ଏହି ପ୍ରାଣୀ ଦେଇଥାଏ ଗୋଲାପି ରଙ୍ଗର କ୍ଷୀର, ଦେହରୁ ବାହାରେ ଲାଲ୍ ରଙ୍ଗର ଝାଳ! ଜାଣିଛନ୍ତି କି ଆପଣ?

ଦୁନିଆରେ ଏମିତି ଅନେକ ଜିନିଷ ଅଛି, ଯାହା ବିଷୟରେ ଶୁଣିଲେ ସହଜରେ ଆମକୁ ବିଶ୍ୱାସ ହୁଏନା। ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାଣୀ ବିଷୟରେ କହିବାକୁ ଯାଉଛୁ, ଯାହାର କ୍ଷୀର ରଙ୍ଗ ଗୋଲାପି ହୋଇଥାଏ। ହଁ, ଜଳହସ୍ତୀର କ୍ଷୀର ରଙ୍ଗ ଗୋଲାପି। ଏହାର କ୍ଷୀରରେ ଦୁଇ ପ୍ରକାରର ଏସିଡ୍ ମିଳିଥାଏ, ଯାହାକୁ ହିପ୍ପୋସୁଡୋରିକ୍ ଏସିଡ୍ ଏବଂ ନାର୍ ହିପ୍ପୋସୁଡୋରିକ୍ ଏସିଡ୍ ବୋଲି କୁହାଯାଏ। ଏହି ଦୁଇଟି ଏସିଡ୍ ଯୋଗୁ କ୍ଷୀର ଗୋଲାପି ରଙ୍ଗର ହୋଇଥାଏ।

hipoo2

ଏହାସହ ପଢ଼ନ୍ତୁ: ଦାନ ଦେବା ବେଳେ କିନ୍ନରଙ୍କୁ କୁହନ୍ତି ଏହି ୩ଟି ଶବ୍ଦ, ଆପଣଙ୍କ ଘରେ ହେବ ଧନର ବର୍ଷା

ଏହା ଜଳହସ୍ତୀ ଶରୀରରୁ ଜୀବାଣୁଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଆଉ ସେମାନଙ୍କ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ। ଗୋଲାପି କ୍ଷୀର ଜଳହସ୍ତୀଙ୍କ ତ୍ୱଚାକୁ ସୂଯ୍ୟର୍ଙ୍କ ଅତିବାଇଗେଣୀ ରଶ୍ମୀରୁ ବଞ୍ଚାଇଥାଏ। ଯେତେବେଳେ ଜଳହସ୍ତୀ ଡରିଯାଏ, ସେତେବେଳେ ତା’ ଶରୀରରୁ ଲାଲ୍ ରଙ୍ଗର ଝାଳ ବାହାରେ। ଏହାର କାରଣ ମଧ୍ୟ ଦୁଇଟି ଏସିଡ୍ ହିଁ ହୋଇଥାଏ। ଶିକାରୀକୁ ଡରାଇବା ଏବଂ ତାକୁ ଦୂରକୁ ଭଗେଇବାରେ ଜଳହସ୍ତୀକୁ ଏହା ସାହାଯ୍ୟ କରିଥାଏ।

Leave A Reply

Your email address will not be published.