ଜାଣନ୍ତୁ ଏମତି ଏକ ମନ୍ଦିର, ଯେଉଁଠି ମୁସଲମାନ ବଜରଙ୍ଗବଲୀଙ୍କୁ ବାନା ଚଢାନ୍ତି

ରାଜଗଡ଼ : ଆଜିଠାରୁ ଦେଶବ୍ୟାପି ହିନ୍ଦୁ ନବବର୍ଷ ପାଳନ କରାଯାଉଛି । ଏଥିପାଇଁ ଅନେକ ସ୍ଥାନରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି । ଏହି ଅବସରରେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ କୌମି ଏକତା ପକ୍ଷରୁ ଭିନ୍ନ ଏକ ଉଦାହାରଣ ଦେଖିବାକୁ ମିଳିଛି । ରାଜଗଡ଼ ସ୍ଥିତ ବାବା ବଦକ୍ସାନୀଙ୍କ ମଜାରରେ ବଜରଙ୍ଗବାଲୀଙ୍କୁ ବାନା ସମର୍ପିତ କରିବା ପାଇଁ ମୁସଲମାନ ସମ୍ପ୍ରଦାୟଙ୍କ ଦ୍ବାରା ବାନା ଅଣାଯାଇଥାଏ । ଓ ଭଗବାନ ଶ୍ରୀରାମ ଜାନକୀ ମନ୍ଦିରରେ ଏହାକୁ ପ୍ରଭୁ ହନୁମାନଙ୍କୁ ସମର୍ପିତ କରାଯାଇଥାଏ ।
ସାମ୍ପ୍ରଦାୟିକ ସଦ୍ଭାବର ଏହି ନିଆରା ପରମ୍ପରା ବିଗତ ୩୯ ବର୍ଷ ଧରି ଚାଲି ଆସୁଛି । ଏହି କାର୍ଯ୍ୟକ୍ରମ ମନ୍ଦିରରୁ ମଜାର ଓ ମଜାରରୁ ମନ୍ଦିରର ନାମରେ ଚଲିଥାଏ । ଏହାକୁ ରାମସିଂହ ପହରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏବେ ଏହାକୁ କଲମକାର ସମିତି ଦ୍ବାରା ଆୟୋଜନ କରାଯାଉଛି । ଏହି ପ୍ରଥାରେ କେବଳ ହିନ୍ଦୁ ମୁସଲମାନ ନୁହନ୍ତି ବରଂ ଅନ୍ୟ ସଂପ୍ରଦାୟର ଲୋକ ମଧ୍ୟ ସାମିଲ ହୁଅନ୍ତି । ସେପଟେ ଜାନକୀ ମନ୍ଦିର ଦ୍ବାରା ବାବାଙ୍କ ମଜାରରେ ଚାଦର ଚଢ଼ା ଯାଇଥାଏ । ଆଉ କୌମି ଏକତା ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଏହି ଅନୁସାରେ ହିନ୍ଦୁ ନୂଆବର୍ଷରେ ମୁସଲମାନ ଭାଇ ଭଉଣୀମାନଙ୍କ ଦ୍ବାରା ବଜରଙ୍ଗବାଲିଙ୍କୁ ବାନା ଅର୍ପଣ କରାଯାଏ । ଏହି ପରମ୍ପରା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ବିରଳ । ଯାହା ଏକତାର ବର୍ତ୍ତା ଦେଉଛି ।