ଚାଣକ୍ୟ ନୀତି : ଯାହାଙ୍କ ପତ୍ନୀଙ୍କ ପାଖରେ ଥାଏ ଏହି ୪ ଗୁଣ, ବହୁତ ଭାଗ୍ୟବାନ ହୋଇଥାନ୍ତି ଏହି ଲୋକ

ପ୍ରସିଦ୍ଧ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ବହୁତ ପ୍ରସିଦ୍ଦ । ଚାଣକ୍ୟଜୀ ଏକ ନୀତିଶାସ୍ତ୍ର ରଚନା କରିଛନ୍ତି ଯେଉଁଥିରେ ସମାଜର ପ୍ରତ୍ୟେକ ବିଷୟରେ ଗଭୀର ଭାବେ ବିଶ୍ଲେଷର କରିଛନ୍ତି । କୁହାଯାଏ ଯିଏ ଚାଣକ୍ୟଙ୍କ ନୀତି କୁ ଜୀବନରେ ଲଗାଇଥାଏ ତାଙ୍କର କୌଣସି ଅସୁବିଧା ହୁଏନାହିଁ । ସେ ସର୍ବଦା ଜୀବନରେ ସଫଳ ହୋଇଥାଏ ।

ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଅନୁସରଣ କରେ ସେ ବ୍ୟକ୍ତି ନିଜ ଜୀବନରେ ବହୁତ ଉନ୍ନତି କରେ । ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ସ୍ତ୍ରୀ ଲୋକଙ୍କ ୪ ଗୁଣ ସମ୍ପର୍କରେ କହିଛନ୍ତି । ଏମିତି ଗୁଣ ବାଲି ସ୍ତ୍ରୀ ଲୋକଙ୍କୁ ବିବାହ କଲେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥା । ଆସନ୍ତୁ ଜାଣିବା ଏହି ୪ ଗୁଣ ସ୍ତ୍ରୀ ଲୋକମାନେ କେମିତି ।

ଧୈର୍ଯ୍ୟ : ଯେଉଁ ମହିଳା ଧୈର୍ଯ୍ୟବାନ ହୋଇଥାନ୍ତି । ସେମାନେ ତାଙ୍କର ପତ୍ନୀଙ୍କୁ କାନ୍ଧରେ କାନ୍ଧ ମିଳାଇ ଅସୁବିଧା ସମୟରେ ସାହାଯ୍ୟ କରିଥାନ୍ତି । ଏମିତି ପତ୍ନୀ କୌଣସି ବି ପରସ୍ଥିତିରେ ନିଜର ପରିବାର ଉପରେ ହାନୀ ପହଞ୍ଚିବାକୁ ଦିଅନ୍ତି ନାହିଁ । ଏମାନେ କଠିନ ସମୟରେ ସ୍ୱାମୀଙ୍କୁ ଅସୁବିଧାରୁ ମୁକୁଳାଇବାକୁ ସାହାଯ୍ୟ କରିଥାନ୍ତି । ଏମିତି ପତ୍ନୀ ସର୍ବଦା ନିଜର ପତିଙ୍କ ମନୋବଳ ବଢ଼ାନ୍ତି ଓ ଆଗେ ବଢ଼ିବାକୁ ପ୍ରେରିତ କରିଥାନ୍ତି ।

ସନ୍ତୋଷୀ : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ସର୍ବଦା ସନ୍ତୋଷ ରହିବା ଦରକାର । କାରଣ ଯେଉଁ ଲୋକଙ୍କ ମଧ୍ୟରେ ସନ୍ତୋଷ ନଥାଏ ସେ ବ୍ୟକ୍ତିକୁ ଲାଳସା ବରବାଦ କରିଦେଇଥାଏ । ସନ୍ତୋଷ ରହୁଥିବା ପତ୍ନୀ ପତି ପାଇଁ ସବୁଠୁ ବଡ଼ ତାକତ । ଏମିତି ସ୍ତ୍ରୀ କଠିନରୁ କଠିନ କାର୍ଯ୍ୟକ୍‌ୁ ବି ସହଜରେ ପାର କରିଦେଇଥାଏ ।

ମଧୂର ବଚନ କହୁଥିବା ପତ୍ନୀ : ଚାଣକ୍ୟଙ୍କ ଅନୁଯାୟୀ ଯଦି ଆପଣଙ୍କ ପତ୍ନୀ ମଧୂର କଥା କହୁଥିବେ ତେବେ ଆପଣଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ଦୁନିଆରେ କେହି ନାହାଁନ୍ତି । ଏମିତି ଗୁଣ ବାଲି ସ୍ତ୍ରୀଙ୍କୁ ବିବାହ କରିଥିବା ପତି ସବୁଠୁ ଖୁସ କିସମତ ହୋଇଥାନ୍ତି । ଏମିତି ସ୍ତ୍ରୀ ଯାହା ସହିତ ବି ସେ ବନ୍ଧୁ ହୁଅନ୍ତୁ ବା ପଡୋଶୀ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖି ଚଳିଥାନ୍ତି ।

ଶାନ୍ତ ସ୍ୱଭାବ ପତ୍ନୀ : ଆଚାର୍ଯ୍ୟଙ୍କ ମତରେ କ୍ରୋଧୀ ବ୍ୟକ୍ତି ନିଜର ସବୁ କିଛି ନଷ୍ଟ କରିଦେଇଥାଏ । ହେଲେ ଶାନ୍ତ ସ୍ୱଭାବର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ । ଯେଉଁ ପୁରୁଷଙ୍କ ପତ୍ନୀ ଶାନ୍ତ ସ୍ୱଭାବର ଅଟନ୍ତି ସେ ସ୍ୱାମୀ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମିତି ପତ୍ନୀ ଘରେ ସର୍ବଦା ସୁଖ ଶାନ୍ତି ବନାଇ ରଖିଥାନ୍ତି । ବିପରୀତ ପରିସ୍ଥିତିରେ ବି ଏହି ପତ୍ନୀ ନିଜର ବୁଦ୍ଧି ବଳରେ ଅସୁବିଧାକୁ ମୁକାବିଲା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.