ଏମିତି ଜଣେ ବ୍ଯକ୍ତି ଯାହାଙ୍କୁ ଛୁଇଁବା ମାତ୍ରେ ହୋଇଥାଏ ମୃତ୍ୟୁ

ଆପଣ ସାଧାରଣତଃ କାହାଣୀରେ ଶୁଣିଥିବେ କି କିଛି ବସ୍ତୁ ବା ବ୍ଯକ୍ତିଙ୍କୁ ଛୁଇଁବା ମାତ୍ରେ କାହାର ମୃତ୍ୟୁ ହୋଇଥାଏ। ଏହା ଶୁଣିବାକୁ ଆଶ୍ଚର୍ଯ୍ଯଜନକ ଲାଗିଥିଲେ ମଧ୍ୟ ସତ। ତେବେ ଏଥିଉପରେ ବିଜ୍ଞାନ ଆଜି ମଧ୍ୟ ସମର୍ଥନ ଦେଉନାହିଁ କିନ୍ତୁ ଏଠାକାର ସ୍ଥାନୀୟ ଲୋକ ଏହାକୁ ସତ ମାନିଥାନ୍ତି। ଆସନ୍ତୁ ଜାଣିବା କେଉଁଠାରେ ରହିଛି ସେହି ସ୍ଥାନ ଓ କିଏ ସେ ବ୍ଯକ୍ତି ଯାହାଙ୍କୁ ଛୁଇଁବା ମାତ୍ରେ ହୋଇଥାଏ ମୃତ୍ୟୁ।

die

 

ପଶ୍ଚିମ ଆଫ୍ରିକାର ଗୋଟିଏ ଛୋଟ ଦେଶ ବୋନିନ୍। ସାରା ଦେଶରେ ଏହାକୁ କଳାଯାଦୁର କେନ୍ଦ୍ର କୁହାଯାଇଥାଏ। ଏପରି ମଧ୍ୟ କୁହାଯାଇଥାଏ କି ଏହି ଦେଶରୁ ହିଁ ତନ୍ତ୍ରମନ୍ତ୍ର ଏବଂ କଳାଯାଦୁ ଆଦିର ଆରମ୍ଭ ହୋଇଥିଲା। ଏଠାରେ ରହୁଥିବା ଜନଜାତିଙ୍କ ନାମ ଇଗୁନଗୁନ୍ ହୋଇଥିବା ବେଳେ ଏହି ସମୁଦାୟକୁ କଳାଯାଦୁର ପ୍ରତିଷ୍ଠାତା କୁହାଯାଇଥାଏ। କିଛି ବ୍ଯକ୍ତି ଏହି ସ୍ଥାନର ନାମ ସିକ୍ରେରେଟ ସୋସାଇଟି ମଧ୍ୟ ରଖିଛନ୍ତି।

die 3

ସୂଚନା ଅନୁଯାୟୀ, ଇଗୁନଗୁନ୍ ସମୁଦାୟର ଯଦି କୌଣସି ବ୍ଯକ୍ତି କାହାକୁ ଛୁଇଁ ଦିଅନ୍ତି ତେବେ ତାଙ୍କର ତୁରନ୍ତ ମୃତ୍ୟୁ ହୋଇଯାଇଥାଏ। ଏହା ଅର୍ଥ ନୁହଁ କି କେବଳ ସେହି ଛୁଇଁଥିବା ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥାଏ, ଇଗୁନଗୁନ ସଦସ୍ଯଙ୍କର ମଧ୍ୟ ମୃତ୍ୟୁ ହୋଇଥାଏ। ଏମାନେ ଦେଖିବାକୁ ସାଧାରଣ ବ୍ଯକ୍ତିଙ୍କ ଠାରୁ ଖୁବ ଭିନ୍ନ। କହିବାକୁ ଗଲେ ଆଜି ପର୍ଯ୍ଯନ୍ତ କିଏ ମଧ୍ୟ ତାଙ୍କର ମୁହଁ ଦେଖିନାହାନ୍ତି।

ନିଶ୍ଚିତ ପଢ଼ନ୍ତୁ: ଏହି ଐତିହାସିକ ସ୍ଥାନକୁ ରାତିରେ ଗଲେ ସକାଳେ ଫେରିବ ତାଙ୍କର …..

ଇଗୁନଗୁନ୍ ସମୁଦାୟର ଲୋକ ତାଙ୍କ ଶରୀରର ସମସ୍ତ ଅଙ୍ଗକୁ ସଂପୂର୍ଣ୍ଣ ଭାବେ ଘୋଡ଼ାଇ ରଖିବା ପାଇଁ ରଙ୍ଗବେରଙ୍ଗ କପଡ଼ା ବ୍ଯବହାର କରିଥାନ୍ତି। ସେମାନେ ତାଙ୍କ ମୁହଁ ମଧ୍ୟ ଲୁଚାଇଦେଇଥାନ୍ତି। ଅନ୍ଯ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମୁଦାୟର ଲୋକଙ୍କ ମଧ୍ୟରେ ତାଙ୍କ ପୂର୍ବଜ ମାନଙ୍କର ଆତ୍ମା ରହିଥାଏ। ଏହି ଲୋକ ସେଠାକାର ଲୋକଙ୍କ ପଥ ପ୍ରଦର୍ଶନ କରିବା ସହ ତାଙ୍କୁ ସତମାର୍ଗ ଦେଖାଇଥାନ୍ତି। ଏହି ବର୍ଗର ବ୍ଯକ୍ତି ବହୁ ଉଚ୍ଚ ସ୍ବରରେ କଥା ହେବା ସହ ଏକ ଭିନ୍ନ ଭାଷା ବ୍ଯବହାର କରିଥାନ୍ତି। ଏମାନଙ୍କ ମୁହଁ ଘୋଡ଼ାଇ ରହିଥିବାରୁ ତାଙ୍କ ସହ ଜଣେ ବ୍ଯକ୍ତି ରହିଥାନ୍ତି ଯିଏ ବାଡ଼ି ସାହାଯ୍ଯରେ ଏମାନଙ୍କୁ ପଥ ଦେଖାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.