ଯେଉଁ ଜ୍ୟୋତିଷ କରିଥିଲେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଭବିଷ୍ୟବାଣୀ , ଆଜି ମୋଦିଙ୍କ ପାଇଁ କହିଛନ୍ତି ଏତେ ବଡ଼ କଥା

ଆଜି ଆମେ ଆପଣଙ୍କୁ ଏପରି ଜଣେ ଜ୍ୟୋତିଷଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯାହାଙ୍କର ଆଜି ପର୍ୟ୍ୟନ୍ତ ଗୋଟିଏ ମଧ୍ୟ ଭବିଷ୍ୟବାଣୀ ମିଛ ହୋଇନାହିଁ। ଆପଣଙ୍କ ସୂଚନା ପାଇଁ , ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ଏହି ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲା। ଯାହା ବାସ୍ତବରେ ସତ ମଧ୍ୟ ହୋଇଥିଲା । ଏହି ଜ୍ୟୋତିଷଚାର୍ୟ୍ୟଙ୍କ ନାମ ହରିଦୟାଲ ମିଶ୍ରା ଯିଏ ଅଯୋଧ୍ୟାରେ ରୁହନ୍ତି।
ଏହି ପୂର୍ବରୁ ହରି ଦୟାଲ ମିଶ୍ରା ସଂଞ୍ଜୟ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯାହା ସତ ପ୍ରମାଣିତ ହୋଇଥିଲା। ତେବେ ଏହି ଭବିଷ୍ୟବାଣୀ ପରେ ହରିଦୟାଲଙ୍କୁ ସିବିଆଇ ଜାଞ୍ଚର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ସେ ପରେ ନିର୍ଦ୍ଧୋଶ ସାବ୍ୟସ୍ତ ହୋଇଥିଲେ।
ଏବେ ନିକଟରେ ଜ୍ୟୋତିଷଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଭବିଷ୍ୟବାଣୀ କରିବାକୁ ଅନୁରୋଧ କରାଯାଇଥିଲା। ତାଙ୍କ ଭବିଷ୍ୟବାଣୀ ଯଦି ସତ ହୁଏ ତେବେ ମୋଦି ଆଉ କିଛି ବର୍ଷ ଦେଶର ସେବା କରିବେ। ହରିଦୟାଲ କହିଛନ୍ତି ନରେନ୍ଦ୍ର ମୋଦି ଅଜୟ ରହିବେ। ସେ କୌଣସି ର୍ନିବାଚନରେ ବିଫଳର ସାମ୍ନା କରିବେ ନାହିଁ ।
ଏହା ସହ ହରିଦୟାଲ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ବିଷୟରେ କହିଛନ୍ତି, ତାଙ୍କ ସମୟ ଏବେ ଠିକ୍ ଚାଲୁନାହିଁ । ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ କୌଣସି ଜିନିଷକୁ ନେଇ ବ୍ୟକୁଳତା ନଦେଖାନ୍ତୁ । ଖାସ କରି ସରକାରଙ୍କ ବିରୁଦ୍ଧରେ ସେ ଏବେ କିଛି ନକହିବା ହିଁ ତାଙ୍କ ପାଇଁ ଭଲ। ଯଦି ସେ ଏପରି କରନ୍ତି ତେବେ ଆଉ କିଛି ସମୟ ପରେ ତାଙ୍କ କଥାର ଜାଦୁ ଜନତାଙ୍କ ମନକୁ କିଣି ନେବ।
ହରିଦୟାଲ ଏପର୍ୟ୍ୟନ୍ତ ରାଜନୈତିକ ସ୍ତରରେ ଯାହା ଭବିଷ୍ୟବାଣୀ କରିଛନ୍ତି ତାହା ସଂପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି। ଏବେ ଦେଖିବା ବାକି ରହିଲା ନିକଟରେ ତାଙ୍କ ଦ୍ବାରା କରାଯାଇଥିବା କେତେ ଦୂର ସତ ହୋଇଛି।