Categories: ସ୍ପେଶାଲ

୨୦ ଜଣଙ୍କୁ ଧାଡ଼ିରେ ଠିଆ କରି ଗୁଳି ମାରିଥିଲେ ଫୁଲନ ଦେବୀ, ଆସନ୍ତାକାଲି ହେବ ମାମଲାର ଶୁଣାଣି

ବହୁଚର୍ଚ୍ଚିତ ନରସଂହାର ବେହମଇ କାଣ୍ଡର ଶୁଣାଣି ୯ ବର୍ଷ ପରେ ହେବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ଜାନୁୟାରୀ ୬ ତାରିଖରେ ଏହି ମାମଲାର ରାୟ ଆସିବ। କାନ୍‌ପୁର ଠାରୁ ୯୫ କିଲୋମିଟର ଦୂର ବେହମଇରେ ୧୪ ଫେବ୍ରୁଆରୀ ୧୯୮୧ ମସିହାରେ ବେହମଇ କାଣ୍ଡ ଘଟିଥିଲା। ଏଥିରେ ଫୁଲନ ଓ ତାଙ୍କ ୩୫ ଜଣ ସାଥୀ ୨୦ ଜଣଙ୍କୁ ଗୁଳିମାରି ହତ୍ୟା କରିଥିଲେ।

ଏହି ମାମଲାରେ ୩୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ମାତ୍ର ୫ ଜଣଙ୍କ ଉପରେ କେସ୍‌ ରୁଜୁ ହୋଇଥିଲା। ଏଥିରେ ଶ୍ୟାମ ବାବୁ, ଭିଖା, ବିଶ୍ୱନାଥ, ପୋଶା ଓ ରାମ ସିଂହ ସାମିଲ ଥିଲେ। ଗତବର୍ଷ ଫେବ୍ରୁଆରୀ ୧୩ ତାରିଖରେ ଜେଲ୍‌ରେ ରାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ପୋଶା ଏବେ ଜେଲ୍‌ରେ ଥିବା ବେଳେ ଅନ୍ୟ ୩ ଜଣ ଜାମିନ୍‌ ପାଇଛନ୍ତି। ଏହି ମାମଲାର ମାତ୍ର ୬ ଜଣ ସାକ୍ଷୀ ଥିଲେ। ସେଥିରୁ ୨ ଜଣ ହିଁ ଜୀବିତ ଅଛନ୍ତି। ସେହିପରି ମାମଲାର ଶୁଣାଣି ବେଳେ ଅନ୍ୟ ୧୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

ଫୁଲନ ଦେବୀ ମୋଷ୍ଟ ଓ୍ଵାଣ୍ଟେଡ୍‌ ହେଲେ କେମିତି?

୧୯୬୩ ମସିହା ଅଗଷ୍ଟ ୧୦ ତାରିଖରେ ଉତ୍ତର ପ୍ରଦେଶର ଜାଲୌନର ଘୁରାର ପୁରବା ଗାଁରେ ଫୁଲନ ଦେବୀଙ୍କ ଜନ୍ମ। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିଲା, କିନ୍ତୁ ପିଲାବେଳୁ ହିଁ ଫୁଲନ ଦେବୀ ସାହସୀ ଥିଲେ। ୧୦ ବର୍ଷ ବୟସରେ ଯେତେବେଳେ ସେ ଜାଣିଲେ ଯେ ତାଙ୍କ ଦାଦା ତାଙ୍କ ଜମି ହଡ଼ପ କରିଛନ୍ତି ସେ ସେତେବେଳେ ତାଙ୍କୁ ଇଟା ଫିଙ୍ଗି ଦେଇଥିଲେ। ସେହି ସମୟରେ ଫୁଲନଙ୍କ ବିରୋଧରେ ଡକାୟତି ମାମଲା ରୁଜୁ ହୋଇଥିଲା। ଫୁଲନ୍‌ଙ୍କୁ ଏଥିପାଇଁ ଜେଲ୍‌ ମଧ୍ୟ ହୋଇଥିଲା। ଜେଲରୁ ମୁକୁଳିବା ପରେ ସେ ଡକାୟତ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ସେତେବେଳେ ଅନ୍ୟ ଗ୍ୟାଙ୍ଗର ଲୋକମାନେ ଫୁଲନ୍‌ଙ୍କୁ ଗଣଦୁଷ୍କର୍ମ କରିଥିଲେ। ତାହାର ପ୍ରତିଶୋଧ ନେବାକୁ ଯାଇ ଫୁଲନ ୨୦ ଜଣଙ୍କୁ ଗୁଳି କରି ମାରିଦେଇଥିଲେ। ଏହି ଘଟଣା ପରେ ସେ ମୋଷ୍ଟ ଓ୍ଵାଣ୍ଟେଡ୍‌ କ୍ୱିନ୍‌ ଭାବେ ପରିଚିତ ହେଲେ।

ବେହମଇ କାଣ୍ଡ ପରେ ଫୁଲନ ଦେବୀ ମଧ୍ୟପ୍ରଦେଶ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ମିରଜାପୁରର ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପୂର୍ବରୁ ସେ ଦୀର୍ଘ ସମୟ ଧରି ଗ୍ଵାଲିୟର ଓ ଜବଲପୁରର ଜେଲରେ ଥିଲେ। ୨୦୦୧ ମସିହାରେ ଶେର ସିଂହ ରାଣା ନାମକ ଜଣେ ବ୍ୟକ୍ତି ଦିଲ୍ଲୀରେ ଫୁଲନ୍‌ ଦେବୀଙ୍କ ଘର ସାମ୍ନାରେ ତାଙ୍କୁ ହତ୍ୟା କରିଥିଲା।

WCW 11

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

17 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

33 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

42 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

51 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago