ସ୍ପେଶାଲ

ଏଠି ବଳିପ୍ରଥା କାହିଁକି ?

ଆଜିକାଲିର ଦୁନିଆରେ ବଳିପ୍ରଥା କଥା ଆପଣ ବିଶ୍ୱାସ କରିବେ କି । ହଁ କରିପାରନ୍ତି । କିନ୍ତୁ ମଣିଷଙ୍କୁ ବଳି ଦିଆଯିବା କଥା କଣ ବିଶ୍ୱାସ କରିବେ । ନାଁ ଏଇଥିପାଇଁ କି ଏବେ ଆଉ ସେ ସମୟ ନାହିଁ, ଯେଉଁଠାରେ ଏଭଲି କିଛି କାଣ୍ଡ ଘଟିପାରିବ । ଯଦି ଜଣେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛି ତେବେ ତାର ସ୍ଥାନ ଖୋଲା ଆକାଶ ତଳେ ନୁହେଁ କାଳ କୋଠରୀର ସେହି ଅନ୍ଧାର ଘର ହିଁ ଠିକଣା ହେବ । ଏକଥା କାହାକୁ ଅଛପା ନାହିଁ । ଏମିତିବି ମଣିଷ ଏବେ ଉଚ୍ଚଶିକ୍ଷିତ । ଏସବୁ କରିବା କେତେ ଯେ ଭୟଙ୍କର ଏବଂ ନିର୍ବୋଧତା ତାହା ସମସ୍ତଙ୍କୁ ଜଣା । କିନ୍ତୁ ଏପରି କଥା ଏବେ ସାମନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ଅବିଶ୍ୱାସ କରିବେ ।

ପେରୁରେ ପିଲାଙ୍କୁ ଦିଆଯାଏ ବଳି । ଏକ ଅନୁସନ୍ଧାନରୁ ଜଣାପଡିଛି ପେରୁରେ ବଳିଦିଆଯାଏ । ଏଠାରେ ଏକ ହଜାର ବର୍ଷ ପୁରୁଣା ମମିର ମୃତଦେହ ମିଳିଛି ଯାହା ଏହାକୁ ବେଶୀ ସତ୍ୟତା ଆଡକୁ ଠେଲି ଦେଉଛି । ଗତ ବର୍ଷ ପେରୁ ରାଜଧାନୀ ଲିମା ସହରର କାଜାମାର୍କିଲାରେ ଏହି ମମି ମିଳିଥିଲା । ଏହି ମମିର ଆବିଷ୍କାର ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଚାଲିଥିଲା । ଏହି ମମିଙ୍କୁ ଭେଟିବା ପରେ ଏହାକୁ ନେଇ ସମଗ୍ର ବିଶ୍ୱରେ ଆଲୋଚନା କରାଯାଇଛି । ଯାହାର କାରଣ ଏହାର ସ୍ଥିତି ବୋଲି ଜଣାପଡିଛି ।

ତେବେ ଜଣାପଡିଥିଲା କି ଏହି ମମି ଜଣେ ପୁରୁଷର ଅଟେ । ଏହା ବ୍ୟତୀତ ଆଶ୍ଚର୍ଯ୍ୟଜନକ କଥା ହେଲା ଏହାର ଆଣ୍ଠୁ ବଙ୍କା ହୋଇଯାଇଥିଲା । ପ୍ରତ୍ନତତ୍ତ୍ୱବିତମାନେ ଏହି ମମିକୁ ଚାବେଲୋ ନାମରେ ନାମିତ କରିଛନ୍ତି । ଏହିପରି ପିଲାଙ୍କର ଅବଶେଷ ମଧ୍ୟ ଏଠାରେ ଦେଖିବାକୁ ମିଳିଛି ଯାହା ଦର୍ଶାଏ ଯେ ସେମାନେ ବଳି ଦାନ କରିଥିଲେ ।

