ପ୍ଲେନ କ୍ରାସ ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ? ଜାଣନ୍ତୁ ଏହା କେମିତି ଖୋଲେ ଦୁର୍ଘଟଣାର ରହସ୍ୟ

ସବୁଠାରୁ ଆଶ୍ଚର୍ଯ୍ୟକର କଥା ବ୍ଲାକ ବକ୍ସ ବିସ୍ଫୋରଣ ପରେ ମଧ୍ୟ ନଷ୍ଟ ହୋଇ ନଥାଏ । ତେବେ ତଦନ୍ତକାରୀ ଟିମ୍ ପ୍ରକୃତରେ କାହିଁକି ସେହି ବକ୍ସକୁ ଖୋଜେ ସେଥିରେ ଏମିତି କଣ ରହିଥାଏ ।

ଆକାଶରେ ଯାତ୍ରୀଙ୍କୁ ଧରି ଉଡିବାବେଳେ ବେଳେବେଳେ ଦୁର୍ଘଟଣାର ଶିକାର ହୁଏ । ମଝି ଆକାଶରୁ ତଳକୁ ଖସି ପଡ଼େ ଆଉ ସେହି ମଝି ଆକାଶରେ ନିଆଁ ଲାଗି ବିଷ୍ଫୋରଣ ହୋଇଯାଏ । ଯାହାଫଳରେ ବିମାନରେ ଥିବା ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ । ତେବେ ଏହି ବିଷ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ଉକ୍ତ ବିମାନର ବ୍ଲାକ ବକ୍ସକୁ ଖୋଜିବାକୁ ଲାଗନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ସେହି ବ୍ଲାକ ବକ୍ସ ବିସ୍ଫୋରଣ ପରେ ମଧ୍ୟ ନଷ୍ଟ ହୋଇ ନଥାଏ । ତେବେ ତଦନ୍ତକାରୀ ଟିମ୍ ପ୍ରକୃତରେ କାହିଁକି ସେହି ବକ୍ସକୁ ଖୋଜେ ସେଥିରେ ଏମିତି କଣ ରହିଥାଏ । ଯିଏକି ଦୁର୍ଘଟଣାର ସବୁ ରହସ୍ୟକୁ ଖୋଲିଦିଏ । ଆଉ ଏହି ରହସ୍ୟ ଖୋଲୁଥିବା ବକ୍ସକୁ ବ୍ଲାକ ବକ୍ସ କଣ ପାଇଁ କୁହାଯାଏ । ଆମେ ଆଜି ଆପଣଙ୍କୁ ଏହି ବ୍ଲାକ ବକ୍ସ କଣ ଏବଂ ଏହାର ରହସ୍ୟ କଣ ଏହି ସମ୍ବନ୍ଧରେ ଜଣାଇବୁ ।

ବାସ୍ତବରେ ବ୍ଲାକ ବକ୍ସ ହେଉଛି ବିମାନ ମଧ୍ୟରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ । ବ୍ଲାକ୍ ବକ୍ସ ସବୁ ବିମାନରେ ରହିଥାଏ । ସେ ଯାତ୍ରୀ ବିମାନ ହେଉ କି ଯୁଦ୍ଧ ବିମାନ କି ବ୍ୟବସାୟୀକ ବିମାନ । ଏହି ଯନ୍ତ୍ର ବିମାନ ଉଡ଼ାଣର ସବୁ ଗତି ବିଧିକୁ ନିଜ ମଧ୍ୟରେ ରେକର୍ଡ କରି ରଖିଥାଏ । ଏହାକୁ ଫ୍ଲାଇଟ ଡାଟା ରେକର୍ଡ ମଧ୍ୟ କୁହାଯାଏ । ତେବେ ଏହି ବକ୍ସକୁ ସୁରକ୍ଷା ଦୃଷ୍ଟିରୁ ବିମାନର ଶେଷ ଭାଗରେ ରଖାଯାଇଥାଏ । କାରଣ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ବିମାନର ଶେଷ ଭାଗର ଅଧିକ କ୍ଷତି ହୋଇନଥାଏ । ଏଥିସହିତ ଏହି ବକ୍ସଟି ବହୁତ ଶକ୍ତ ହୋଇଥାଏ । ଯାହାକି ଟାଇଟେନିୟମ ଧାତୁରେ ନିର୍ମାଣ ହୋଇଥାଏ । ତେଣୁ ଏହି ବ୍ଲାକ ବକ୍ସ ନିଆଁରେ ଜଳିଲେ କି ପାଣିରେ ପଡ଼ିଲେ ମଧ୍ୟ ଏଥିରେ ଥିବା ଡାଟାଗୁଡିକ ନଷ୍ଟ ହୋଇନଥାଏ ।

