କେବେଠୁ ଆଉ କାହାଠୁ ଆରମ୍ଭ ଫ୍ୟାଶନ ସୋ….

ସମୟ ବଦଳିଗଲାଣି । ଦିନକୁ ଦିନ ସମୟ ଅନୁସାରେ ସବୁକିଛି ବଦଳିବାରେ ଲାଗିଛି । ଆଉ ଟ୍ରେଣ୍ଡ କଥା ଯଦି କହିବା ତାହା ତ ପ୍ରତିଦିନ ଚେଞ୍ଜ ହେଉଛି । ପ୍ରତିଟି ଜିନିଷ ଏବେ ନୂଆ ଷ୍ଟାଇଲରେ । ଏମିତିକି ପୁରୁଣା ବି ନୂଆଁ ଭର୍ସନରେ ଦେଖିବାକୁ ମିଳୁଛି । କାହିଁକି ନା ଆମେ ଏବେ ସ୍ମାର୍ଟ ଆଣ୍ଡ ସ୍ଲିମ ଜେନେରେସନରେ ଗଣାଯାଉଛେ । ବର୍ତ୍ତମାନ ସମୟରେ କିଛି ନୂଆ ଆରମ୍ଭ ଏକ ନୂଆ ମେଥର୍ଡ ସହ ହେବାକୁ ଲୋକେ ପସନ୍ଦ କରୁଛନ୍ତି । ପାରମ୍ପରିକ ଢ଼ାଞ୍ଚା ଆଉ ନାହିଁ । ଏବେ ଯାହା କିଚି ଚେଞ୍ଜ ସାଙ୍ଗେ ସାଙ୍ଗେ ତାର ସ୍ୟାମ୍ପଲ ସିଧା ଲୋକଙ୍କ ସାମନାରେ ।

ଆପଣ ଫ୍ୟାଶନ ସୋ ତ ଦେଖିଥିବେ । ସାଧାସଳଖ ନହେଲେ ବି ଦୂରରୁ ହେଉ ଅବା ଟିଭିରେ କିମ୍ବା କେଉଁ ଭିଡିଓରେ । ଏହି ଫ୍ୟାଶନ ସୋ ଏଇଥିପାଇଁ ହୋଇଥାଏ କିଚି ନୂଆ ଜିନିଷର ପ୍ରସାର ପ୍ରଚାର ଅର୍ଥାତ ପ୍ରଦର୍ଶନ ଲକ୍ଷ୍ୟରେ । ତେଣୁ ଗୋଟେ ନୂଆ ଅନୁଭବ ଦେବା ପାଇଁ କରାଯାଇଥାଏ ଫ୍ୟାଶନ ସୋ । ଏଥିରେ କିଛି ମଡେଲ୍ସ ସେମାନଙ୍କ ଆସେସରିଜ ସହ ର‍୍ୟାମ୍ପରେ ଓହ୍ଲାଇତାନ୍ତି ମାନେ ଚାଲିଥାନ୍ତି । ଆଇ ଏହି ଆସେସରିଜ ମଧ୍ୟରେ ହୁଏତ କପଡା ଆଇଟମ୍ସ କିମ୍ବା ଗହଣା ବା ଜୁଲରି, ଅଥବା ଫୁଟୱିଅର, ଏମିତିକି ୟୁଜେବଲ ଥିଙ୍ଗସ ମାନେ ପର୍ସ କିମ୍ବା ଅନ୍ୟାନ୍ୟ । ଏସବୁକୁ ଶୋରେ ପ୍ରଦର୍ଶିତ କରିଥାନ୍ତି ମଡେଲ୍ସ । କିନ୍ତୁ ଏହାର ଇତିହାସ କେଉଁଠୁ ଓ କିଏ ଆରମ୍ଭ କରିଥିଲେ ଏହାକୁ । ଜାଣିବା ଏହି ଭିଡିଓରେ ।

