ଘରର ପୂଜା ସ୍ଥାନରେ ରଖନ୍ତୁ ନାହିଁ ଦେବୀ-ଦେବତାଙ୍କ ଏହି ରୂପର ମୂର୍ତ୍ତି, ନଚେତ୍ ହୋଇଥାଏ ବଡ଼ ଅସୁବିଧା

ସନାତନ ଧର୍ମରେ ପ୍ରତିଦିନ ଦେବୀ-ଦେବତାଙ୍କ ପୂଜା ବିଧାନ ରହିଛି । ଘରେ ଆମେ ପୂଜା କରବା ପାଇଁ ବିଭିନ୍ନ ଦେବା-ଦେବୀଙ୍କ ମୂର୍ତ୍ତି ରଖିଥାଉ । ଆମ ଧର୍ମ ଗ୍ରନ୍ଥରେ ୩୩ କୋଟି ଦେବତାଙ୍କ ବିଷୟରେ ଉଲ୍ଲେଖ ରହିଛି । ତେବେ ଆପଣ ଜାଣନ୍ତି କି ଘରେ ଦେବା-ଦେବୀଙ୍କ କେଉଁ ରୁପରେ ମୂର୍ତ୍ତି ରଖିବା କଥା ନୁହେଁ । ଏହି ସବୁ ରୂପର ମୂର୍ତ୍ତି ଘରେ ଅସୁବିଧା ସୃଷ୍ଟି କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ମୂର୍ତ୍ତି ଘରେ ରଖିବା କଥା ନୁହେଁ ।
• ଶଙ୍କରଙ୍କ ନଟରାଜ ମୂର୍ତ୍ତି
ଭଗବାନ ଶିବଙ୍କ ନଟରାଜ ମୂର୍ତ୍ତି ଘରେ ରଖି ପୂଜା କରିବା କଥା ନୁହେଁ । ଭଗବାନ ଶିବ ସେତେବେଳେ ନୃତ୍ୟ କରିଥାନ୍ତି,ଯେତେବେଳେ ସେ ଅତ୍ୟଧିକ କ୍ରୋଧିତ ହୁଅନ୍ତି । ତେଣୁ ଘରେ ଭଗବାନ ଶଙ୍କରଙ୍କ ତାଣ୍ଡବ ମୂର୍ତ୍ତି ରଖିଲେ ପରିବାରରେ ମତଭେଦ ସୃଷ୍ଟି ହୋଇଥାଏ ।
• ଲକ୍ଷ୍ମୀ ମାତାଙ୍କ ଠିଆ ହେବା ମୂର୍ତ୍ତି
ଶାସ୍ତ୍ର ଅନୁଯାୟୀ ଘରର ପୂଜାସ୍ଥଳରେ ମା’ ଲକ୍ଷ୍ମୀଙ୍କ ଠିଆ ମୂର୍ତ୍ତି ରଖିବା କଥା ନୁହେଁ । କାରଣ ମା’ ଚଞ୍ଚଳା ଯୋଗୁ ସେ ଘରେ ରହିନଥାନ୍ତି । ତେଣୁ ଘରେ ସର୍ବଦା ଅଭାବ ଲାଗି ରହିଥାଏ ।
• ମା’ ମହାକାଳୀଙ୍କ ମୂର୍ତ୍ତି
ଦେବୀ ମହାକାଳୀ ଆଦିଶକ୍ତି ମା’ ପାର୍ବତୀଙ୍କ ସ୍ୱରୁପ । ସେ ଅସୁରଙ୍କ ସର୍ବନାଶ କରିବା ପାଇଁ ଏହି ରୂପ ଧାରଣ କରିଥିଲେ । ମହାକାଳୀ ଅତ୍ୟନ୍ତ କ୍ରୋଧୀ । ତେଣୁ ଘରେ ଏପର ମୂର୍ତ୍ତି ରଖିବା କଥା ନୁହେଁ । ମା’ କାଳୀଙ୍କ ସୌମ୍ୟ ରୂପର ମୂର୍ତ୍ତି ଘରେ ରଖିପାରିବେ ।
• ଶନିଦେବଙ୍କ ମୂର୍ତ୍ତି
ଶନିଦେବ ନ୍ୟାୟପ୍ରିୟ ଦେବତା । ତାଙ୍କ ପତ୍ନୀ ଦ୍ୱାରା ଦିଆଯାଇଥିବା ଅଭିଶାପ କାରଣରୁ ତାଙ୍କ ଦୃଷ୍ଟି ଶାପପୂର୍ଣ୍ଣ ଅଟେ । ଯଦି ଶନିଙ୍କ ଆଖିକୁ ଦୃଷ୍ଟି କରିବେ,ତେବେ ଆପଣଙ୍କ ଖରାପ ଦିନ ଆରମ୍ଭ ହୋଇଯିବ । ତେଣୁ ଘରେ ଶନିଦେବଙ୍କ ମୂର୍ତ୍ତି ନରଖିବା ଭଲ ।
• ରାହୁ-କେତୁଙ୍କ ମୂର୍ତ୍ତି
ଘରେ କେବେ ଏହି ଦୁଇ ଗ୍ରହଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ଅଶୁଭ ପ୍ରଭାବ ପଡିଥାଏ ।
• ଘରେ ଦୁଇଟି ଶିବଲିଙ୍ଗ ରଖନ୍ତୁ ନାହିଁ ।
• ଦୁଇଟି ଶାଳଗ୍ରାମ ପୂଜା ଘରେ କରିବା ଉଚିତ୍ ନୁହେଁ ।
• ଗଣେଶ ଭଗବାନଙ୍କ ୩ ମୂର୍ତ୍ତି ରଖନ୍ତୁ ନାହିଁ ।
• ଦୁଇଟି ଶଙ୍ଖ ରଖନ୍ତୁ ନାହିଁ ।
• ଦୁଇଟି ସୂର୍ଯ୍ୟଙ୍କ ପ୍ରତିମା ରଖନ୍ତୁ ନାହିଁ ।