ଏତତ୍ ବ୍ୟତୀତ ଏହି ବ୍ଲାକ ବକ୍ସର ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ୨ ମାସ ପର୍ଯ୍ୟନ୍ତ ଚାର୍ଜ ରହିପାରେ । ଯାହା ଦ୍ୱାରା ତଦନ୍ତକାରି ସଂସ୍ଥା ଫ୍ରିକ୍ୱେନ୍ସି ମାଧ୍ୟମରେ ଏହାକୁ ଖୋଜି ପାଇଥାନ୍ତି । ତେବେ ଏହି ବକ୍ସ ୧୧ ହାଜାର ଡିଗ୍ରି ସେଲସିୟସ ତାପମାତ୍ରାରେ ବି କିଛି କ୍ଷତି ହୋଇନଥାଏ । ଏହାର ରଙ୍ଗ ଲାଲ ହୋଇଥିବାର ଏହାକୁ ଖୋଜିବାରେ ସୁବିଧା ମଧ୍ୟ ହୋଇଥାଏ । ତେବେ ଦୁର୍ଘଟଣା ପୂର୍ବରୁ ୨ ଘଣ୍ଟା ପର୍ଯ୍ୟନ୍ତ ଭଏସ ରେକର୍ଡ କରି ରଖିଥାଏ । ଯେଉଁଥିରୁ ଜଣାପଡ଼ିଯାଏ ବିମାନର ମାହୋଲ କେମିତିଥିଲା । ତେବେ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପାଇଁ ବିମାନରେ ଏହି ବ୍ଲାକ୍ ବକ୍ସକୁ ଲଗାଯାଇଥାଏ । କାରଣ ଦୁର୍ଘଟଣାର ୨ ଘଣ୍ଟା ପୂର୍ବର ଏହି ବକ୍ସ ସବୁ ତଥ୍ୟକୁ ରେକର୍ଡ କରି ରଖିଥାଏ । ଯାହାଫଳରେ ଦୁର୍ଘଟଣା ପରେ ଏହି ବ୍ଲାକ୍ ବକ୍ସକୁ ଖୋଜି ଦୁର୍ଘଟଣାର ପ୍ରକୃତ କାରଣ ଯାଣିବାକୁ ପାଆନ୍ତି । ଦୁର୍ଘଟଣା କିପରି ଘଟିଲା , ଦୁର୍ଘଟଣା ସମୟରେ ବିମାନର ଉଚ୍ଚତା କେତେ ଥିଲା, ବେଗ, ଇନ୍ଧନ ସବୁ କିଛି ରେକର୍ଡ ହୋଇରହିଥାଏ । ତେବେ ୨୫ ଘଣ୍ଟାରୁ ଅଧିକ ସମୟ ଏଥିରେ ରେକର୍ଡ ହୋଇପାରିବ ।

ଯଦି ଇତିହାସକୁ ଦେଖିବା ତେବେ ଏହି ବ୍ଲାକ ବକ୍ସ ୫୦ ବର୍ଷରୁ ଅଧିକ ପୁରୁଣା ହେବ । ଯେତେବେଳେ ଅଧିକ ବିମାନ ଦୁର୍ଘଟଣା ହେଲା ସେତେବେଳେ ବୈଜ୍ଞାନିକ ମାନେ ଏହାକୁ ଲଗାଇବା ପାଇଁ ଚିନ୍ତା କଲେ । ତେଣୁ ୧୯୫୩ରୁ ୫୪ ମଧ୍ୟରେ ଆଲୋଚନା କରାଯାଇ ଏହାକୁ ବିମାନରେ ଲଗାଯାଇଥିଲା । ତେବେ ଏହା ଲାଲ ରଙ୍ଗ ଭଳି ଦେଖାଯାଉଥିବାରୁ ଏହାକୁ ରେଡ ଏଗ୍ କୁହାଯାଉଥିଲା । କିନ୍ତୁ ଏହାର ଭିତର ରଙ୍ଗ କଳା ଥିବାରୁ ଏହାକୁ ବ୍ଲାକ ବକ୍ସ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.