କାହିଁକି ମହୁମାଛିକୁ କୁହନ୍ତି ଦୁନିଆର ଚାଲାକ ଜୀବ? ଜାଣନ୍ତୁ କଣ ରହିଛି ଖାସ୍

ଆମେ ସାଧାରଣତଃ ମହୁମାଛିକୁ ଏକ ଛୋଟ ଜୀବ ବୋଲି ଭାବିଥାଉ ଯାହା ମହୁ ତିଆରି କରେ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଛୋଟ ଜୀବ ପୃଥିବୀର ବୁଦ୍ଧିମାନ ଜୀବମାନଙ୍କ ଠାରୁ ଅନ୍ୟତମ । ମହୁମାଛିମାନେ ସେମାନଙ୍କର ଜଟିଳ ସାମାଜିକ ଗଠନ, ଅତ୍ୟାଧୁନିକ ଯୋଗାଯୋଗ ପ୍ରଣାଳୀ ଏବଂ ଅସାଧାରଣ ଇଞ୍ଜିନିୟରିଂ କୌଶଳତା ପାଇଁ ବର୍ଷ ବର୍ଷ ଧରି ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ପ୍ରାୟ ୨୦,୦୦୦ ପ୍ରଜାତିର ମହୁମାଛି ଏ ଦୁନିଆରେ ଅଛନ୍ତି, ସେଥିମଧ୍ୟରୁ ୨୭୦ ପ୍ରଜାତି ବ୍ରିଟେନରେ ବାସ କରୁଛନ୍ତି ।  ୯୦% ରୁ ଅଧିକ ମହୁମାଛି ଏକାକୀ ରୁହନ୍ତି । କିନ୍ତୁ ବାକି ମହୁମାଛି ଏବଂ ଭଅଁର ଗୁଡ଼ିକ ମିଳିତ ଭାବେ ରୁହନ୍ତି, ଯେଉଁଥିରେ ଏକ ରାଣୀ ମହୁମାଛି ଥାଏ ।

ମହୁମାଛିକୁ କାହିଁକି ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଏ ?

ମଣିଷ ପରି ମହୁମାଛିମାନଙ୍କର ମଧ୍ୟ ଏକ ସାମାଜିକ ଗଠନ ଅଛି । ପ୍ରତ୍ୟେକ ମହୁବସାରେ ଲକ୍ଷ ଲକ୍ଷ ମହୁମାଛି ରୁହନ୍ତି ଏବଂ ସବୁ ମହୁମାଛିଙ୍କର ଭିନ୍ନ ଭିନ୍ନ କାମ ଥାଏ । ସେମାନଙ୍କ ମହୁଫେଣାରେ ତିନୋଟି ବର୍ଗ ଥାଏ ଯେପରିକି – ରାଣୀ ମହୁମାଛି, ଶ୍ରମିକ ମହୁମାଛି ଏବଂ ପୁରୁଷ ମହୁମାଛି । ରାଣୀ ମହୁମାଛିର କାମ ହେଉଛି ଅଣ୍ଡା ଦେବା, ଶ୍ରମିକ ମହୁମାଛି ମହୁଫେଣାର ଯତ୍ନ ନେଇଥାଏ ଏବଂ ମହୁ ସଂଗ୍ରହ କରିଥାଏ । ଅନ୍ୟପଟେ ପୁରୁଷ ମହୁମାଛିର କାମ ହେଉଛି ରାଣୀ ମହୁମାଛି ସହ ପ୍ରଜନନ କରିବା । ମହୁମାଛି ମଧ୍ୟରେ କାର୍ଯ୍ୟ ବାଣ୍ଟିବାର କଳା ସ୍ପଷ୍ଟ କରେ ଯେ ସେମାନେ କେତେ ସାମାଜିକ ଏବଂ ବୁଦ୍ଧିମାନ ପ୍ରାଣୀ ।

ମହୁମାଛି କିପରି ଯୋଗାଯୋଗ କରନ୍ତି?

ମହୁମାଛିମାନେ ସେମାନଙ୍କ ଫେଣାରେ ଯୋଗାଯୋଗ କରିବାକୁ ଏକ ସ୍ୱତନ୍ତ୍ର ଉପାୟ ବ୍ୟବହାର କରନ୍ତି । ସେ ନିଜ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରିବାକୁ ନାଚନ୍ତି । ଏହି ଡ୍ୟାନ୍ସକୁ ୱାଗଲ୍ ଡ୍ୟାନ୍ସ କୁହାଯାଏ । ଏହି ଡ୍ୟାନ୍ସ ଦର୍ଶାଏ ଯେ କଲୋନୀଠାରୁ କେତେ ଦୂରରେ ଏବଂ କେଉଁ ଦିଗରେ ମହୁ ଅଛି । ଏହିପରି ଭାବେ ମହୁମାଛି ପରସ୍ପର ସହ ବିନା ଶବ୍ଦରେ ଯୋଗାଯୋଗ କରନ୍ତି । କେବଳ ଏକ ଡ୍ୟାନ୍ସ ଦ୍ବାରା ଏହା ସମ୍ଭବ ହୋଇ ପାରୁଥିବାରୁ ବିଜ୍ଞାନ ଦୃଷ୍ଟିକୋଣରୁ ଏହାକୁ ବୁଦ୍ଧିମାନର ଉପାୟ କୁହାଯାଏ । ଏହା ବ୍ୟତୀତ ମହୁମାଛିମାନଙ୍କର ଶିଖିବାର କ୍ଷମତା ମଧ୍ୟ ବହୁତ ଭଲ । ଏହା ବ୍ୟତୀତ ସମାଜରେ ସେମାନଙ୍କର ସହଯୋଗର ଏକ ଭାବନା ଅଛି ।

You might also like