କାହିଁକି ଜାନୁଆରୀ ୧ ନୂଆବର୍ଷ ?

ନୂଆବର୍ଷର ପ୍ରସ୍ତୁତି ଏବେ ସବୁଠି । କିନ୍ତୁ କରୋନା ମହାମାରି ନୂଆବର୍ଷର ଖୁସିକୁ ଫିକା କରିବାରେ ଜମା ବି ପଛରେ ନାହିଁ । ତଥାପି ଲୋକେ ନୂଆବର୍ଷକୁ ସ୍ୱାଗତ କରିବାକୁ ଅପେକ୍ଷା କରିବସିଛନ୍ତି । କିଛି ଲୋକ ନିଜ ପୁରୁଣା ଦିନକୁ ଭୁଲି ବର୍ଷ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ଆଉ କିଛି ସେହି ବର୍ଷର ସୁଖଦୁଖ ସ୍ମୃତିକୁ ସାଥୀରେ ନେଇ ଆଗକୁ ବଢିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା କି କାହିଁକି ଜାନୁଆରୀ ୧କୁ ନୂଆବର୍ଷ ଭାବରେ ମନାଯାଏ ।

ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଜାଣି, କି ପ୍ରଥମେ ନୂଆବର୍ଷ ୧ତାରିଖରେ ହେଉନଥିଲା । ୧ତାରିଖରେ ନୂଆବର୍ଷ ମନାଇବାର ଆରମ୍ଭ ୧୫ ଅକ୍ଟୋବର ୧୫୮୨ରେ ହୋଇଥିଲା । ପ୍ରଥମେ ନୂଆବର୍ଷ କେବେ ୨୫ମାର୍ଚ୍ଚକୁ ତ କେବେ ୨୫ଡିସେମ୍ବରରେ ମନାଯାଉଥିଲା । ରୋମର ରାଜା ନୁମା ପୋନପିଲସ ରୋମାନ କ୍ୟାଲେଣ୍ଡରକୁ ବଦଳାଇଥିଲେ । ଯାହାପରେ ଜାନୁଆରୀ ମାସର ପ୍ରଥମ ମାସ ଭାବରେ ବିବେଚନା କରାଯାଉଥିଲା । ଏହା ପୂର୍ବରୁ ମାର୍ଚ୍ଚକୁ ବର୍ଷର ପ୍ରଥମ ମାସ କୁହାଯାଉଥିଲା । ଜାଣିବା କଣ ଏହାର କାହାଣୀ ।

ମାର୍ଚ୍ଚ ନାମ ମଙ୍ଗଳ ଗ୍ରହ ନାମରେ ରଖାଯାଇଛି । ରୋମର ଲୋକେ ମଙ୍ଗଳଗ୍ରହକୁ ଯୁଦ୍ଧର ଦେବତା ବୋଲି ଭାବନ୍ତି । ସୃଷ୍ଟି ହୋଇଥିବା ପ୍ରଥମ କ୍ୟାଲେଣ୍ଡର ମାତ୍ର ୧୦ମାସ ଥିଲା । ଏହି ପରିପ୍ରେକ୍ଷୀରେ ଗୋଟିଏ ବର୍ଷରେ ୩୧୦ଦିନ ଥିଲା ଏବଂ ୮ଦିନର ଏକ ସପ୍ତାହକୁ ବିଚାର କରାଯାଇଥିଲା । କୁହାଯାଏ ଯେ ରୋମାନ ଶାସକ ଜୁଲିୟସ ସିଜର କ୍ୟାଲେଣ୍ଡର ବଦଳାଇଲେ । ଜାନୁଆରୀ ୧ରେ ସିଜର ହିଁ ନୂତନ ବର୍ଷ ଆରମ୍ଭ କରିଥିଲେ । ଜୁଲିୟସ କ୍ୟାଲେଣ୍ଡର ବଦଳାଇବା ପରେ ବର୍ଷକୁ ୧୨ମାସକୁ ହ୍ରାସ କରାଯାଇଥିଲା । ସେ ଜୋତିର୍ବିଜ୍ଞାନୀଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ଜଣାପଡିଲା ଯେ ପୃଥିବୀ ୩୬୫ଦିନ ଏବଂ ୬ଘଣ୍ଟା ମଧ୍ୟରେ ସୂର୍ଯ୍ୟ ଚାରିପଟେ ଘୁରିବୁଲୁଛି । ଏହାକୁ ଦୃଷ୍ଟିରେ ରଖି ଜୁଲିଆନ କ୍ୟାଲେଣ୍ଡରରେ ବର୍ଷକୁ ୩୬୫ଦିନକୁ ହ୍ରାସ କରାଯାଇଥିଲା ।

ପୋପ ଗ୍ରେଗୋରୀ ୧୫୮୨ ମସିହାରେ ଲ୍ୟାପ ବର୍ଷ ବିଷୟରେ ଜୁଲିଆନ କ୍ୟାଲେଣ୍ଡରରେ ଏକ ଭୂଲ ଆବିଷ୍କାର କରିଥିଲେ । ସେହି ସମୟର ପ୍ରସିଦ୍ଧ ଧାର୍ମିକ ନେତା ସେଣ୍ଟ ବିଡ କହିଛନ୍ତି ଯେ ଗୋଟିଏ ବର୍ଷରେ ୩୬୫ଦିନ ୫ଘଣ୍ଟା ୪୬ସେକେଣ୍ଡ ରହିଛି । ଏହାପରେ ରୋମାନ କ୍ୟାଲେଣ୍ଟର ପରିବର୍ତ୍ତନ କରାଯାଇଥିଲା ଏବଂ ଏକ ନୂତନ କ୍ୟାଲେଣ୍ଡର ସୃଷ୍ଟି ହେଲା । ସେହି ଦିନ ଠାରୁ ଜାନୁଆରୀ ୧ରେ ନୂତନ ବର୍ଷ ପାଳନ କରାଯାଇଥିଲା ।

Leave A Reply

Your email address will not be published.