ନିଜ ଶେଷ ଜନ୍ମଦିନରେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ ବୋଲି କାହିଁକି କହିଥିଲେ ବାପୁ !

‘‘ମୁଁ ଏବେ ଆଉ ଅଧିକ ଦିନ ବଞ୍ଚିବାକୁ ଚାହୁଁନି। ମୁଁ କେବେ କହିଥିଲି ଯେ ମୁଁ ଦେଢ଼ ଶହ ବର୍ଷ ବଞ୍ଚିବାକୁ ଚାହୁଁଛି। କିନ୍ତୁ ଏବେ ଆଉ ମୋର ଅଧିକ ଦିନ ବଞ୍ଚିବାକୁ ଇଚ୍ଛା ନାହିଁ। ’’ ଏହିସବୁ କଥା ମହାତ୍ମା ଗାନ୍ଧୀ ମୃତ୍ୟୁ ପୂର୍ବରୁ ନିଜର ଅନ୍ତିମ ଜନ୍ମଦିନ ୨ ଅକ୍ଟୋବର, ୧୯୪୭ରେ କହିଥିଲେ। ଯେଉଁ ବ୍ୟକ୍ତି ୧୫୦ ବର୍ଷ ବଂଚିବାକୁ ଚାହୁଁଥିଲେ ଏବଂ ନିଜ ଇଛା ପାଇଁ ସମ୍ପୂର୍ଣ୍ଣ ଆଶ୍ବସ୍ତ ମଧ୍ୟ ଥିଲେ। ମାତ୍ର ୭୮ ବସନ୍ତ ପରେ ସାହସ ଭାଙ୍ଗିଗଲା । ବାପୁ ଆଉ ବଂଚିବାକୁ ଚାହୁଁନଥିଲେ । ନିଜ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ୧ ଅକ୍ଟୋବର ୧୯୪୭ରେ ବାପୁ ସଂଧ୍ୟା ସମୟ ପ୍ରର୍ଥନାରେ କହିଥିଲେ – ‘ଭଗବାନ୍ ମତେ ନିଜ ପାଖକୁ ନେଇ ଯାଅ । ନିଜ ପ୍ରିୟ ଦେଶକୁ ସବୁଦିନ ନଷ୍ଟ ହେବାର ଦେଖିପାରିବିନି । ସବୁକିଛି ଶେଷ ହୋଇଯାଉ ତା ପୂର୍ବରୁ ତାଙ୍କ ଆଖି ଏସବୁ ଦେଖିବା ବନ୍ଦ କରିଦିଅନ୍ତୁ।’

gandhee୧୯୪୭ ମସିହା ୨ ଅକ୍ଟୋବର ଆସିବାର କିଛି ଘଂଟା ପୂର୍ବରୁ ହିଁ ଗାନ୍ଧୀ ଆତ୍ମ ଶୁଦ୍ଧି ପାଇଁ ୨୪ ଘଣ୍ଟିଆ ବ୍ରତ ଆରମ୍ଭ କରିଦେଇଥିଲେ। ସ୍ବାଧୀନ ଭାରତରେ ନିଜ ପ୍ରଥମ ଜନ୍ମଦିନ ପାଳନ କରିବା ପାଇଁ ସବୁଦିନ ପରି ଗାନ୍ଧୀ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି । ନିତ୍ୟକର୍ମ ସାରି ଚରଖା ଚଲାନ୍ତି। ଏହାପରେ ଗୀତାର ଶ୍ଳୋକ ପଢି ଧ୍ୟାନରେ ଲୀନ ହୋଇଯାଆନ୍ତି ବାପୁ ।

gandhiiଧ୍ୟାନ କରିବା ସମୟରେ ବୋଧେ ସେ ୭୮ ବର୍ଷ ପୂର୍ବର ଦିନ ବିଷୟରେ ଭାବୁଥିଲେ ଯେତେବେଳେ ସେ ପୋରବନ୍ଦରରେ ଜନ୍ମ ହୋଇଥିଲେ । ସେ ନିଜ ମା’ ପୁତଳୀବାଇଙ୍କ ପ୍ରସବ ପୀଡାକୁ ମଧ୍ୟ ମନେ ପକାଉଥିଲେ । ନିଶ୍ଚିତ ଭାବରେ ତାଙ୍କ ମନରେ ୧୮୭୬ର ସେହି ଦିନର କଥା ଆସୁଥିବା ଯେଉଁଦିନ ପ୍ରଥମ ଥର ପାଇଁ ରାଜା ହରିଶ୍ଚନ୍ଦ୍ରଙ୍କ ଉପରେ ଆଧାରିତ ନାଟକ ଦେଖି ସେ ଖୁବ୍ ପ୍ରଭାବିତ ହୋଇଥିଲେ । ସେହି ଦିନ ମୋହନଦାସଙ୍କ ମନରେ ଏହି ଚିନ୍ତା ଆସିଥିଲା ଯେ ହରିଶ୍ଚନ୍ଦ୍ରଙ୍କ ପରି ସମସ୍ତେ କାହିଁକି ସତ୍ୟର ପୂଜାରୀ ହୋଇପାରିବନି ? କସ୍ତୁର ବାଙ୍କ ସହ ବିବାହଠୁ ଆରମ୍ଭ କରି ଇଂଲଣ୍ଡ ଯାଇ ପାଠ ପଢିବା ପର୍ୟ୍ୟନ୍ତ ଜୀବନର ସବୁ ମହତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ମନେ ପକାଉଥିଲେ ମହାତ୍ମା।

