ସ୍ପେଶାଲ

ଦେଶରେ କେଉଁ ଭାଷା ଅଧିକ କୁହାଯାଏ ?

ଗତ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ହିନ୍ଦୀ ଭାଷାକୁ ନେଇ ଦେଇଥିବା ବୟାନ କାଫି ହଇଚଇ ସୃଷ୍ଟି କରିଥିଲା । ହିନ୍ଦୀକୁ ଇଂରାଜୀର ଏକ ବିକଳ୍ପ ଭାବେ ନେବା ଉଚିତ । ଆଉ ଏହି ବୟାନ ପରେ ଦକ୍ଷିଣ ଭାରତୀୟ ରାଜ୍ୟରେ ଅନେକ ଲୋକେ କଡା ପ୍ରତିକ୍ରୀୟା ରଖିଥିଲେ । ଏହି ବୟାନ ଉପରେ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ପନିରସିଲଭମ କହିଥିଲେ କି ଲୋକେ ନିଜ ମର୍ଜିରେ ହିନ୍ଦୀ ଶିଖିପାରିବେ । କିନ୍ତୁ ଏହି ଭାଷାକୁ କାହା ଉପରେ ଥୋପିବା ଉଚିତ ନୁହେଁ । ଏହିଭଳି ଭାବେ ତାମିଲନାଡୁ ଓ ତେଲେଙ୍ଗାନାରେ ଅନେକ ନେତା ଏମିତିକି ସଂଗୀତକାର ଏଆର ରେହମନ ମଧ୍ୟ ନିଜ ହିସାବରେ ବିରୋଧଭାବ ଜତାଇଥିଲେ । ଯାହା ଏକ ପ୍ରସଙ୍ଗ ପାଲଟିଛି ।

ଯଦିଓ ଦକ୍ଷିଣ ଭାରତ ଲୋକେ ସ୍ଥାନୀୟ ଭାଷାକୁ ପ୍ରଧାନ୍ୟ ଦେବା କଥା କହିଛନ୍ତି କିନ୍ତୁ ହିନ୍ଦୀ କଥା ଯଦି କହିବା ପୂର୍ବ ୪୦ ବର୍ଷ ଭିତରେ ଏହି ଭାଷା କହୁଥିବା ଲୋକ ସଂଖ୍ୟାରେ ୧୬୧ ପ୍ରତିଶତ ଯାଏଁ ବଢିବା କିଛି କମ କଥା ନୁହେଁ ।

ଏକ ରିପୋର୍ଟ ହିସାବରେ ଜନଗଣନା ୨୦୧୧ର ରିପୋର୍ଟ କହୁଛି ଦେଶରେ ୪୪ପ୍ରତିଶତ ଲୋକେ ହିନ୍ଦୀ କହିଥାନ୍ତି । ସେଇଠି ଅନ୍ୟ ୫୬ପ୍ରତିଶତ ଲୋକଙ୍କ ମଧ୍ୟରେ ୧୨୦ ଭାଷା କହୁଥିବା ଲୋକେ ସାମିଲ ଅଛନ୍ତି । ଜନସଂଖ୍ୟା ହିସାବରେ କହିଲେ ଦେଶରେ ୫୨.୮କୋଟି ଲୋକେ ହିନ୍ଦୀ କହୁଛନ୍ତି । ଦେଶରେ ପାଖାପାଖି ୧୩.୯ କୋଟି ଲୋକେ ଏମିତି ବି ଅଛନ୍ତି ଯେଉଁମାନେ ହିନ୍ଦୀକୁ ନିଜର ଦ୍ୱିତୀୟ ଭାଷା କହୁଛନ୍ତି ।

