ଭାରତରେ ଏମିତି ଏକ ଗାଁ ଅଛି, ଯେଉଁଠି ଲୋକେ ଜଣେ ଜଣଙ୍କୁ ତାଙ୍କ ନାଁରେ ନୁହେଁ, ବରଂ ସିଟି ମାରି ଡାକିଥାଆନ୍ତି। ଲୋକଙ୍କୁ ଡାକିବା ପାଇଁ ଅଲଗା ଅଲଗା ଷ୍ଟାଇଲ୍ରେ ହ୍ଵିସିଲ୍ ମାରାଯାଇଥାଏ। ମେଘାଳୟର ପୂର୍ବ ଜିଲ୍ଲା ଖାସି ପାହାଡ଼ରେ ରହିଛି କଙ୍ଗ୍ଥଙ୍ଗ୍ ଗାଁ। ଏହା ‘ହ୍ଵିସିଲ୍ ଭିଲେଜ୍’ ନାଁରେ ମଧ୍ୟ ବେଶ୍ ଜଣାଶୁଣା। ଗାଁରେ ଖାସି ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି।
ଏହାସହ ପଢ଼ନ୍ତୁ: ଏ ହେଉଛି ଦୁନିଆର ସବୁଠାରୁ ଦୁର୍ଗମ ହୋଟେଲ, ଯେଉଁଠି ୬୦ ହଜାର ପାହାଚ ଚଢ଼ି ପାହାଡ଼ ଉପରକୁ ଯିବାକୁ ପଡ଼େ
ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଟି ଲେଖାଏ ନାଁ ରହିଛି। ଗୋଟିଏ ଘର ଲୋକ ଦେଇଥିବା ନାଁ ଏବଂ ଅନ୍ୟଟି ‘ହ୍ଵିସିଲିଙ୍ଗ୍ ଟ୍ୟୁନ୍ ନେମ୍’। ଗାଁ ଲୋକେ ଘର ନାଁରେ ଡାକିବା ବଦଳରେ ହ୍ଵିସିଲିଙ୍ଗ୍ ନାଁରେ ଡାକିଥାଆନ୍ତି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ହ୍ଵିସିଲିଙ୍ଗ୍ ନାଁ ଅଲଗା ଅଲଗା ହୋଇଥାଏ। ଗାଁରେ ଯେବେ ଯାହାର ଛୁଆ ଜନ୍ମ ହୁଏ, ତା’ର ଟ୍ୟୁନ୍ ମା’ ହିଁ ଦେଇଥାଏ। ଏହାପରେ ଛୁଆଟି ଧୀରେ ଧୀରେ ନିଜ ଧୁନ୍ ଜାଣିବାରେ ଲାଗିଥାଏ।
ଏହାସହ ପଢ଼ନ୍ତୁ: ପାଣି ନୁହେଁ, ଏହି ଫାଉଣ୍ଟେନ୍ରୁ ସବୁ ସମୟରେ ବାହାରିଥାଏ ରେଡ୍ ଓ୍ଵାଇନ୍, ମାଗଣାରେ ପିଅନ୍ତି ଲୋକେ
କେମିତି ବନାଇଥାଆନ୍ତି ଧୁନ୍
କଙ୍ଗ୍ଥଙ୍ଗ୍ ଗାଁରେ ୧୦୯ଟି ପରିବାରର ୬୨୭ଜଣ ଲୋକ ବସବାସ କରୁଛନ୍ତି। ସମସ୍ତଙ୍କର ନିଜର ଟ୍ୟୁନ୍ ରହିଛି। ଅର୍ଥାତ୍ ଗାଁରେ ମୋଟ ୬୨୭ଟି ହ୍ଵିସିଲ୍ ମରାଯାଇଥାଏ। ଲୋକେ ଏହି ଟ୍ୟୁନ୍ ପ୍ରକୃତିରୁ ବନାଇଥାଆନ୍ତି। ଖାସ୍ କରି, ଚଢ଼େଇ ଆଓ୍ଵାଜ୍ରେ ନୂଆ ନୂଆ ଟ୍ୟୁନ୍ ବନାଇଥାଆନ୍ତି।
ଏହାସହ ପଢ଼ନ୍ତୁ: ଏ କି ବିଚିତ୍ର ପରମ୍ପରା, ଯେଉଁଠି ସ୍ୱାମୀଙ୍କ ସୁସ୍ଥ ଜୀବନ ପାଇଁ ସ୍ତ୍ରୀ ସାଜେ ବିଧବା ବେଶ
ଗାଁର ଚାରିପାଖେ ପାହାଡ଼ ଘେରିରହିଛି। ତେଣୁ ଲୋକେ ଯାହା ବି ଧୁନ୍ ବାହାର କରନ୍ତି, ତାହା କମ୍ ସମୟ ମଧ୍ୟରେ ଦୂର ପଯ୍ୟର୍ନ୍ତ ପହଞ୍ଚିଯାଇଥାଏ। ତେବେ ଗାଁ ଲୋକଙ୍କ ଭିତରେ ଏଭଳି କଥାବାର୍ତ୍ତା ଶୈଳୀ ବୈଜ୍ଞାନିକ ରୂପରେ ଠିକ୍ ବୋଲି ଗଣାଯାଏ। କିନ୍ତୁ ସମୟ ବଦଳିବା ସହ ଏଠାକାର ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଆସିଲାଣି। ଏବେ ଏହି ଲୋକେ ନିଜ ଟ୍ୟୁନ୍ ନାଁକୁ ମୋବାଇଲ୍ ଫୋନ୍ରେ ରେକର୍ଡ କରି ତାହାକୁ ରିଙ୍ଗ୍ଟୋନ୍ ମଧ୍ୟ ବନାଇ ଦେଉଛନ୍ତି।