ଦୁନିଆର ସବୁଠୁ ଚର୍ଚ୍ଚିତ ହୀରା କୋହିନୂରକୁ କିଏ ନେଇଗଲା ?

ହୀରାକୁ ସବୁ ରତ୍ନ ଭିତରେ ରାଜା କୁହାଯାଏ । ଯିଏ ହୀରାକୁ ପିନ୍ଧିଥାଏ ତାର ସୌନ୍ଦର୍ଯ୍ୟ କେତେ ବଢିଯାଏ, ତାହା ଆପଣ ଜାଣନ୍ତି । ଏହି ରତ୍ନକୁ ପିନ୍ଧିବାର ପ୍ରାୟ ସମସ୍ତଙ୍କର ଥାଏ ଇଚ୍ଛା ଓ ପସନ୍ଦ । ଏମିତିରେ ବି ଦୁନିଆରେ ହୀରାର କୌଣସି କମି ନାହିଁ । ଆପଣଙ୍କୁ ହୀରା ଅନେକ ପ୍ରକାରର ଦେଖିବାକୁ ମିଳିଯିବ । ଆଫ୍ରିକାରେ ହୀରାର ରହିଛି ଖଣି । ଯେଉଁଠାରେ ବିଶେଷ ଭାବରେ ଦାମୀ ହୀରା ମିଳିଥାଏ । କିନ୍ତୁ ଦୁନିଆରେ କିଛି ହୀରା ଏମିତି ଅଛି ଯାହା ବିଷୟରେ ଅନେକ ଜାଣିବି ନଥିବେ । ଏହା ମଧ୍ୟରେ ଗୋଟେ ହୀରାକୁ କୋହିନୂର କହନ୍ତି । ଗୋଟେ ସମୟରେ କୋହିନୂର ହୀରାକୁ ଦୁନିଆର ସବୁଠୁ ବଡ ହୀରା ଭାବରେ ଗଣାଯାଉଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହୀରା ଏବେ ଭାରତରେ ନାହିଁ । ବର୍ତ୍ତମାନ ଏହି ହୀରା ଇଂଲଣ୍ଡର ମହାରାଣୀ ଏଲିଜାବେଥଙ୍କ ମୁକୁଟର ଶୋଭା ବଢାଉଛି । ଯଦିଓ ଭାରତ ପକ୍ଷରୁ ବହୁବାର ଏହି ହୀରାର ମାଙ୍ଗ ଇଂଲଣ୍ଡଠୁ କରାଗଲାଣି ତଥାପି ନିରାଶ ଭାରତ ।

ଏହି ହୀରାର ଉତ୍ପତ୍ତି ଆନ୍ଧ୍ରପ୍ରଦେଶର ଗୋଲକୁଣ୍ଡାରୁ ବୋଲି କେତେକାଂଶରେ ମଧ୍ୟ କୁହାଯାଏ । ଏହା କୁହାଯାଏ କି ଅସଲି କୋହିନୂର ହୀରା ୭୯୩ କ୍ୟାରେଟରେ ଥିଲା । ମାତ୍ର ଏବେ ଏହା ୧୦୫.୬ କ୍ୟାରେଟରେ ରହିଛି । ଯାହାର ଓଜନ ୨୧.୬ ଗ୍ରାମ ଅଟେ । ଏହି ହୀରା କେତେ ଯେ ଶାସକ ଅର୍ଥାତ ରାଜାଙ୍କ ପାଖରେ ରହିଲା ଆଉ ଏହାର ନାମ ସମୟ ସମୟରେ ବଦଳା ମଧ୍ୟ ଯାଇଛି ହୁଏତ ତାର ତାଲିକା କାହା ପାଖରେ ନଥିବ । ଯେତେବେଳେ ଏହି ହୀରା ମୋଗଲ ବାଦଶାହ ବାବରଙ୍କ ପାଖରେ ଥିଲା ତେବେ ଏହା ବାବର ହୀରା ନାମରେ ମଧ୍ୟ ଜଣାଯାଉଥିଲା ।

ଏହାର ନାମକରଣ କୋହିନୂର କିପରି ? ଇରାନ ଶାସକ ନାଦିର ଶାହ ଏହାର ନାମ ଦେଇଥିଲେ । ୧୭୩୮ମସିହାରେ ନାଦିର ଶାହ ତତ୍କାଳୀନ ଦିଲ୍ଲୀ ଶାସକ ମୋହମଦ ଶାହଙ୍କୁ ଯୁଦ୍ଧରେ ହରାଇଥିଲେ ଓ ସଂଗେ ସଂଗେ ବନ୍ଦି ବନାଇଥିଲେ । ଏହାପରେ ସେ ମୋହମ୍ମଦ ଶାହଙ୍କର ସବୁ ଅଳଙ୍କାର ଲୁଟି ନେଇଥିଲେ ଯେଉଁଥିରେ କୋହିନୂର ହୀରା ବି ସାମିଲ ଥିଲା । ତେବେ କୋହିନୂର ବିଷୟରେ ଅନେକ କିଛି ତଥ୍ୟ ମିଳିଛି । ଆପଣ ଅନେକ ଚଳଚିତ୍ର କାହାଣୀ ମଧ୍ୟ ଶୁଣିଥିବେ । ହେଲେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଏଯାଏଁ ହସ୍ତଗତ ହୋଇନାହିଁ । ଏହା ଉପରୁ ପରଦା ହଟିବା ବହୁତ ହି ମୁସ୍କିଲ । କୁହାଯାଉଛି ଯେ କାଳେ ୫ହଜାର ବର୍ଷ ପୂର୍ବେ ଏହି ହୀରା ମିଳିଥିଲା । କିନ୍ତୁ କାହାକୁ ଆଉ କେବେ ଏହା ମିଳିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନି ।

ଏମିତି ବି ତଥ୍ୟ କହେ ଯେ ଭାରତର ଅନେକ ରାଜା ଓ ମୋଗଲ ଶାସକଙ୍କ ପାଖରେ ଏହା ରହିଥିଲା । ୧୮୧୩ରେ ଶିଖ ରାଜା ମହାରାଜା ରଣଜିତ ସିଂହ ନିଜ ମୁକୁଟରେ ପିନ୍ଧିଥିଲେ । କିନ୍ତୁ ୧୮୩୯ରେ ତାଙ୍କର ମୃତ୍ୟୁ ହୋଇଗଲା । ହେଲେ ତାଙ୍କ ପରେ ପୁଅ ଦିଲ୍ଲୀପ ସିଂହଙ୍କ ପାଖରେ ଆସିଥିଲା ଏହି ହୀରା । ୧୮୪୯ରେ ବ୍ରିଟେନ ତାଙ୍କୁ ହରାଇଲା ଏବଂ ଏକ ସନ୍ଧି କରି କୋହିନୂରକୁ ଇଂଲଣ୍ଡର ମହାରାଣୀଙ୍କୁ ଦେବାକୁ ପଡିଲା । ଆଉ ସେବେ ଠାରୁ ଏଯାଏଁ ଇଂଲଣ୍ଡର ସାହି ଘରେ ରହିଛି କୋହିନୂର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.