ପୂର୍ବ ୫୦ ବର୍ଷ ମଧ୍ୟରେ ହିନ୍ଦୀ କହୁଥିବା ଲୋକ ସଂଖ୍ୟା ତୀବ୍ର ଗତିରେ ବଢିଛି । ବର୍ଷ ୧୯୭୧ ଠାରୁ ୨୦୧୧ମଧ୍ୟରେ ହିନ୍ଦୀ କହୁଥିବା ଲୋକସଂଖ୍ୟା ୨୦.୨ କୋଟି ରୁ ବଢି ୫୨.୮କୋଟିରେ ପହଞ୍ଚିଛି । ଅର୍ଥାତ ୪୦ବର୍ଷରେ ଏଭଳି ଲୋକ ସଂଖ୍ୟା ୧୬୧ ପ୍ରତିଶତ ହୋଇଯାଇଛି । ଏହି ସଂଖ୍ୟା ୨୦୧୧ ପର୍ଯ୍ୟନ୍ତ ଅଟେ କିନ୍ତୁ ଏହି କ୍ରମରେ ଯଦି ଦେଖିବା ତ ୨୦୨୨ପର୍ଯନ୍ତ ଏହି ସଂଖ୍ୟା ଆହୁରି ବି ଅଧିକ ହୋଇପାରେ ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାର ସହ ଦେଶରେ ସବୁଠୁ ଅଧିକ ଲୋକସଂଖ୍ୟା ରାଜ୍ୟରେ ହିନ୍ଦୀ ପ୍ରମୁଖ ଭାଷା ଅଟେ । ଯଦି କ୍ଷେତ୍ରଫଳ କଥା କୁହାଯାଏ ତେବେ ଏହି ରାଜ୍ୟଗୁଡିକ ବଡ ହେବା ସହ ଏଠି ଲୋକସଂଖ୍ୟା ମଧ୍ୟ ଅଧିକ । ଏଥିପାଇଁ ଏଠାରେ ହିନ୍ଦୀ କହୁଥିବା ଲୋକସଂଖ୍ୟା ମଧ୍ୟ ଅଧିକ ଅଟେ ।

ଜନଗଣନା ୨୦୧୧ହିସାବରେ ଦେଶରେ ପାଖାପାଖି ୫କୋଟି ଲୋକ ଭୋଜପୁରୀ କୁହନ୍ତି । ଏଇଥିରୁ ସ୍ପଷ୍ଟ ଯେ ଅନ୍ୟାନ୍ୟ ଭାଷାର ସ୍ଥିତି କଣ ଥିବ । ହିନ୍ଦୀ ଓ ବଂଙ୍ଗୀଲୀ ପରେ ଦେଶରେ ସବୁଠୁ ବେଶୀ ମରାଠୀ କୁହାଯାଏ ।

ଯଦି ଦକ୍ଷିଣ ଭାରତୀୟ ଭାଷା କଥା କୁହାଯାଏ ତେବେ ସବୁଠୁ ଉପରେ ରହିଛି ତେଲୁଗୁ । ଅର୍ଥାତ ଦେଶରେ ୬.୭ ପ୍ରତିଶତ ଲୋକେ ରହିଛନ୍ତି ଯେଉଁମାନେ ତେଲୁଗୁ କହନ୍ତି । ୫.୭ ପ୍ରତିଶତ ତାମିଲ ଓ ୩.୬ ପ୍ରତିଶତ କନ୍ନଡ କହିଥାନ୍ତି । ଗତ ୪୦ବର୍ଷ ମଧ୍ୟରେ କନ୍ନଡ କହୁଥିବା ୧୦୧ ପ୍ରତିଶତ ଓ ତାମିଲ କହୁଥିବା ୮୩.୧୩ ପ୍ରତିଶତ ବଢିଛନ୍ତି । ସେଇଠି ତେଲୁଗୁ କହୁଥିବା ଲୋକସଂଖ୍ୟାରେ ୮୧.୨୬ ପ୍ରତିଶତ ଓ ମାଲାୟାଲାମ କହୁଥିବା ଲୋକସଂଖ୍ୟାରେ ୫୮.୮ପ୍ରତିଶତ ବଢିଛି ।

କେନ୍ଦ୍ରର ୨ ଅଧିକାରୀ ଭାଷାରେ ହିନ୍ଦୀ ସହ ଇଂରାଜୀ ସାମିଲ ଅଟେ । ଏବେ କେନ୍ଦ୍ର ସରକାର ସରକାରୀ ଫାଇଲରେ ହିନ୍ଦୀକୁ ପ୍ରମୁଖ ଭାଷାର ମାନ୍ୟତା ଦେଇଛନ୍ତି । ଯଦିଓ ଅନେକ ରାଜ୍ୟରେ ଏହାର ବିରୋଧ ମଧ୍ୟ ବଢିବାରେ ଲାଗିଛି ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago