ସ୍ପେଶାଲ

ଗଣେଶ ଚତୁର୍ଥୀରେ ଏମିତି ଆଣନ୍ତୁ ଗଣପତିଙ୍କ ମୂର୍ତ୍ତି, କିଣିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର। କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ, ଯେପରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହୋଇପାରିବ। ଗଣେଶ ଭଗବାନଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଏବଂ ଏହି ଦିନକୁ ସାରା ଦେଶରେ ବଡ଼ ଧୁମ୍‌ଧାମରେ ପାଳନ କରାଯାଇଥାଏ।

ଅନେକ ଲୋକ ନିଜ ଘରେ ଗଣେଶ ମୂର୍ତ୍ତି ଆଣି ପୂଜା କରି ଥାଆନ୍ତି। ଗଣପତିଙ୍କୁ ସ୍ଥାପନା ପରେ ତାଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯାଇଥାଏ। ମୋଦକ, ଲଡ଼ୁ ଆଦି ଭୋଗ ଲଗାଯାଇଥାଏ। ଗଣେଶ ଚତୁର୍ଥୀରେ ବପ୍ପାଙ୍କୁ ଘରକୁ ଆଣିବା ପୂର୍ବରୁ କେତେକ କଥା ଉପରେ ଧ୍ୟାନ ରଖିବା ଉଚିତ୍‌। ଆସନ୍ତୁ ଜାଣିବା, ଭଗବାନଙ୍କ ମୂର୍ତ୍ତି କିଣିବା ସମୟରେ ଆପଣ କେଉଁ ଜିନିଷ ଉପରେ ଧ୍ୟାନ ଦେବେ…।

-ଜ୍ୟୋତିଷ ଶାସ୍ତ୍ର ମୁତାବକ, ଗଣେଶଙ୍କ ଅଲଗା ଅଲଗା ମୂର୍ତ୍ତିର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଚାକିରି କିମ୍ବା ବ୍ୟବସାୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍‌। ଯଦି ଏମିତି ମୂର୍ତ୍ତି ଆପଣ ସ୍ଥାପନ କରିବେ, ତା’ ହେଲେ ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ।

-ଗଣପତିଙ୍କ ମୂର୍ତ୍ତି କିଣିବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ରଖନ୍ତୁ, ଯେପରି ତାଙ୍କର ବସିଥିବା ମୂର୍ତ୍ତି କିଣିବେ। ଗଣେଶ ଚତୁର୍ଥୀ ସମୟରେ ଏହି ପ୍ରକାର ମୂର୍ତ୍ତି ସ୍ଥାପନା କରିବା ବହୁତ ଶୁଭ ହୋଇଥାଏ। ଗଣପତି ବପ୍ପାଙ୍କ ଏମିତି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ସ୍ଥାୟୀ ଲାଭ ମିଳିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ, ବପ୍ପାଙ୍କ ନୃତ୍ୟରତ ମୂର୍ତ୍ତି ଘରକୁ ବିଲକୁଲ ବି ଆଣନ୍ତୁ ନାହିଁ। କୁହନ୍ତି, ଯଦି କେହି ବ୍ୟକ୍ତି ଘରକୁ ଏପରି ମୂର୍ତ୍ତି ଆଣନ୍ତି, ତ ଘରେ କଳି, ଝଗଡ଼ା ବଢ଼ିଥାଏ। ଘରର ଶାନ୍ତି ଭଙ୍ଗ ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago