ଷ୍ଟେସନ ଭାଙ୍ଗି ବାହାରକୁ ଚାଲିଗଲା ମେଟ୍ରୋ, କିନ୍ତୁ ଏକ ବଡ ଦୁର୍ଘଟଣାରୁ ବଞ୍ଚାଇଦେଲା ତିମି ଲାଞ୍ଜ

ନେଦର ଲ୍ୟାଣ୍ଡରେ ଏକ ବଡ ଦୁର୍ଘଟଣା ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛି। ଏଠାରେ ଏକ ମେଟ୍ରୋ ଟ୍ରେନ ଅନ୍ତ୍ରିୟନ୍ତ୍ରିତ ହୋଇ ବାରିଅର ଭାଙ୍ଗି ଷ୍ଟେସନରୁ ବାହାରି ପଡିଥିଲା। କିନ୍ତୁ ସେଠାରେ ଥିବା ଏକ ବିଶାଳ ହ୍ବେଲ ମାଛର ଲାଙ୍ଗୁଡରେ ଝୁଲି ହୋଇ ରହିଗଲା। ଏହି ଘଟଣା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଯିବ।
ରିପୋର୍ଟ ମୁତାବକ, ଘଟଣାରେ ମେଟ୍ରୋ ଟ୍ରେନଟି ଷ୍ଟେସନରୁ ଅନ୍ତ୍ରିୟନ୍ତ୍ରିତ ହୋଇ ବାହାରକୁ ବାହାରିଯାଇଥିଲା। ଟ୍ରେନଟି ଦୁର୍ଘଟଣାରେ ଅଧିକ ମାତ୍ରାରେ କ୍ଷତିଗସ୍ତ ହୋଇଥିଲା ଏବଂ ପଛ ଭାଗର ଝରକା ସବୁ ଭାଙ୍ଗି ଯାଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯକର କଥା, ଟ୍ରେନରେ ଥିବା କୌଣସି ଯାତ୍ରୀ ଆହତ ହୋଇନଥିଲେ।
କଥା କ’ଣ କି, ନେଦରଲ୍ୟାଣ୍ଡର ସ୍ପିଜେନାକିସେ ସହରର ଏକ ମେଟ୍ରୋ ଷ୍ଟେସନରେ ଏହି ଦୁଘର୍ଟଣା ଘଟିଥିଲା। ଟ୍ରେନଟି ହଠାତ୍ ନିଜର ନିୟନ୍ତ୍ରଣ ହରାଇ ଟ୍ରାକରେ ଶେଷକୁ ଯାଇ ପବନରେ ଝୁଲିଥିଲା। ଷ୍ଟେସନ ଶେଷରେ ଥିବା ଏକ ବଡ ତିମି ମାଛର ଲାଙ୍ଗୁଡ ଯୋଗୁଁ ଟ୍ରେନ ତା’ ସହିତ ଲଟକି ରହିଥିଲା। ଫଟୋ ଦେଖି ଆପଣ ଅନୁମାନ କରିପାରୁଥିବେ। ଯଦି ଏହି ତିମିର ଲାଙ୍ଗୁଡ ମୂର୍ତ୍ତି ଏଠାରେ ନଥାନ୍ତି, ତେବେ କେତେ ବଡ ଦୁର୍ଘଟଣା ଘଟିଥାନ୍ତା।
ଏହି ଘଟଣାରେ ସ୍ଥାନୀୟ ସୁରକ୍ଷା ପ୍ରାଧିକରଣ ପକ୍ଷରୁ ବିଶେଷଜ୍ଞଙ୍କ ଏକ ଟିମ୍ ଗଠନ କରାଯାଇଛି। ଘଟଣା ବିଷୟରେ ପତ୍ତା ଲଗାଇବା ପାଇଁ ଏହାର ଅଧିକାରୀ ମେଟ୍ରୋ ଟ୍ରେନର ଡ୍ରାଇଭରକୁ ପଚରାଉଚରା ଚାଲିଛି। ଉଦ୍ଧାରକାରୀ ଦଳଙ୍କ ଦ୍ବାରା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇସାରିଛି।