କଥା ଥିଲା ଯେ ମୃତ୍ୟୁ ଘଟିଥିବା ସମସ୍ତ କୃ ମେମ୍ବରଙ୍କ ମୃତଦେହରେ କୌଣସି ପ୍ରକାର କ୍ଷତଚିହ୍ନ ନ ଥିଲା। କିଛି ଲୋକ ଏହାକୁ ପ୍ରାକୃତିକ ଗ୍ୟାସ୍‌ ସଂସ୍ପର୍ଶରେ ଆସିବା କାରଣରୁ ହୋଇଥିବା କହିଥିଲେ। ଯଦିଓ ଅଧିକାଂଶ ଲୋକ ଏହା ପଛରେ ଦୈବୀ ଶକ୍ତି ଥିବା କହିଥିଲେ, ତଥାପି ଆଜି ପଯ୍ୟର୍ନ୍ତ ଘଟଣା ପଛର ପ୍ରକୃତ ରହସ୍ୟ ଜଣାପଡ଼ିନି।

Roshni

Recent Posts

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

8 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

21 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

23 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

23 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

1 hour ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago