ରାବଣର ମୃତ ଦେହ ଦେଖିବାକୁ ଚାହୁଁଛନ୍ତି ଯଦି ଯାଆନ୍ତୁ ଏହି ଗୁମ୍ଫାକୁ , ଏବେ ବି ରହିଛି ସୁରକ୍ଷିତ 

ଆଜି ସାରା ଦେଶରେ ଧୁମ ଧାମରେ ଦଶହରା ପର୍ବ ପାଳନ କରାଯିବ । ଭାରତରେ ଏମିତି କେହି ନାହିଁ ଯିଏ ଦଶାନନ ରାବଣକୁ ଜାଣି ନଥିବ । ସେ ଅଧର୍ମର ଏକ ଏମିତି ପ୍ରତୀକ ବନିଯାଇଥିଲା ଯାହାକୁ ବଧ କରିବା ପାଇଁ ସ୍ବୟଂ ଭଗବାନଙ୍କୁ ଅବତାର ନେବାକୁ ପଡିଥିଲା । ତେବେ ରାମାୟଣରେ ରାବଣର ମୃତ୍ୟୁ ପରେ ତା ବିଷୟରେ ଅଧିକ କିଛି କୁହାଯାଇନାହିଁ ।

ହେଲେ ଶ୍ରୀଲଙ୍କାରେ ଅନେକ ସ୍ଥାନ ଅଛି ଯାହା ରାମାୟଣ କାଳର ଇତିହାସର ପ୍ରମାଣ ଦେଉଛି । ଆସନ୍ତୁ ଜାଣିବା ଏହା ଜଡିତ କିଛି ଏମିତି କଥା ଯାହା ଆପଣଙ୍କୁ ଜଣା ନଥିବ । ରିସର୍ଚ୍ଚରେ ଦାବି ହୋଇଛି ଯେ ଶ୍ରୀଲଙ୍କାରେ ୫୦ଟି ସ୍ଥାନ ଅଛି ଯାହାର ସିଧାସଳଖ ସମ୍ପର୍କ ରାମାୟଣ ସହ ଅଛି ।

dead body of ravanaରିସର୍ଚ୍ଚରେ ଖୁଲାସା ହୋଇଛି ଯେ ରେଗଲାର ଜଙ୍ଗଲ ମଧ୍ୟରେ ଏକ ବିଶାଳ ପାହାଡ ଅଛି । ଏହି ପାହାଡରେ ଗୋଟିଏ ଗୁମ୍ଫା ଅଛି ଯାହାକୁ ରାବଣର ଗୁମ୍ଫା କୁହାଯାଏ । ଏହି ଗୁମ୍ଫାରେ ରାବଣ ତପସ୍ୟା କରି ଶକ୍ତି ପ୍ରାପ୍ତ କରିଥିଲା । ବିଶ୍ବାସ ରହିଛି ଏହି ଗୁମ୍ଫାରେ ରାକ୍ଷସ ରାଜ ରାବଣର ଶବ ଆଜି ବି ସୁରକ୍ଷିତ ଅଛି ।

ଯେଉଁ ସ୍ଥାନରେ ରାବଣର ସୁନାର ଲଙ୍କା ଥିଲା ସେ ସ୍ଥାନକୁ ମଧ୍ୟ ଚିହ୍ନଟ କରାଯାଇସାରିଛି।  ଶ୍ରୀଲଙ୍କାର ଇଣ୍ଟରନ୍ୟାସନାଲ୍ ରିସର୍ଚ୍ଚ ସେଣ୍ଟର ଏବଂ ପର‌୍ୟ୍ୟଟନ ମନ୍ତ୍ରାଳୟର ମିଳିତ ସହଯୋଗରେ ଏହି ସ୍ଥାନକୁ ଚିହ୍ନଟ କରାଯାଇଛି । ବିଭିଷଣଙ୍କୁ ଲଙ୍କାଧିପତି ରାବଣର ମୃତ ଦେହ ଦିଆଯିବା ପରେ ରାବଣର ଅନ୍ତିମ ସଂସ୍କାର ହୋଇଥିଲା କି ନାହିଁ ତାହା କେହି ଜାଣିନାହାଁନ୍ତି ।

ravana lankaକୁହାଯାଏ ଯେ ଏହି ଗୁମ୍ଫାରେ ୧୭ ଫୁଟ ଲମ୍ବା ଏକ କଫିନ୍ ଅଛି ଯେଉଁଥିରେ ରହିଛି ରାବଣର ଶବ । ଆଉ ଏହି କଫିନର ଚାରିପଟେ ଏକ ଖାସ୍ ଲେପ ଦିଆଯାଇଛି । ଯାହା ଫଳରେ ଆଜି ଯାଏଁ ସୁରକ୍ଷିତ ଅଛି କଫିନ୍ । ସୂଚନାଯୋଗ୍ୟ, ପ୍ରାଚୀନକାଳରେ ଇଜିପ୍ଟରେ ମମି ବନାଇବା ପରମ୍ପରା ଥିଲା । ଯେଉଁଠି ଆଜି ବି ପିରାମିଡରେ ହଜାର ବର୍ଷ ଧରି ଅନେକ ରାଜାଙ୍କ  ମୃତ ଦେହ ରଖାଯାଇଛି । ସେ ସମୟରେ ଶୈବ ସମ୍ପ୍ରଦାୟରେ ସମାଧି ଦେବାର ପରମ୍ପରା ଥିଲା । ଆଉ ଦାବି କରାଯାଏ ଯେ ରାବଣ ଥିଲା ଶୈବପନ୍ଥି ।

 

You might also like