ଭାରତୀୟ ମୋବାଇଲ ନମ୍ବରରେ +୯୧ ବ୍ୟବହାର ପଛରେ ରହିଛି ବଡ଼ କାରଣ, ଆଜି ହିଁ ଜାଣନ୍ତୁ

ଆପଣ ଜାଣିଥିବେ ପ୍ରତ୍ୟେକ ଭାରତୀୟଙ୍କ ମୋବାଇଲ ନମ୍ବରର ଆରମ୍ଭ +୯୧ ରୁ ହୋଇଥାଏ। କିନ୍ତୁ ଏହା ପଛରେ ଥିବା କାରଣ ହୁଏତ କାହାକୁ ଜଣାନଥିବ। ଭାରତୀୟ ମୋବାଇଲ ନମ୍ବରଙ୍କ ସଂଖ୍ୟା ୧୦ ଡିଜିଟର। କିନ୍ତୁ ଏହା ର ଆରମ୍ଭ ରେ କେବଳ ଏହି ଦୁଇଟି ଡିଜିଟ କାହିଁକି ବ୍ୟବହାର ହୁଏ।

ସାରା ଭାରତରେ ଆପଣ ଯେତେ ଜଣକର ମୋବାଇଲ ନମ୍ବର ଚେକ୍‌ କରନ୍ତୁ ନା କାହିଁକି ଏହାର ଆରମ୍ଭ +୯୧ରୁ ଆରମ୍ଭ ହୋଇଥାଏ। ଏହା ଫରକ ପଡ଼େନି ଯେ ଏହି ନମ୍ବର କେଉଁ ରାଜ୍ୟ ର ହୋଇ ଥାଉ ନା କାହିଁକି, ଆପଣ ଙ୍କ ପାଖକୁ କଲ ଆସୁ ଅବା ଆପଣ କାହାକୁ କଲ କରନ୍ତୁ ଏହାର ଅରମ୍ଭ ଏହି ଦୁଇଟି ଡିଜିଟରୁ ହୋଇଥାଏ। ଏହାର କାରଣ ଖୋଜି ଖୋଜି କିଛି କଣ୍ଟ୍ରି କୋଡର କାରଣ ଦର୍ଶାଇ ଥିବେ। ତେବେ ଆମେ ଆପଣଙ୍କୁ ଏହାର ପ୍ରକୃତ କାରଣ ସମ୍ପର୍କରେ କହିବୁ।

କଣ୍ଟି୍ର କୋଡ କଥା ଯଦି ଆପଣ ଶୁଣିଛନ୍ତି ତେବେ ଏହା ମଧ୍ୟ ଠିକ ଧାରଣା। ଏହି ଦୁଇଟି ଡିଜିଟ ଆମ ଦେଶର କଣ୍ଟ୍ରି କୋଡ। ଆଉ ପ୍ରତ୍ୟେକ ଦେଶ ପାଇଁ ଏହି କୋଡ ଆଲର୍ଟ କରାଯାଇଥାଏ। ଯାହାକି ଭିନ୍ନ ଭିନ୍ନ ରହିଥାଏ।

ଏବେ ପ୍ରଶ୍ନ ଉଠୁଛି ଏହାର ନିର୍ଦ୍ଧାରଣ କିପରି ହୋଇଥାଏ ?

ପ୍ରତ୍ୟେକ ଦେଶରେ କଣ୍ଟ୍ରି କୋଡ ଭିନ୍ନ ଭିନ୍ନ କିପରି ଥାଏ? ଯଦି ଭାରତରେ ଏହି ନମ୍ବରକୁ ବ୍ୟବହାର କରାଯାଏ ତେବେ ଏହା ପଛରେ ଏକ କାରଣ ରହିଛି। ଏହା ପଛରେ ଏକ କାରଣ ରହିଛି ଯାହାକୁ ଆଧାର କରି ଏହି ଡିଜିଟକୁ ନିର୍ଦ୍ଧାରିତ କରାଯାଏ।

