ଆପଣ ପକ୍ଷୀ ମାନଙ୍କୁ ବିଦ୍ୟୁତ ତାର ଉପରେ ବସିଥିବାର ଦେଖିଥିବେ। ନିଶ୍ଚୟ ଭାବରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ପକ୍ଷୀମାନେ ବିଦ୍ୟୁତ ତାର ଉପରେ ବସନ୍ତି କାହିଁକି ଏବଂ ପକ୍ଷୀମାନେ ବସିବା ପରେ ମଧ୍ୟ ସେମାନଙ୍କୁ ବିଦ୍ୟୁତ ଆଘାତ କାହିଁକି ଲାଗିନଥାଏ। କିନ୍ତୁ ଏହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନଥିବ।
କାହିଁକି ଲାଗି ନଥାଏ କରେଣ୍ଟ
ଏହା ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ବିଦ୍ୟୁତର ପ୍ରବାହକୁ ବୁଝିବା ଦରକାର। ବିଦ୍ୟୁତ୍ ତାର ମଧ୍ୟରେ ବହୁତ ଇଲେକଟ୍ରନ୍ସ ରହିଥାଏ, ଯାହା ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଗତି କରିଥାଏ। ଯେତେବେଳେ ବିଦ୍ୟୁତ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଯାଇଥାଏ ତେବେ ଏହା ଦ୍ବାରା ବିଦ୍ୟୁତ ପ୍ରବାହ ହୋଇଥାଏ। ବିଦ୍ୟୁତ ତାର କପର କିମ୍ବା ତମ୍ବା ଦ୍ବାରା ତିଆରି ହୋଇଥାଏ।
କଣ ଏହା ପଛର କାରଣ
ବିଦ୍ୟୁତ ପ୍ରବାହର ନିୟମ ହେଉଛି ଯଦି ବିଦ୍ୟୁତ ପ୍ରବାହ ପାଇଁ ଦୁଇଟି ରାସ୍ଥା ତାଏ ତେବେ ତାହା ସବୁବେଳେ ସେହି ରାସ୍ତା ଦେଇ ପ୍ରବାହିତ ହେବ, ଯେଉଁଠି କିଛି ଅବରୋଧ ହେବ ନାହିଁ। ଏଥିପାଇଁ ଯେବେବି ବିଦ୍ୟୁତର ପ୍ରବାହ ହୋଇଥାଏ, ତାହା ତମ୍ବାରେ ହୋଇଥାଏ। ସୂଚନା ଅନୁଯାୟୀ ପକ୍ଷୀଙ୍କ ଶରୀରର କୋଶିକା ତମ୍ବା ତାର ତୁଳନାରେ ଅଧିକ ପ୍ରତିରୋଧ ଉତ୍ପନ୍ନ କରିଥାଏ।