GANDHହଁ ଦକ୍ଷିଣ ଆଫ୍ରିକାରେ ଟ୍ରେନରେ ନିଜ ସହ ହୋଇଥିବା ଦୁର୍ବ୍ୟବହାରକୁ ସେ କେମିତି ଭଲା ଭୁଲି ପାରିବେ । ୧୯୧୫ରେ ଭାରତ ଫେରିବା ପରେ ନିଜର ପ୍ରତ୍ୟେକ ସଂଘର୍ଷକୁ ସେ ମନେ ପକାଉଥିଲେ । ବାପୁଙ୍କ ସ୍ବାସ୍ଥ୍ୟ ଭଲ ନାହିଁ । ସେ କିଛି କିଛି କ୍ଷଣରେ କାସୁଥିଲେ । ତେବେ ଏହା ତାଙ୍କର ପ୍ରଥମ ଜନ୍ମଦିନ ନଥିଲା ଯେତେବେଳେ ତାଙ୍କ ସ୍ବାସ୍ଥ୍ୟ ଭଲ ନଥିଲା । ନିଜର ୭୫ ତମ ଜନ୍ମଦିନରେ ବାପୁଙ୍କ ସ୍ବାସ୍ଥ୍ୟ ଏପରି ବିଗିଡି ଯାଇଥିଲା ଯେ ତାଙ୍କ ପୁଅଙ୍କୁ ଟେଲିଗ୍ରାମ୍ କରି ଜଣାଇଦିଆଗଲା ଯେ ଯେତେ ଶ୍ରୀଘ୍ର ବାପାଙ୍କ ନିକଟକୁ ଆସିବା ଉଚିତ୍ । କିନ୍ତୁ ବାପୁ ମରିବାକୁ ଚାହୁଁନଥିଲେ । ସେତେବେଳେ ଇଶ୍ବରଙ୍କ ନିକଟରେ ତାଙ୍କ ପ୍ରାର୍ଥନା ଏବଂ ଇଛା କିଛି ଅଲଗା ଥିଲା । କିନ୍ତୁ ଆଜି ବିଲକୁଲ୍ ଅଲଗା । ଦିନ ବଢିବା ସହ ଅନେକ ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାକୁ ଆସୁଥିଲେ । ଏବଂ ଗାନ୍ଧୀଙ୍କୁ ସ୍ବାଧୀନ ଭାରତର ରାଷ୍ଟ୍ରପିତା କହି ସମ୍ବୋଧନ କରୁଥିଲେ।

gandhiiiଗଭର୍ଣ୍ଣର ଜେନେରାଲ୍ ମାଉଣ୍ଟବେଟେନ୍ ନିଜ ପତ୍ନୀଙ୍କ ସହ ଆସିଥିଲେ । ଦେଶର ଉପପ୍ରଧାନମନ୍ତ୍ରୀ ସରଦାର ପଟେଲ୍ ମଧ୍ୟ ସେହି ଲୋକଙ୍କ ମଧ୍ୟରେ ସାମିଲ୍ ଥିଲେ ଯେଉଁମାନେ ସର୍ବପ୍ରଥମେ ଶୁଭକାମନା ଦେବା ପାଇଁ ସକାଳେ ବାପୁଙ୍କ ନିକଟରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ନେହରୁ, ଶିଳ୍ପପତି ଜିଡି ବିରଲା, ରାଜକୁମାରୀ ଅମୃତ କୌର, ମୁସଲମାନ୍ – ଶିଖ୍ ସମ୍ପ୍ରଦାୟର ଶୀର୍ଷ ନେତା ଏବଂ କ୍ୟାବିନେଟର ଅନ୍ୟ ସଦସ୍ୟ ବାପୁଙ୍କୁ ଘେରି ରହିଥିଲେ । ସମସ୍ତେ ବାପୁଙ୍କ ଲମ୍ବା ଜୀବନ ପାଇଁ ପ୍ରାର୍ଥନା କରୁଥିଲେ । କିନ୍ତୁ ବାପୁ ସମସ୍ତଙ୍କ ଶୁଭ କାମନାରେ ଫିକା ପ୍ରତିକ୍ରିୟା ଦେଉଥିଲେ।

Leave A Reply

Your email address will not be published.