ଠକଙ୍କୁ କାହିଁକି 420 କୁହାଯାଏ ? କାହିଁକି 421 କି 520 କୁହାଯାଏନି ?

ସାଧାରଣତ ଆମେ ଦେଖିଛେ କି ପ୍ରାୟ ଲୋକଙ୍କୁ 420 ବୋଲି କୁହାଯାଇଥାଏ । ବିଶେଷ କରି ଠକ ମାନଙ୍କୁ ଆମେ ସେହି ଟ୍ୟାଗଲାଇନ ଦେଇଥାଉ । ଯେଉଁମାନେ ଠକ ସ୍ୱଭାବର ସେମାନଙ୍କୁ ଆମେ ଚାର ସୋ ବିଶ କହିଥାଉ । କିନ୍ତୁ କଣ ଆପଣ ଜାଣନ୍ତି କି ଏହି 420 କାହିଁକି କୁହାଯାଇଥାଏ । କାହିଁକି 421 କି 520 କୁହାନଯିବ । ଏକଥା ଆପଣଙ୍କ ମନକୁ କେବେ ଆସିନି ?
କହିରଖୁଛୁ କି ଏହା କେବଳ ଏକ ସଂଖ୍ୟା ନୁହେଁ ଏହାର ଏକ ଆଇନଗତ ଅସ୍ତିତ୍ୱ ରହିଛି । ବାସ୍ତବରେ 420 ହେଉଛି ଭାରତୀୟ ଦଣ୍ଡ ସଂହିତା । ଏହି ଧାରାଟି ସେହି ବ୍ୟକ୍ତିଙ୍କ ଉପରେ ଥୋପାଯାଇଥାଏ ଯିଏ ଅନ୍ୟଙ୍କୁ ପ୍ରତାରଣା କରନ୍ତି । ଧୋକା ଦିଅନ୍ତି , ଠକନ୍ତି । 420 ସଂଖ୍ୟା ଇଂରାଜୀ ଶବ୍ଦ ଚିଟିଙ୍ଗ ସହ ଯୋଡାଯାଇଛି ।
ଏହି ଧାରାର ବହୁତ ନିୟମ ରହିଛି । ଏହି ଧାରାର ଫଳାଫଳ ଉପରେ ମଧ୍ୟ କୁହାଯାଇଛି । ଏପରିକି ଏଥିରେ ଦଣ୍ଡର ମଧ୍ୟ ଉଲ୍ଲେଖ ରହିଛି । ଯେକୌଣସି ବ୍ୟକ୍ତି ଯିଏ ପ୍ରତାରଣା କରେ, ଅସାଧୁ ଭାବେ ବ୍ୟବହାର କରେ କିମ୍ବା ଅନ୍ୟ କାହାକୁ ଠକେ ଅଥବା କିଛି ଏପରି କୁକର୍ମ କରେ ଯାହା ଆଖି ସାମନାରେ ଥାଇ ବି ଜଣାପଡିନଥାଏ। ଏଭଳି କରିବା ଦ୍ୱାରା ସେମାନେ 420 ଧାରାରେ ଦଣ୍ଡିତ ହେବେ ।
ଯେତେବେଳେ ଜଣେ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଅନ୍ୟଜଣଙ୍କ ସହ ଜାଲିଆତି କରେ । ତାଙ୍କ ସମ୍ପତ୍ତି କିମ୍ବା ମୂଲ୍ୟବାନ ଜିନିଷକୁ ନିଜ ନାଁରେ କରିନିଏ ଅର୍ଥନୈତିକ କିମ୍ବା ମାନସିକ ବାଧ୍ୟବାଧକତାରେ ଜାଲ ଦସ୍ତଖତ ଏଭଳି କାର୍ଯ୍ୟ ପାଇଁ 420 ଲାଗୁ କରାଯାଇଛି । ଏହି ଅପରାଧ ପାଇଁ ସର୍ବାଧିକ ୭ବର୍ଷ ଦଣ୍ଡର ବ୍ୟବସ୍ଥା ରହିଛି । ଏହା ସହ ଆର୍ଥିକ ଦଣ୍ଡ ମଧ୍ୟ ଦିଆଯାଇପାରେ । ଯେଉଁଥିରେ ଜୋରିମାନା ଆଦାୟର ମଧ୍ୟ ବ୍ୟବସ୍ଥା ଅଛି ।