କିଏ ଏହି ମହିଳା ଯିଏ ଏମିତି ହଙ୍ଗାମା କରୁଛନ୍ତି ?

କିଏ ଏହି ମହିଳା ? କାହିଁକି ଏମିତି ପୋଲିସ ବାବୁଙ୍କ ସହ ଯୁକ୍ତି କରୁଛନ୍ତି ? ଏତେ ବୁଝାଇବା ପରେ ବି କିଛି ଶୁଣିବା କି ବୁଝିବା ବଦଳରେ ଯା ପାଟିକୁ ଆସୁଛି ପୋଲିସ ଅଧିକାରୀ ମାନଙ୍କୁ କହିଯାଉଛନ୍ତି l କାହାରିକୁ ମାନିବା ପାଇଁ ପ୍ରସ୍ତୁତ ନାହାଁନ୍ତି l ତାଙ୍କର କେବଳ ଗୋଟିଏ କଥା ମୋ କ୍ଷତି ପୂରଣ କିଏ ଭରିଦେବ ? କିଏ ମୋ ଦୁଃଖ ଦୂର କରିବ ? ମୁଁ ଗୋଟିଏ ବିଧବା ମହିଳା ମୋର ଦୁଇ ଦୁଇଟି ଛୁଆଙ୍କ ଜୀବନ ନଷ୍ଟ ହେଲା l ତେବେ କିଛି ଦିନ ହେବ କେବେ ସିପି ଅଫିସ ଆଗରେ ତ ଆଉ କେତେବେଳେ ମୂଖ୍ୟ ମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟ ନିକଟରେ ଆସି ଜଣେ ମହିଳା ଖୁବ ହଙ୍ଗାମା କରୁଛନ୍ତି l ପୋଲିସ ମାନଙ୍କୁ ନାକେଦମ କରୁଛନ୍ତି l ଘଟଣା କଣ ଏ ମହିଳା କାହିଁକି ଦୀର୍ଘ ବର୍ଷ ହେଲା ଏଠାକୁ ଆସି ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି l ଆସନ୍ତୁ ଜାଣିବା…. କିନ୍ତୁ ଇଏ ଯେଉଁ କଥା ଗପ ନୁହେଁ ଏକ ସତ କାହାଣୀ….

ମହିଳାଙ୍କ ନାମ ସରସ୍ବତୀ ସାହୁ ଘର ଯାଜପୁର ଜିଲ୍ଲାରେ l ଆଜକୁ ଦୀର୍ଘ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିଲେ l ଏକୁଟିଆ ମଣିଷ ଦୁଇ ଛୁଆଙ୍କୁ ନେଇ ଭଲ ସ୍କୁଲ କଲେଜରେ ପଢାଇ ବଡ଼ ଅଫିସର କରିବାକୁ ସ୍ବପ୍ନ ଦେଖିଲେ l ହେଲେ ତାଙ ସ୍ୱପ୍ନ ଧୂଳି ସାତ ହୋଇଗଲା l କାହିଁକି ନା ସ୍ୱାମୀ ଚାଲିଗଲା ପରେ ଏକୁଟିଆ ମଣିଷ ଛୁଆ ଗୁଡିକୁ ମଣିଷ କରି ଗଢି ତୋଳିବା ଏତେ ସହଜ ହେଲାନି l ଏହାରି ଭିତରେ ଘଟିଥିଲା ଏହି ଦୁଃଖଦ ଚିତ୍ର l ଯାହାକି ଆଜି ଯାଏ ସରସ୍ବତୀ ଲୁହ ଗଡ଼ାଇ ଗଡ଼ାଇ ଶେଷରେ ସଂଗ୍ରାମ କରିବାକୁ ଓଲ୍ହାଇ ଆସିଲେ ରାଜଧାନୀକୁ l ଆଉ ସେହି ଦିନଠାରୁ ଆଜି ଯାଏ ଲଢେଇ ସରିବା ନା ଧରୁନି l ଏକୁଟିଆ ବିଧବା ମଣିଷ ନା ଆଗକୁ କିଏ ଅଛି ନା ପଛକୁ ତାଙ୍କ ସହିତ ଏ ଲଢେଇରେ ସାଥ ଦେଵା ପାଇଁ । ନିଜେ ନିଜେ ଏ ଦୁଆର ସେ ଦୁଆରକୁ ଯାଇ ବାବୁ ମାନଙ୍କୁ ଦୁଃଖ ଜଣାଇ କହୁ କହୁ ଦିନ ସରୁନି l ସେ ପୁଣି ଯାଜପୁରରୁ ରାଜଧାନୀ ଦୌଡ଼ିବାକୁ ପଡ଼େ ନ୍ୟାୟ ପାଇବା ପାଇଁ l

ତାଙ୍କ କହିବା ମୁତାବକ୍ ଟ୍ରକ ଚାରୋଟି ଥିଲା ସରସ୍ବତୀଙ୍କର l ସେ ନିଜେ ଆଉ ଟ୍ରକ ବୁଲେଟ ଚଲାନ୍ତି l କିନ୍ତୁ ପୋଲିସ ଚଞ୍ଚକତା କରି କୋଇଲା ବୋଝେଇ ଟ୍ରକ ୨ଟିକୁ ସିଜ୍ କରି ନେଇଗଲେ । ଆଉ ସେହି ଟ୍ରକକୁ ଉଦ୍ଧାର କରିବାକୁ ଯାଇ ନିଜେ ବିକ୍ରି କଲେ ଆଉ ଦୁଇଟି ଟ୍ରକ ଏବଂ ସେହି ବିକ୍ରି ଟଙ୍କାରେ ନ୍ୟାୟ ପାଇବା ପାଇଁ ଖର୍ଚ୍ଚ କଲେ l କେତେ ବାବୁଙ୍କ ନିକଟକୁ କେତେ ପୋଲିସ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ପାଦର ଚପଲ ଘୋରିଯାଉଛି ସତ କିନ୍ତୁ ନା ମିଳୁଛି କ୍ଷତି ପୂରଣ ନା ମିଳୁଛି ନ୍ୟାୟ l ସରସ୍ବତୀ କହିବା କଥା.. ଦୁଇ ଜଣ କିଏ ଅଧିକାରୀ ଯିଏ ତାଙ୍କର ଏହି ଦଃଖ ପାଇଁ ଦାୟୀ ।

ହେଲେ ଏମିତି କେତେ ଦିନ ପୋଲିସ ସହିତ ଝଗଡା କରିବେ ଏହି ମହିଳା ଜଣକ l ସମାଧାନ କଣ କିଛି ହୋଇ ପାରିବନି ନା ସରସ୍ବତୀ ନ୍ୟାୟ ପାଇବେନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l କେବେ ଏହି ଟ୍ରକ ରାଣୀ ଆଖିରୁ ଲୁହ ଶୁଖିବ ତାକୁ ହିଁ ଅପେକ୍ଷା l

Also Read:ସୁନା ସଂସାର ଉଜାଡ଼ି ଦେଲା ଆତଙ୍କୀ, ଭୁଲ୍ କାହାର ?