ଭାରତରେ +୯୧ କଣ୍ଟ୍ରି କୋଡର ବ୍ୟବହାର କରାଯାଏ। ସେମିତି ଅନ୍ୟ ଦେଶରେ ଏହା ଅଲଗା ଅଲଗା ଥାଏ। ପ୍ରକୃତରେ ଏହି କୋଡ କୁ ଇଣ୍ଟରନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନ କୁହାଯାଏ। ଯାହାକୁ ଏକ ଏଜେନ୍ସି ପରିଚାଳିତ କରୁଥାଏ। ଏହାବ୍ୟତିତ ଏହା ୟୁନାଇଟେଡ ନେସନ ର ଏକ ଅଂଶ ମଧ୍ୟ। ତେଣୁ ଏହି ଏଜେନ୍ସି ହି ଁ ଏହାକୁ ନିର୍ଦ୍ଧାରିତ କରିଥାନ୍ତି। ଯେ କେଉଁ ଦେଶରେ କେଉଁ କୋଡ ଲାଗୁ କରା ଯିବ।

ଜାଣି ରଖନ୍ତୁ ଏହାର ଗୁରୁତ୍ୱ:
ମୋବାଇଲ ନମ୍ବରର ଆରମ୍ଭ ରେ ଦିଆଯାଉଥିବା ଏହି ପ୍ରିଫିକ୍ସକୋଡ କୁ ଯଦି ବା ଆପଣ ଭାରତରେ ବ୍ୟବହାର କରୁନାହାନ୍ତି କିନ୍ତୁ ଆପଣ ଭାରତ ବାହାରେ କଲ କରିବାକୁ ଚାହିଁଲେ ତେବେ ଆପଣଙ୍କୁ ଏହି କୋଡର ବ୍ୟବହାର କରିବାକୁ ପଡ଼ିବ।

ପ୍ରକୃତରେ ଇଣ୍ଟରନ୍ୟାନାଲ କଲିଂକୁ ଧ୍ୟାନ ରଖି ଏହି କୋଡର ବ୍ୟବହାର କରାଯାଉଛି। ସବୁଠୁ ବଡ଼ କଥା ହେଉଛି କେବଳ ଭାରତ ନୁହେଁ ବରଂ ଏପରି ୧୯୩ ଟି ଦେଶ ଆହୁରି ଅଛି ଯେଉଁଠି ଭିନ୍ନ ଭିନ୍ନ କୋଡର ବ୍ୟବହାର କରାଯାଏ। ଏହି କୋଡର ନିର୍ଦ୍ଧାରଣ ଜୋନ ତଥା ଜୋନ ମଧ୍ୟରେ ଥିବା ନମ୍ବରକୁ ଆଧାର କରି ଦିଆଯାଏ। ଯେପରି ଭାରତରେ ୯୦ ଟି ଜୋନ ରହିଛି ଆଉ ଏଥିରେ ପ୍ରିଫିକ୍ସ କୋର୍ଟରେ ୯ ର ବ୍ୟବହାର କରାଯାଏ। ଜୋନରେ ଦିଆଯାଇଥିବା ନମ୍ବର ହିସାବରେ ୧ କୋଡ ମିଳିଥାଏ ଯାହା କାରଣରୁ ଭାରତର ନମ୍ବର +୯୧ ହୋଇଛି। ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ ଭାରତ ଯେଉଁ ଜୋନରେ ଅଛି ସେହି ଜୋନରେ ଶ୍ରୀଲଙ୍କା ସହିତ ପାକିସ୍ତାନ , ତୁର୍କୀ ଓ ଆଫଗାନିସ୍ତାନ ଦେଶ ମଧ୍ୟ ଅଛନ୍ତି। ତେଣୁ ଏହି କ୍ରମରେ ଭାରତ ର ନମ୍ବର ନମ୍ବର ୧ ରହିଛି। ଏହି ଉପାୟରେ କଣ୍ଟ୍ରି କୋଡ +୯୧ ନିର୍ଦ୍ଧାରିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.