ମହାଭାରତ ଯୁଦ୍ଧ ଶେଷ ହେବା ପରେ କାହିଁକି ଭସ୍ମ ହୋଇ ଯାଇଥିଲା ଅର୍ଜୁନଙ୍କ “ନନ୍ଦିଘୋଷ ରଥ”

ହିନ୍ଦୁ ଧର୍ମରେ ମହାଭାରତ ଏକ ପ୍ରମୁଖ ଗ୍ରନ୍ଥ। ଏହା ବିଶ୍ୱର ସବୁଠାରୁ ବଡ ମହାକାବ୍ୟ ଗ୍ରନ୍ଥ ଯେଉଁଥିରେ ପାଖାପାଖି ଏକ ଲକ୍ଷ ଶ୍ଳୋକ ରହିଛି। ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ହୋଇଥିଲା । ତେବେ ଯୁଦ୍ଧ କେବେ ହୋଇଥିଲା ତାକୁ ନେଇ ଅନେକ ମତଭେଦ ରହିଛି। ମହାଭାରତରେ ଜୀବନ ସମ୍ବନ୍ଧୀୟ ଏମିତି ଅନେକ କଥା କୁହାଯାଇଛି ଯାହା ଅକ୍ଷରେ ଅକ୍ଷରେ ସତ। ତେଣୁ ଏହା ପ୍ରତ୍ୟେକ ମଣିଷଙ୍କୁ ଜାଣିବା ଉଚିତ୍‌। ମହାଭାରତ ଗ୍ରନ୍ଥ ମାଧ୍ୟମରେ ସୁଖୀ ଏବଂ ସଫଳ ଜୀବନର ସୂତ୍ର ଦିଆଯାଇଛି। ଏହା ବ୍ୟତୀତ ଜୀବନର ସଠିକ ମାର୍ଗଦର୍ଶନ ବିଷୟରେ ମଧ୍ୟ କୁହାଯାଇଛି। ଏହି ଗ୍ରନ୍ଥରେ ଏମିତି ଅନେକ ବିସ୍ମୟକର କଥା ଅଛି ଯାହାର ଗାଥା ଯେତେ ଶୁଣିଲେ ବି କମ୍‌ ଲାଗେ। ଏଥିରେ କିଛି ରୋମାଞ୍ଚକର କଥା ବି ରହିଛି । ଏଥିମଧ୍ୟରୁ ଗୋଟିଏ କଥା ହେଲା ମହାଭାରତ ଯୁଦ୍ଧ ଶେଷ ହେବା ପରେ କାହିଁକି ଭସ୍ମ ହୋଇଯାଇଥିଲା ଅର୍ଜୁନଙ୍କ ରଥ ?

ମହାଭାରତ ଯୁଦ୍ଧ ସମ୍ବନ୍ଧରେ ଅନେକ ଜଣ ଅଜଣା ତଥ୍ୟ ରହିଛି । ଯୁଦ୍ଧରେ କୌରବ ସେନାରେ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାରଥୀ କର୍ଣ୍ଣ ସାମିଲ ଥିଲେ। ସେଥିପାଇଁ ଦୁର୍ଯ୍ୟୋଧନ ଭାବୁଥିଲେ ସେ ଯୁଦ୍ଧରେ ପାଣ୍ଡବଙ୍କୁ ପରାସ୍ତ କରିଦେବେ। କିନ୍ତୁ ପାଣ୍ଡବଙ୍କ ପକ୍ଷରେ ଥିଲେ ସ୍ୱୟଂ ଶ୍ରୀକୃଷ୍ଣ। ସେ ଅର୍ଜୁନଙ୍କ ସାରଥୀ ଥିଲେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶ୍ରୀକୃଷ୍ଣ ହନୁମାନଙ୍କୁ ପ୍ରାର୍ଥନା କରି ନିଜ ରଥ ଉପରେ ଧ୍ବଜା ସହ ବିରାଜମାନ କରିବାକୁ ଅର୍ଜୁନଙ୍କୁ ପରାମର୍ଶ ଦେଇଥିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ସବୁ କଥାକୁ ଅନୁସରଣ କରୁଥିଲେ।