fashion and culture..
Picture credit-Fashion and culture

ପ୍ରକୃତରେ ଫ୍ୟାଶନ ସୋର ଇତିହାସ ୧୯ଶହ ଶତାବ୍ଦି ସହ ଯୋଡା । ରିପୋର୍ଟ ହିସାବରେ ଜଣେ ବ୍ରିଟିଶ ଫ୍ୟାଶନ ଡିଜାଇନର ଯାହାଙ୍କ ନାମ ଚାର୍ଲ୍ସ ଫ୍ରେଡରିକ । ଯିଏ କି ପ୍ରଥମ ଥର ଏହି ଆଇଡିଆ ଆଣିଥିଲେ । ସେ ଯାହା କପଡା ଡିଜାଇନ କଲେ, ତାହାକୁ ମଡେଲ୍ସଙ୍କ ଦ୍ୱାରା ପ୍ରଦର୍ଶନ କରିବାକୁ ଲାଗିଲେ । ପ୍ରଥମେ ତ କପଡା ଆଇଟମର ପ୍ରଦର୍ଶନ ପାଇଁ ଏକ କୁତ୍ରିମ ପୁତ୍ତୁଳାକୁ ବ୍ୟବହାର କରି ଏହାକୁ ପ୍ରଦର୍ଶନ କରାଯାଉଥିଲା । କିନ୍ତୁ ବ୍ରିଟିଶ ଫ୍ୟାଶନ ଡିଜାଇନର ଚାର୍ଲ୍ସ ଫ୍ରେଡରିକ ପ୍ରଥମ ଥର ମଡେଲ୍ସଙ୍କ ଦ୍ୱାରା କପଡାର ପ୍ରଦର୍ଶନ କଲେ । ଏହା ଇତିହାସରେ ପ୍ରଥମ ଥିଲା ଯେଉଁଥିରେ କି ଜୀବିତ ମଡେଲ ମାନେ ପୁତ୍ତୁଳା ବଦଳରେ ମଣିଷ ମଡେଲ ହୋଇଥିବାର ନଜର ଆସିଥିଲେ । ଏହାକୁ ସେତେବେଳେ ଫ୍ୟାଶନ ପରେଡର ନାମ ଦିଆଗଲା ।

ଏହା ପରେ ପରେ ଲଣ୍ଡନ ଓ ନ୍ୟୁୟର୍କରେ ମଧ୍ୟ ଫ୍ୟାଶନ ପରେଡ ଆୟୋଜିତ ହେବାରେ ଲାଗିଲେ । କାରଣ ଚାର୍ଲ୍ସଙ୍କ ଆଇଡିଆ ଏପର୍ଯ୍ୟନ୍ତ ପହଞ୍ଚିସାରିଥିଲା । ଯଦିଓ ସେ ସମୟରେ ଏହି ଶୋ ଛୋଟ ଆକାରରେ ହେଉଥିଲା କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଫ୍ୟାଶନ ଶୋର ଏକ ଅଲଗା ପ୍ରକାରରେ ବ୍ୟାପିବାରେ ଲାଗିଲା । ଏମିତିକି ୧୯୪୭ରେ ଫ୍ରାନ୍ସର ପ୍ୟାରିସରେ ଫ୍ୟାଶନ ଡିଜାଇନର କ୍ରିଷ୍ଟିଆନ ଡିଓର ସ୍କଟ ପିନ୍ଧିଥିବା ପତଳା ଓ ସୁନ୍ଦର ଝିଅଙ୍କ ସହ ଶୋ କଲେ ।

କ୍ରିଷ୍ଟିୟନଙ୍କ ଏହି ଶୋ ମହିଳାଙ୍କ ନୂଆ ପ୍ରକାରର ରୂପକୁ ନେଇ ହୋଇଥିଲା । ଏହିଭଳି ଭାବରେ ମହିଲାଙ୍କ ସମ୍ପୃକ୍ତି ଫ୍ୟାଶନ ଇଣ୍ଡଷ୍ଟିରେ ଅଧିକ ମାତ୍ରାରେ ପଡିବାରେ ଲାଗିଲା । ତେବେ କୁହାଯାଇପାରିବ କି ଏହି ବିନା ଏକ୍ସପ୍ରେସନ ୱାଲା ର‍୍ୟାମ୍ପ ଶୋର ଆରମ୍ଭ ୧୦୦ ବର୍ଷ ପୁରୁଣା । ପାଖାପାକି ୧୯୬୦ରେ ଏହାକୁ ବହୁତ ହି ସାନ୍ଦାର ଭାବରେ ଗ୍ରହଣ କରାଯିବାରେ ଲାଗିଲା । ଆଉ ଏବେ ତ ଆମ ଭାରତୀୟ ନାରୀ ଅର୍ଥାତ ଆମ ଭାରତୀୟ ମଡେଲ୍ସ ଅନେକ କମ୍ପାନୀ ସହ ମଧ୍ୟ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.