ଭାରତର କେଉଁ ସ୍ଥାନରେ ସର୍ବାଧିକ ବନ୍ୟା ପରିସ୍ଥିତି ଦେଖାଦେଇଥାଏ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ପ୍ରତିବର୍ଷ ଭାରତରେ ବର୍ଷା ଯୋଗୁଁ ବହୁ ପରିମାଣର କ୍ଷୟକ୍ଷତି ହୋଇଥାଏ । ବନ୍ୟା ଯୋଗୁଁ ପ୍ରତିବର୍ଷ ଭାରତର ଅନେକ ସ୍ଥାନରେ ବହୁତ କ୍ଷୟକ୍ଷତି ହୋଇଥାଏ । ଭାରତର ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଦେଶର ସେହି ଅଞ୍ଚଳ ବିଷୟରେ ଯେଉଁଠାରେ ସବୁଠାରୁ ଅଧିକ ବନ୍ୟା ପରିସ୍ଥିତି ଦେଖାଯାଏ । ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ବିହାରର ପାଟନା ଜିଲ୍ଲା ହେଉଛି ବନ୍ୟା ପରିସ୍ଥିତି ପାଇଁ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ।

ଏହି ସ୍ଥାନରେ ସବୁଠାରୁ ଅଧିକ ବନ୍ୟା ପରିସ୍ଥିତି ଉପୁଜିଥାଏ । ଏହା ପରେ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏବଂ ପରେ ମହାରାଷ୍ଟ୍ରର ଥାନାରେ ବନ୍ୟା ପରିସ୍ଥିତି ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ଦେଶର ଜିଲ୍ଲା ଉପରେ ଆଧାରିତ ବନ୍ୟା ସମ୍ବେଦନଶୀଳତାକୁ ଦେଖିଲେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଦିଲ୍ଲୀ, ଭାରତୀୟ ପାଣିପାଗ ବିଭାଗ, ପୁଣେ ଏବଂ ଆଇଆଇଟି, ରୁର୍କି ଏକ ନୂତନ ଜିଲ୍ଲା ସ୍ତରୀୟ ବନ୍ୟା ପରିସ୍ଥିତି ସୂଚକାଙ୍କ (DFSI) ସୃଷ୍ଟି କରିଛନ୍ତି । ଯାହା ଅନୁଯାୟୀ ବିହାରର ପାଟନା ଜିଲ୍ଲା ସର୍ବାଧିକ ପ୍ରଭାବିତ ଜିଲ୍ଲା ଭାବେ ପରିଗଣିତ ହୋଇଛି ।

ଏହା ପରେ ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟରେ ମୁର୍ସିଦାବାଦ (ପଶ୍ଚିମବଙ୍ଗ) ଏବଂ ଥାନେ (ମହାରାଷ୍ଟ୍ର) ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି । ଏହା ପରେ ବନ୍ୟା ପରିସ୍ଥିତିରେ ସବୁଠାରୁ ଅସୁରକ୍ଷିତ ଜିଲ୍ଲା ହେଉଛି ଉତ୍ତର ୨୪ ପରଗାନା (ପଶ୍ଚିମବଙ୍ଗ), ଗୁଣ୍ଟୁର (ଆନ୍ଧ୍ରପ୍ରଦେଶ), ନାଗପୁର (ମହାରାଷ୍ଟ୍ର), ଗୋରଖପୁର (ଉତ୍ତରପ୍ରଦେଶ), ବାଲିଆ (ଉତ୍ତରପ୍ରଦେଶ), ପୂର୍ବ ଚମ୍ପରନ୍ (ବିହାର) ଏବଂ ପୂର୍ବ ମେଦିନୀପୁର ( ପଶ୍ଚିମବଙ୍ଗ) ଅନ୍ତର୍ଭୁକ୍ତ କରାଯାଇଛି । ଭାରତର ଏହିସବୁ ସ୍ଥାନରେ ସବୁଠାରୁ ଅଧିକ ବନ୍ୟା ହୋଇଥାଏ,  ଯାହାଦ୍ୱାରା ଅନେକ ଧନ ଜୀବନ କ୍ଷୟକ୍ଷତି ମଧ୍ୟ ହୋଇଥାଏ ।

Leave A Reply

Your email address will not be published.