ଏକ ରିପୋର୍ଟ ଅନୁଯାୟୀ ମମି ଆବିଷ୍କାର ସମୟରେ ବିଶ୍ୱାସ କରାଯାଉଥିଲା ଯେ ମୃତ୍ୟୁ ସମୟରେ ପୁରୁଷଙ୍କ ବୟସ ୧୮ରୁ ୨୨ବର୍ଷ ହୋଇଥିବ । କିନ୍ତୁ ଅନୁସନ୍ଧାନରୁ ଏହା ଜଣାପଡିଛି କି ତାଙ୍କ ବୟସ ୩୫ବର୍ଷ । ଯେଉଁଠାରେ ଏହି ମମି ମିଳିଲା ସେଠି ଅନ୍ୟ ୮ ଜଣ ପିଲାର ମୃତଦେହକୁ ଅଖା ଓ ଦଉଡିରେ ଗୁଡାଇ ଦିଆଯାଇଥିବା ଦେଖିବାକୁ ମିଳିଛି । ଯାହା ଜଣାପଡିଛି କି ପିଲାଙ୍କ ମୃତଦେହକୁ ଶେଷ ରିତିନୀତି ପାଇଁ ଅଖା ଭିତରେ ରଖାଯାଇଥିଲା ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମୃତଦେହକୁ ଦେଖିଲେ ବଳିଦିଆୟିବା ପୂର୍ବରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା । କାରଣ ସେମାନଙ୍କର ଅସ୍ଥି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ମମି ଉପରେ ଅନୁସନ୍ଧାନ କରୁଥିବା ନ୍ୟାସନାଲ ୟୁନିଭରସିଟି ଅଫି ସୈନ ମାର୍କୋସ ଅନୁସନ୍ଧାନକାରୀ ଫ୍ରଫେସର ପିଟର ଭାନ ଡାଲେନ କହିଛନ୍ତି ଯେ ମୃତ୍ୟୁ ବିଷୟରେ ଏଣ୍ଡିଆନ ସମ୍ପ୍ରଦାୟର ଲୋକଙ୍କର ଭିନ୍ନ ବିଶ୍ୱାସ ରହିଛି । ଜୀବନ ପ୍ରତି ସେମାନଙ୍କର ଆଭିମୁଖ୍ୟ ଅଲଗା ଅଟେ । ଏହି ସମ୍ପ୍ରଦାୟର ଲୋକମାନେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ସମୟରେ ଭିନ୍ନ ଭାବରେ ସମ୍ମାନ କରୁଥିଲେ । ସେମାନଙ୍କ ରିତିନୀତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।

ଗବେଷକ ପ୍ରଫେସର ପିଟର ୱାନ କହିଛନ୍ତି ଯେ ପେରୁରେ ମିଳିଥିବା ଅବଶିଷ୍ଟାଂଶର ଯାଞ୍ଚକରାଯାଇଛି । ଅବଶିଷ୍ଠାଂଶ ଗୁଡିକର ଡିଏନଏ ପରୀକ୍ଷା କରାଯାଇଥିଲା । ଏବଂ ରୋଡୋ କାର୍ବନ ଡେଟିଂ ସାହାଯ୍ୟରେ ଏହା କେତେ ପୁରୁଣା ତାହା ଜଣାପଡିଥିଲା । ବିଭିନ୍ନ ଅନୁସନ୍ଧାନ ପରେ ଫଳାଫଳ ବାହାରିଲା ଯେଉଁଥିରେ ଅନେକ ଜିନିଷ ଆଶ୍ଚର୍ଯ୍ୟଜନକ ଥିଲା ।

ତେବେ ଯେଉଁ ସହରରେ ମୃତଦେହ ମିଳିଛି ସେହି ସହର ପେରୁର ବାଣିଜ୍ୟର କେନ୍ଦ୍ର ଥିଲା । ଏହି ମମି ଗୁଡିକ ଏହି ଅଞ୍ଚଳରେ ଖଣି ଖନନ ସମୟରେ ମିଳିଛି । ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ ବର୍ତ୍ତମାନ ସେହି ଅଞ୍ଚଳର ମାତ୍ର ଏକ ପ୍ରତିଶତ ଖଣି ଖନନ କରାଯାଇଛି । ତେଣୁ ଆଗକୁ କଣ ହେବ ତାହା ତ ସମୟ କହିବ ।

KNews Bureau

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

11 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

27 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago