ଦୁନିଆର କେଉଁ ପର୍ବତରେ ଚଢ଼ିବା ପାଇଁ ଦିଆଯାଇନି ଅନୁମତି, ଜାଣନ୍ତୁ କାରଣ
ଆପଣ ଜାଣିଥିବେ ଅନେକ ସମୟରେ ପର୍ବତାରୋହୀମାନେ ବଡ଼ ବଡ଼ ପର୍ବତ ଚଢ଼ନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ପର୍ବତାରୋହୀମାନଙ୍କୁ ପୃଥିବୀର ଅନେକ ପର୍ବତ ଉପରକୁ ଯିବାକୁ ଅନୁମତି ନାହିଁ ? ଏହି ତାଲିକାରେ କୈଳାସ ପର୍ବତ, କାଞ୍ଚନଜଙ୍ଗା ଠାରୁ ଗଙ୍ଗଖାର ପୁଏନସୁମ୍ ଭଳି ପର୍ବତର ନାମ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ପର୍ବତଗୁଡିକୁ ଚଢ଼ିବାକୁ କାହିଁକି ଅନୁମତି ଦିଆଯାଇ ନାହିଁ ସେ ବିଷୟରେ ଜଣାଇବା ।
କୈଳାସ ପର୍ବତ :
ହିନ୍ଦୁମାନଙ୍କ ବ୍ୟତୀତ କୈନ ଧର୍ମ ଏବଂ ବୌଦ୍ଧ ଧର୍ମର ଲୋକମାନେ କୈଳାଶ ପର୍ବତକୁ ଅତ୍ୟନ୍ତ ପବିତ୍ର ବୋଲି ମାନନ୍ତି । ପ୍ରାୟ ପ୍ରତିବର୍ଷ ଦୂରଦୂରାନ୍ତରୁ ଲୋକମାନେ ଏହାକୁ ଦେଖିବା ପାଇଁ ତୀର୍ଥଯାତ୍ରାରେ ଆସନ୍ତି, କିନ୍ତୁ ଆପଣ ଜାଣନ୍ତି କି କୈଳାସ ପର୍ବତ ଉପରକୁ ଚଢ଼ିବାକୁ ଅନୁମତି ନାହିଁ । ଏହାର କାରଣ ହେଉଛି ଏହି ପର୍ବତଟି ଅତ୍ୟନ୍ତ ବିପଜ୍ଜନକ ।
ଗଙ୍ଗଖାର ପୁଏନସୁମ୍ :
ଭୁଟାନର ନିୟମ ଅନୁଯାୟୀ, ସେହି ଦେଶର କୌଣସି ବ୍ୟକ୍ତି ୬,୦୦୦ ମିଟରରୁ ଅଧିକ ପର୍ବତ ଉପରକୁ ଚଢ଼ି ପାରିବେ ନାହିଁ । ଏହାଠାରୁ ଅଧିକ ଉଚ୍ଚ ପର୍ବତ ଉପରକୁ ଯିବା ନିଷେଧ । ଏଥି ସହିତ ଭୁଟାନରେ ଅବସ୍ଥିତ ଗଙ୍ଗଖାର ପୁଏନସୁମ୍ ୭,୫୦୦ ମିଟରରୁ ଅଧିକ ଉଚ୍ଚ । ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ପର୍ବତର ଧାର୍ମିକ ଗୁରୁତ୍ୱ ରହିଛି । ଏହି କାରଣରୁ ଗଙ୍ଗଖାର ପୁଏନସୁମ୍ ଉପରକୁ ଚଢ଼ିବା ଉପରେ ନିଷେଧାଦେଶ ରହିଛି ।
କାଞ୍ଚନଜଙ୍ଗା :
ସିକ୍କିମର ଲୋକମାନେ କାଞ୍ଚନଜଙ୍ଗା ପର୍ବତକୁ ଭଗବାନ ଏବଂ ଦେବତାଙ୍କ ଘର ବୋଲି ଭାବନ୍ତି । ଏଥି ସହିତ, ଧାର୍ମିକ ବିଶ୍ବାସ ହେତୁ ସିକ୍କିମ ସରକାର କାଞ୍ଚନଜଙ୍ଗା ପର୍ବତ ଉପରକୁ ଯିବାକୁ ବାରଣ କରିଛନ୍ତି । କିନ୍ତୁ ପୂର୍ବରୁ କାଞ୍ଚନଜଙ୍ଗା ପର୍ବତ ଉପରକୁ ଚଢ଼ିବା ଉପରେ କୌଣସି ପ୍ରତିବନ୍ଧକ ନଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ନିଷିଦ୍ଧ କରାଯାଇଛି ।
ମାଛାପୁଚ୍ଛରେ :
ମାଛାପୁଚ୍ଛରେ ପର୍ବତ ନେପାଳରେ ଅବସ୍ଥିତ । ଗୁରୁଙ୍ଗ ସମ୍ପ୍ରଦାୟ ଏବଂ ହିନ୍ଦୁମାନେ ମାଛାପୁଚ୍ଛରେକୁ ପବିତ୍ର ବୋଲି ମାନନ୍ତି । ଏହା ପଛରେ ଧାର୍ମିକ ବିଶ୍ୱାସ ହେଉଛି ଏହା ଭଗବାନ ଶିବଙ୍କ ଘର । ଏଥି ସହିତ ନେପାଳ ସରକାର ଏହି ପର୍ବତକୁ ଚଢ଼ିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବର୍ତ୍ତମାନ ଲୋକମାନେ ଏହି ପର୍ବତ ଉପରକୁ ଯାଇପାରିବେ ନାହିଁ ।