ବର ଖବରକାଗଜ ପଢ଼ି ନପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା

ଆପଣ ବାହାଘର ଭାଙ୍ଗିବାର ଅନେକ କାରଣ ଶୁଣିଥିବେ । କିନ୍ତୁ ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା ସହ ବର ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

ଖବରକାଗଜ ପଢ଼ିନପାରିବାର ଅର୍ଥ ନୁହେଁ ବର ଅଶିକ୍ଷିତ ବରଂ ଦୃଷ୍ଟିଶକ୍ତିର ସମସ୍ୟା। ଦୃଷ୍ଟିଶକ୍ତି ଯୋଗୁଁ ସେ ପଢ଼ିବାକୁ ଅକ୍ଷମ ହୋଇଥିଲେ। ଫଳରେ କନ୍ୟା ବାହାଘର ଭାଙ୍ଗି ଦେଇଛନ୍ତି।

ସୂଚନା ମୁତାବକ, ଅରାୟା ଜିଲ୍ଲାର ଜମାଲିପୁର ବାସିନ୍ଦା ଅର୍ଜୁନ ସିଂ ନିଜ ଝିଅ ଅର୍ଚ୍ଚନାଙ୍କ ବାହାଘର ଶିବମଙ୍କ ସହ ସ୍ଥିର କରିଥିଲେ। ଉଚ୍ଚଶିକ୍ଷିତ ଯୁବକକୁ ଅର୍ଜୁନ ସିଂଙ୍କୁ ପ୍ରଥମ ନଜରରେ ପୁଅ ପସନ୍ଦ କରିଥିଲେ। ପରେ ସମସ୍ତ ପ୍ରସ୍ତୁତି ସହ ବାହାଘର ଠିକ୍ ହୋଇଥିଲା। କନ୍ୟାଘର ପକ୍ଷରୁ ଯୌତୁକ ବାବଦକୁ ମୋଟରସାଇକେଲ୍ ଏବଂ ନଗଦ ଦେବା ଧାର୍ଯ୍ୟ ହୋଇଥିଲା। ଜୁନ୍ ୨୦ରେ ଘରକୁ ବରଯାତ୍ରୀ ଆସିବା ସହ ଆରମ୍ଭ ହୋଇଥିଲା ବାହାଘର ରୀତିନୀତି।

କିନ୍ତୁ ବିବାହ ସମୟରେ ବର ସବୁବେଳେ ଆଖିରେ ଚଷମା ପିନ୍ଧିବା କାରଣରୁ ଘରର ମହିଳାମାନେ ସନ୍ଦେହ କରିଥିଲେ। ଏହାକୁ ନେଇ ଯେତେବେଳେ ଶିବମଙ୍କୁ ବିନା ଚଷମାରେ ଖବରକାଗଜ ପଢ଼ିବାକୁ ଦିଆଗଲା, ସେ ବିନା ଚଷମାରେ ଶିବମ ଖବରକାଗଜ ପଢିପାରି ନଥିଲେ। କାରଣ ତାଙ୍କୁ ବିନା ଚଷମାରେ କିଛି ଦେଖାଯାଏ ନାହିଁ। ଏହା ଜାଣିବା ପରେ ଅର୍ଚ୍ଚନା ତୁରନ୍ତ ବାହାଘର ପାଇଁ ମନା କରିଥିଲେ। ଅର୍ଚ୍ଚନାଙ୍କ ନିଷ୍ପତ୍ତିକୁ ଘରଲୋକେ ଗ୍ରହଣ କରିବା ସହ ବାହାଘର ଭାଙ୍ଗି ଦେଇଥିଲେ ।

ଏହା ପରେ ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ବାହାଘର ଭାଙ୍ଗିବା ପରେ କନ୍ୟାଘର ଲୋକେ ଯୌତୁକ ବାବଦରେ ଦେଇଥିବା ନଗଦ ଟଙ୍କା, ଗାଡି ଫେରାଇବା କହିଥିଲେ ଓ ବାହାଘରରେ ଖର୍ଚ୍ଚ ହୋଇଥିବା ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ। ପୁଅଘର ଲୋକେ ଏଥିପାଇଁ ମନାକରିବାକୁ ଝିଅ ପକ୍ଷ ଦ୍ୱାରା ମାମଲା ରୁଜୁ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.