ଆଉ କେତେ ଦିନ ରହିବ ସୂର୍ଯ୍ୟଙ୍କ ଜୀବନ, ଯେତେ ଜୋରରେ ଜଳୁଛି ସେତେ ସରୁଛି ସୂର୍ଯ୍ୟଙ୍କ ତେଜ

ସୂର୍ଯ୍ୟଙ୍କୁ ନେଇ ପୁରାଣରେ ଅନେକ କଥାବସ୍ତୁ ରହିଛି । ଯାହାକୁ ଆମ ଭିତରୁ ଅନେକ ବିଶ୍ୱାସ କରନ୍ତି । ହେଲେ ଏମିତି କିଛି ଅଛି କି ଯାହା ଆମେ ଜାଣି ନାହାନ୍ତି ? ହଁ ଏମିତି ଅନେକ କଥା ରହସ୍ୟ ହୋଇ ରହିଛି । ଯାହାକୁ ଜାଣିବା ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ । ଏମିତିକି ବୈଜ୍ଞାନିକମାନେ ମଧ୍ୟ ଲାଗିଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଉନ୍ମେଚନ ପାଇଁ । ତଥାପି କେତେ ପ୍ରତିଶତ ଏଥିରେ ସଫଳ ହୋଇଛନ୍ତି ତାହା କହିବା ମୁସ୍କିଲ । ଏସବୁ ଭିତରେ ଗୋଟିଏ କଥା ସାମନାକୁ ଆସିଛି କି ସୂର୍ଯ୍ୟଙ୍କ ଆୟୁଷ କୁଆଡେ ସରି ଆସୁଛି ।

ସୂଚନା ଅନୁସାରେ ବୈଜ୍ଞାନିକମାନେ ଏପରି ଏକ ଚିତ୍ର ପାଇଛନ୍ତି ଯେଉଁଥିରୁ ସେମାନଙ୍କୁ ସୂର୍ଯ୍ୟଙ୍କ ବିଷୟରେ ନୂଆ ତଥ୍ୟ ମିଳିଛି । ଏହି ଚିତ୍ର ନାସା ୱାଶିଂଟନର ହବଲ ଟେଲିସ୍କୋପ ଦ୍ୱାରା ନିଆଯାଇଛି । ସର୍ବଶେଷରେ ସୂର୍ଯ୍ୟ କିପରି ଝାଉଁଳି ଯିବେ ଏହି ଚିତ୍ରରୁ ତାର ଅନୁମାନ କରାଯାଇପାରେ । ଏକଥା କୁହାଯାଉଛି ଯେ ସୂର୍ଯ୍ୟର ତେଜ କମିଗଲେ ଶେଷରେ ଏହା ଏକ ସଫେଦ ଗୋଲାକାର ପିଣ୍ଡ ବା ବିଧବା ବେଶ ଭଳି ଦେଖାଯିବ । ଅର୍ଥାତ ସୂର୍ଯ୍ୟ ଲିଭିଯିବ । ବୈଜ୍ଞାନିକଙ୍କ ଅନୁମାନ ୪.୫ ବିଲିୟନ ବର୍ଷ ପୂର୍ବେ ସୂର୍ଯ୍ୟର ସୃଷ୍ଟି । ଏହା ହାଇଡ୍ରୋଜେନ ଓ ହିଲିୟମ ଗ୍ୟାସର ଏକ ଗରମ ବଲ । ସିଧାସଳଖ କହିବାକୁ ଗଲେ ସୂର୍ଯ୍ୟ ଅଧା ଜଳି ସାରିଛି । ସୂର୍ଯ୍ୟଙ୍କର ବ୍ୟାସ ପ୍ରାୟ ୮ ଲକ୍ଷ ୬୪ ହଜାର ମାଇଲ ଓ ଭୂପୃଷ୍ଠର ତାପମାତ୍ରା ପ୍ରାୟ ୧୦ ହଜାର ଡିଗ୍ରୀ ଫାରେନହାଇଟ୍‌।

nasa photo
pc: presswire 18

ସୂର୍ଯ୍ୟଙ୍କ ପରି NGC ୨୪୩୮ ପ୍ଲାନେଟାରୀ ନବୁଲା ଏକ ତାରକା । ଏହା ପୃଥିବୀ ଠାରୁ ପ୍ରାୟ ୧୩୭୦ ଆଲୋକ ବର୍ଷ ଦୂରରେ ରହିଛି ।  ରିପୋର୍ଟରେ କୁହାଯାଇଛି ଯେ ସୂର୍ଯ୍ୟରେ ଥିବା ହାଇଡ୍ରୋଜେନ ଦିନେ ଶେଷ ହୋଇଯିବ । ଏହି କାରଣରୁ ସୂର୍ଯ୍ୟ ଅସ୍ଥିର ହୋଇ ଏକ ଧଳା କ୍ଷେତ୍ରରେ ପରିଣତ ହେବ । ନାସାର ହବଲ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ଚିତ୍ର ଗୁଡିକରୁ ସୂର୍ଯ୍ୟର ଅନେକ ରଙ୍ଗ ଦେଖା ଯାଇଛି । ଏହି ଫଟୋରେ ନୀଳ ରଙ୍ଗର ଅର୍ଥ ହେଉଛି ଅମ୍ଳଜାନ, ସବୁଜ ହେଉଛି ହାଇଡ୍ରୋଜେନ, କମଳା ରଙ୍ଗର ଅର୍ଥ ନାଇଟ୍ରୋଜେନ ଓ ଲାଲ ରଙ୍ଗ ହେଉଛି ଗନ୍ଧକ । ବୈଜ୍ଞାନିକଙ୍କ ମତରେ ଆମ ସୌର ମଣ୍ଡଳର ମୁଖ୍ୟ ଗ୍ରହ ହେଉଛି ସୂର୍ଯ୍ୟ । ତେବେ ଏହା ଏକ ତାର । କେବଳ ପୃଥିବୀର ପାଖାପାଖି ରହିଥିବାରୁ ଆମକୁ ବଡ଼ ଦେଖଶ ଯାଉଛି । ମହାକାଶରେ ଅନେକ ତାରା ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ତାରାର ମୃତ୍ୟୁ ବି ଘଟିଲାଣି । ଏହି ମୃତ ତାରାଙ୍କୁ ନେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି । ଯାହା ଦ୍ୱାରା ସୂର୍ଯ୍ୟଙ୍କର ଆୟୁଷ ଆଉ କେତେ ବର୍ଷ ତାକୁ ନେଇ ତଥ୍ୟ ମିଳିବ ବୋଲି ସେମାନେ ଆଶା କରିଛନ୍ତି ।

nasa photo one
pc: nasa

ଆହୁରି ମଧ୍ୟ ଏକଥା ଜଣାପଡ଼ିଛି ଯେ କୌଣସି ତାରାର ମୃତ୍ୟୁ ପୂର୍ବରୁ ସେଥିରୁ ଭୀଷଣ ଗ୍ୟାସ ଓ ଧୂଳି ନିର୍ଗତ ହୁଏ । ଫଳରେ ଏହା ସ୍ୱାଭାବିକ ତାପମାତ୍ରା ଠାରୁ ତିନିଗୁଣ ଅଧିକ ଗରମ ହୋଇଯାଏ । ଏହାମଧ୍ୟ କୁହାଯାଉଛି କି ପ୍ରତି ଶହେ କୋଟି ବର୍ଷରେ ସୂର୍ଯ୍ୟର ତାପ ୧୦ ଗୁଣ ବଢ଼ି ଯାଉଛି । ଯାହା ଏହାର ଆୟୁ କ୍ଷୟର ସୂଚନା ଦେଉଛି । ଶେଷରେ ଏହା ଥଣ୍ଡା ହୋଇଯିବ । ତେଣୁ ସୂର୍ଯ୍ୟର ମୃତ୍ୟୁ ବେଳକୁ ମଧ୍ୟ ଏଭଳି କିଛି ଘଟିବ ବୋଲି ସେମାନେ ଅନୁମାନ କରୁଛନ୍ତି । ବୈଜ୍ଞାନିକମାନଙ୍କ ଅନୁସାରେ ମହାକାଶରେ ସୂଯ୍ୟର୍ଙ୍କ ତୁଳନାରେ ଆହୁରି ବଡ଼ ବଡ଼ ତାରା ରହିଛନ୍ତି । ସୂର୍ଯ୍ୟ ହେଉଛି ଏକ ଦୁର୍ବଳ ତାରା । ତେଣୁ ଦିନେ ନା ଦିନେ ଏହାର ତେଜ ସରିଯିବ । ହେଲେ ତା ପରେ ପୃଥିବୀର କଣ ହେବ ସେକଥା କେହି କହିବାକୁ ସକ୍ଷମ ନୁହନ୍ତି ।

ତେବେ କିଛି ବିଜ୍ଞାନୀଙ୍କ ମତ ହେଉଛି ସୂର୍ଯ୍ୟର ଆୟୁଷ ୪୬୦ ହଜାର କୋଟି ବର୍ଷ । ଏହାର ଆୟୁଷ ଆହୁରି ହଜାରେ କୋଟି ବର୍ଷ ରହିଛି । ତେବେ ସୂର୍ଯ୍ୟର ମୃତ୍ୟୁ ସହ ସୌରମଣ୍ଡଳରେ ବିଭିନ୍ନ ପ୍ରତିକ୍ରିୟା ଦେଖାଦେବ । ଆଗାମୀ ୫୦୦ କୋଟି ବର୍ଷ ପରେ ସମ୍ଭତଃ ସୂର୍ଯ୍ୟ ଏକ ବିଶାଳ ଲାଲ ପିଣ୍ଡରୁ କ୍ଷୁଦ୍ର ସଫେଦ ପିଣ୍ଡରେ ପରିଣତ ହୋଇ ପାରେ ବୋଲି ମହାକାଶ ବିଜ୍ଞାନୀ ଭବିଷ୍ୟବାଣୀ କରିଛନ୍ତି । ୧୯୯୦ ମସିହାରେ ନାସା ହବଲ ସ୍ପେସ ଟେଲିସ୍କୋପ ଲଞ୍ଚ କରିଥିଲା । ଏହାକୁ ପୃଥିବୀ କକ୍ଷପଥରେ ପଠାଯାଇଥିଲା । ହବଲ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ସ୍ଥାନର ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଚିତ୍ର ବାହାରକୁ ଆସେ । ଏହି ଫଟୋ ଗୁଡିକ ନାସାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.