କେଉଁଠାରୁ ଆସିଥିଲା ରିକ୍ସା ଶବ୍ଦ ? ଜାଣନ୍ତୁ ରୋଚକ ତଥ୍ୟ
ଟେକ୍ନୋଲୋଜି ବହୁତ ଉନ୍ନତ ହୋଇଛି, ଲୋକେ ଗାଡ଼ି ମଟରରେ ଯିବାର ସୁବିଧା ଉଠାଉଛନ୍ତି । କିନ୍ତୁ ପୁରୁଣା ସମୟରେ ଲୋକେ ଅଳ୍ପ ଦୂରକୁ ଯିବା ପାଇଁ ରିକ୍ସା ଉପରେ ହିଁ ନିର୍ଭର କରୁଥିଲେ । ଯାହାର ମଜା କିଛି ଭିନ୍ନ ଥିଲା । କିନ୍ତୁ ଆପଣ କେବେ ଭାବିଛନ୍ତି କି ‘ରିକ୍ସା’ ଶବ୍ଦ କେଉଁଠୁ ଆସିଛି ?
ଭାରତରେ ରିକ୍ସା ଇତିହାସ ବହୁତ ପୁରୁଣା । ଯେତେବେଳେ ରାସ୍ତାରେ ଅନ୍ୟ କୌଣସି ଗାଡ଼ି ଚଳପ୍ରଚଳ ହେଉନଥିଲା, ସେତେବେଳେ ରିକ୍ସା ପରିବହନର ମୁଖ୍ୟ ମାଧ୍ୟମ ଥିଲା । ‘ରିକ୍ସା’ ଶବ୍ଦଟି ଜାପାନ ଭାଷାରୁ ଆସିଛି, ଯେଉଁଥିରେ ‘ରିକ୍ସା’ର ଅର୍ଥ ହେଉଛି’ ମଣିଷ ଟାଣୁଥିବା ଗାଡ଼ି ‘ । ଆରମ୍ଭରେ ଏହି ଶବ୍ଦ ଜାପାନରେ ବ୍ୟବହୃତ ହୋଇଥିଲା, ପରେ ଧୀରେ ଧୀରେ ଏହା ଭାରତ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବ୍ୟବହୃତ ହେବାକୁ ଲାଗିଲା ।
ବର୍ତ୍ତମାନ ନୂଆ ନୂଆ ଗାଡ଼ି ବାହାରୁଛି, ଯାହା ଇଲେକ୍ଟ୍ରି ସାହାଯ୍ୟରେ ଚାଲୁଛି । କିନ୍ତୁ ରିକ୍ସା ଲୋକମାନଙ୍କ ମଧ୍ୟରେ ଆଜି ବି ବହୁତ ଲୋକପ୍ରିୟ ଏବଂ ଟ୍ରେଣ୍ଡରୁ ବାହାରି ନାହିଁ । କେତେକ ସ୍ଥାନରେ ଆପଣ ସୁସଜ୍ଜିତ ରିକ୍ସା ଦେଖିଥିବେ ଏବଂ କେତେକ ସ୍ଥାନରେ ଆପଣ ସାମାନ୍ୟ ଆଧୁନିକ ରିକ୍ସା ଦେଖିଥିବେ । ସମୟ ସହିତ ରିକ୍ସାର ଡିଜାଇନ୍ ବଦଳି ଯାଇଛି, କିନ୍ତୁ ରିକ୍ସାର ଉପଯୋଗିତା ଆଜି ବି ଲୋକଙ୍କ ମନରେ ରହିଛି । ରିକ୍ସା ଅନେକ ଲୋକଙ୍କର ପ୍ରିୟ ଯାନ ଭାବେ ବେଶ ପରିଚିତ ।
ରିକ୍ସା ଶବ୍ଦ ଜାପାନରୁ ଆସିଥିବା ବେଳେ ଜାପାନରେ ‘ରିକ୍’ ର ଅର୍ଥ ହେଉଛି ‘ମଣିଷ’ ଏବଂ ‘ସା’ର ଅର୍ଥ ହେଉଛି ‘ବାହନ’ । ଏହି ଶବ୍ଦ ସର୍ବ ପ୍ରଥମେ ଜାପାନରେ ବ୍ୟବହାର ହୋଇଥିଲା । ପରେ ଏହି ଶବ୍ଦ ଭାରତ ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ ବ୍ୟବହାର ହୋଇଥିଲା ।
ପ୍ରଥମ ଥର ପାଇଁ ଜାପାନରେ ୧୮୭୯ ମସିହାରେ ମଣିଷ ଦ୍ବାରା ଟଣା ଯାଉଥିବା ରିକ୍ସା ସାମ୍ନାକୁ ଆସିଥିଲା । ଏହା ଶସ୍ତା ଥିଲା ଯେଉଁଥିପାଇଁ ପରିବହନରେ ଏହା ବେଶ ସହାୟକ ହୋଇପାରିଥିଲା । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ଲୋକେ ରିକ୍ସାରେ ଯିବା ଅପେକ୍ଷା ଯାନ୍ତ୍ରିକ ବାହନରେ ଯିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ବାରା ମଣିଷର ସମୟ ବଞ୍ଚୁଛି । କିନ୍ତୁ କିଛି ଲୋକ ଏବେ ବି ରିକ୍ସାରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଯାହା ରିକ୍ସା ବ୍ୟବସାୟୀଙ୍କ ପେଟକୁ ଦାନା ଯୋଗାଉଛି ।