mahabharat

ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ଥିଲେ । ଅର୍ଜୁନଙ୍କ ରଥ ଶ୍ରୀକୃଷ୍ଣ ଚଲାଉଥିଲେ। ସ୍ୱୟଂ ଶେଷନାଗ ରଥ ଚକକୁ ଧରି ରଖିଥିଲେ ଯେପରିକି ଦିବ୍ୟାସ୍ତ୍ର ପ୍ରୟୋଗ କଲେ ମଧ୍ୟ ରଥ ପଛକୁ ନ ଘୁଞ୍ଚିବ। ସ୍ୱୟଂ ଶ୍ରୀକୃଷ୍ଣ, ହନୁମାନ ଓ ଶେଷନାଗ ଅର୍ଜୁନଙ୍କ ରଥକୁ ରକ୍ଷା କରିଥିଲେ । ଯୁଦ୍ଧ ସମାପ୍ତ ହେବାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ରଥରୁ ଓହ୍ଲାଇବାକୁ କହିଥିଲେ। ପ୍ରଥମେ ଶ୍ରୀକୃଷ୍ଣ ଓହ୍ଲାଇବା ପରେ ସେ ନିଜେ ଓହ୍ଲାଇବେ ବୋଲି ଆଜ୍ଞା ଦେଇଥିଲେ। କିନ୍ତୁ ଶ୍ରୀକୃଷ୍ଣ ମନା କରିଦେଇଥିଲେ । ପ୍ରଥମେ ଅର୍ଜୁନଙ୍କୁ ରଥରୁ ଓହ୍ଲାଇବାକୁ ଶ୍ରୀକୃଷ୍ଣ କହିଥିଲେ।

ଶ୍ରୀକୃଷ୍ଣଙ୍କ କଥା ମାନି ଅର୍ଜୁନ ପ୍ରଥମେ ରଥରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଶ୍ରୀକୃଷ୍ଣ ଓହ୍ଲାଇଥିଲେ ପରେ ଶେଷନାଗ ପାତାଳକୁ ଚାଲି ଯାଇଥିଲେ ଏବଂ ହନୁମାନ ରଥରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଯେମିତି ସମସ୍ତେ ରଥରୁ ଓହ୍ଲାଇ ପଡିଲେ ଅର୍ଜୁନଙ୍କ ରଥରେ ନିଆଁ ଲାଗିଗଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ ରଥ ଜଳିଗଲା। ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଶ୍ରୀକୃଷ୍ଣ ପଚାରିଲେ ରଥରେ ନିଆଁ କେମିତି ଲାଗିଲା।

ଅର୍ଜୁନଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଖୁବ ସୁନ୍ଦର ଜବାବ ଦେଇଥିଲେ। ସେ କହିଥିଲେ ରଥ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣ ଓ ମହାରଥୀ କର୍ଣ୍ଣଙ୍କ ଦିବ୍ୟାସ୍ତ୍ର ପ୍ରହାରରେ ନଷ୍ଟ ହୋଇ ସାରିଥିଲା । କିନ୍ତୁ ରଥରେ ହନୁମାନ ବିରାଜମାନ କରିଥିଲେ ଏବଂ ସେ ସ୍ୱୟଂ ରଥର ସାରଥୀ ଥିଲେ। ସେଥିପାଇଁ କେବଳ ତାଙ୍କ ସଂକଳ୍ପ ଯୋଗୁଁ ରଥ ଚାଲୁଥିଲା । କିନ୍ତୁ ରଥର କାମ ସମ୍ପୂର୍ଣ ହୋଇସାରିଛି । ସେଥିପାଇଁ ସେ ରଥ ଛାଡି ଦେଲେ ଏବଂ ରଥରୁ ଓହ୍ଲାଇ ପଡ଼ିଥିଲେ । ସେ ନିଜେ ରଥରୁ ଓହ୍ଲାଇ ପଡିବା ପରେ ରଥ ଭସ୍ମ ହୋଇଯାଇଥିଲେ ବୋଲି ସେ ଅର୍ଜୁନଙ୍କୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.