ସ୍ପେଶାଲ

ପ୍ରାଣଘାତୀ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି? ପ୍ରକୃତିରୁ ନା କୃତ୍ରିମ ଭାବରେ ଉହାନ୍‌ ଲାବରୁ ହୋଇଛି ସୃଷ୍ଟି

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ? ପ୍ରକୃତିରୁ ଭୂତାଣୁର ଜନ୍ମ ନା କୃତ୍ରିମ ଭାବରେ ଉହାନ୍‌ ଲାବରୁ ସୃଷ୍ଟି ହୋଇଛି ? ଚୀନ୍‌ ଉପରେ ସାରା ବିଶ୍ୱର ସନ୍ଦେହ ଆଖି । ସ୍କାନରରେ ଉହାନ୍‌ ଲାବ । ଏବେ ସାମନାକୁ ଆସିଛି ବାଦୁଡ଼ି ଗୁମ୍ଫାର ରହସ୍ୟ । ଯାହାର ଭିତିରି କଥା ଜାଣିବାକୁ ଚାହିଁଛି ଆମେରିକା । ଗୁମ୍ଫା ସହ କରୋନା ଭାଇରସର କିଛି ନା କିଛି ଲିଙ୍କ ଗନ୍ଧ ବାରିଛି । ଚୀନକୁ ଏସମ୍ପର୍କିତ ତଥ୍ୟ ମାଗିଛନ୍ତି ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆଣ୍ଟୋନିଓ ଫାଉସୀ । ସେହି ରହସ୍ୟମୟ ଗୁମ୍ଫା ଭିତରକୁ ଯାଇଥିବା ୯ ଜଣ ଚୀନ୍‌ ନାଗରିକଙ୍କ ମେଡିକାଲ୍‌ ରିପୋର୍ଟ ସାର୍ବଜନୀନ ଦାବି କରିଛନ୍ତି ଫାଉସୀ । ଚୀନର ୟୁନାନ୍‌ ପ୍ରଦେଶରେ ରହିଛି ବାଦୁଡ଼ି ଗୁମ୍ଫା । ୨୦୧୨ ମସିହାରେ ଭିତରକୁ ଯାଇଥିଲେ ଖଣିରେ କାମ କରୁଥିବା ୬ କର୍ମଚାରୀ । ଫେରିବା ପରେ ଅସୁସ୍ଥ ହୋଇଥିଲେ । ସେମାନଙ୍କ ପାଖରେ ଦେଖାଦେଇଥିଲା କୋଭିଡ୍‌ ଭଳି ଲକ୍ଷଣ ।

୨୦୧୯ରେ ସମାନ ଚିତ୍ର ସାମନାକୁ ଆସିଥିଲା । ସେହି ରହସ୍ୟମୟ ବାଦୁଡ଼ି ଗୁମ୍ଫାକୁ ଯାଇଥିଲେ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ତିନି ଜଣ ଗବେଷକ । ମହାମାରୀର ଜନ୍ମ ପୂର୍ବରୁ ଗୁମ୍ଫାକୁ ଯାଇଥିଲେ । ସେଠାରୁ କିଛି ନମୁନା ସଂଗ୍ରହ କରିଥିବା କୁହାଯାଉଛି । ଫେରିବା ପରେ ଅସୁସ୍ଥ ହୋଇଥିଲେ ୩ ଜଣ । ଗୁରୁତର ନିମୋନିଆ ଭଳି ରୋଗରେ ପୀଡ଼ିତ ହୋଇଥିଲେ । ଚୀନ୍‌ କରୋନା ଭୂତାଣୁର ସ୍ଥିତି ସ୍ପଷ୍ଟ କରିବାର ମାସେ ପୂର୍ବର ଏହି ଘଟଣା । ଫାଉସୀ କହିଛନ୍ତି, ତିନି ଗବେଷକଙ୍କ ମେଡିକାଲ୍‌ ରିପୋର୍ଟ ମିଳିଲେ କରୋନାର ଉତ୍ପତ୍ତି ସ୍ଥଳ ବାବଦରେ ବଡ଼ ସୁରାକ ମିଳିପାରେ । ସେମାନେ ସତରେ ଅସୁସ୍ଥ ହୋଇଥିଲେ କି ? ଯଦି ହୋଇଥିଲେ କାରଣ କଣ ? ୨୦୧୨ରେ ଅସୁସ୍ଥ ଖଣି କର୍ମଚାରୀଙ୍କ ୩ ଗବେଷକଙ୍କ ଅସୁସ୍ଥାର ସାମଞ୍ଜସ୍ୟ ରହିଛି କି ? ଏସମସ୍ତଙ୍କର ମେଡିକାଲ୍‌ ରିପୋର୍ଟ ଅନେକ ଅକୁହା କଥାର ଗୁମର ଖୋଲିବ । ଏସବୁ ଘଟଣା ଓ ଅଘଟଣରୁ ଜଣା ପଡୁଛି ବାଦୁଡ଼ି ଗୁମ୍ଫାରେ କିଛି ରହସ୍ୟ ଲୁଚି ରହିଛି । ସେଠାରୁ ମହାମାରୀ କରୋନା ଭାଇରସ ଆସି ଥାଇପାରେ । ନଚେତ୍‌ ସେଠାରୁ ଉହାନ୍‌ ଲାବ ମାଧ୍ୟରେ ଲିକ୍‌ ହୋଇଛି ।

କରୋନା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ଭୂତାଣୁ ? ଦୁଇ ବର୍ଷ ପରେ ବି ସାରା ବିଶ୍ୱବାସୀଙ୍କ ମନରେ ଏହି ପ୍ରଶ୍ନ ପ୍ରଶ୍ନବାଚୀ ହୋଇ ରହିଛି । ନିକଟରେ ୟୁରୋପ ଗବେଷକ ତଥ୍ୟ ଓ ପ୍ରମାଣ ଆଧାରରେ ଦାବି କରିଥିଲ ଯେ, କରୋନା ଭାଇରସ୍‌ ପ୍ରାକୃତିକ ଭାବେ କୌଣସି ଜୀବ ଦେହରୁ ମନୁଷ୍ୟ ଶରୀରକୁ ଆସିନାହିଁ । ଏହାକୁ ଚୀନ୍‌ ନିଜ ଲ୍ୟାବରେ ତିଆରି କରିଛି । ସେମାନେ ଦାବି କରିଥିଲେ, ଚୀନ୍‌ ଗବେଷକମାନେ ଗୁମ୍ଫାରେ ରହୁଥିବା ବାଦୁଡିଙ୍କ ଦେହରୁ କରୋନା ଭାଇରସ୍‌ ସଂଗ୍ରହ କରି ସେଥିରେ ଏଭଳି ସ୍ପାଇକ୍‌ ତିଆରି କରୁଥିଲେ । ଯାହା ତାହା ଅତି ସଂକ୍ରାମକ ଓ ମାରାତ୍ମକ ହୋଇଯାଇଥିଲା । ଉହାନ୍‌ ଲାବରୁ ଲିକ୍‌ ହୋଇ ସାରା ବିଶ୍ୱକୁ ଗ୍ରାସ କରିଛି କରୋନା । ଚୀନ୍‌ ଏହାକୁ ଲାବରେ ତିଆରି କରିଥିବା ଦାବି କରି ଆସୁଥିଲେ ଆମେରିକାର ତତ୍କାଳୀନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଧୋକାବାଜ ଚିନା ଅସ୍ୱୀକାର କରି ଆସୁଛି । ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ କରିବା ପାଇଁ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଚୀନ୍‌ ବିଶେଷଜ୍ଞଙ୍କ ସହ ଫାଉସୀଙ୍କ ଇ-ମେଲ୍‌ ସାର୍ବଜନୀନ ହେବା ପରେ ନୂଆ ବିତର୍କ ସାମନାକୁ ଆସିଥିଲା । ଏବେ ବାଦୁଡ଼ି ଗୁମ୍ଫା ରହସ୍ୟ ଭେଦିବାକୁ ଆଗଭର ହୋଇଛି ଆମେରିକା ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

11 hours ago