କାହିଁକି ଭକ୍ତମାନେ ଶିବରାତ୍ରୀ ଦିନ ରୁହନ୍ତି ଉଜାଗର, ଜାଣନ୍ତୁ ଏହା ପଛର କାରଣ

ସୌର ମଣ୍ଡଳରେ ଆସୁଥିବା ଛୋଟରୁ ଛୋଟ ପରିବର୍ତ୍ତନ ମଣିଷ ଉପରେ ପ୍ରଭାବ ପକାଇ ଥାଏ। ମହାଶିବରାତ୍ରୀ ରାତିରେ କିଛି ଏଭଳି ଘଟେ ଆମ ସୌର ମଣ୍ଡଳରେ ଯାହା ସିଧା ଆମ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ କୁହାଯାଏ ମହା ଶିବରାତ୍ରିରେ ଉଜାଗର ରହିବା ପାଇଁ ।  ଆମେ ସମସ୍ତେ ଭଗବାନ୍ ଏବଂ ବିଜ୍ଞାନକୁ ସମାନ ସମ୍ମାନ ଦେଉ। ମହାଶିରାତ୍ରୀରେ କାହିଁକି ଉଜାଗର ରହିବାକୁ କୁହାଯାଏ ତା ପଛରେ ବିଜ୍ଞାନ ରହିଛି। ମୁନି ଋଷି ମାନେ ଯାହା ପାଳନ କରନ୍ତି ତା ପଛରେ କିଛି ମହତ୍ ଉଦ୍ଦେଶ୍ୟ ଥାଏ।

ମହାଶିରାତ୍ରୀରେ ଆମ ସୌର ମଣ୍ଡଳ ଏବଂ ସୂର୍ଯ୍ୟଙ୍କ ସ୍ଥିତି ଅଲଗା ରହିଥାଏ । ଏହି ଦିନ ଆମ ପୃଥିବୀର ଉର୍ଜ୍ୱା ପ୍ରାକୃତିକ ରୂପରେ ଉପରକୁ ଉଠେ। ହିନ୍ଦୁ ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନ ଆମ ସୌର ମଣ୍ଡଳ ଓ ଆମ ପୃଥିବୀର ଭୌଗୋଳିକ ସ୍ଥିତି ବିଶେଷ ଥାଏ । ଆମେ ସାଧାରଣତଃ ଧ୍ୟାନ କରୁ ଆମ ଶକ୍ତିକୁ ଉପରକୁ ଉଠାଇବା ପାଇଁ । ମହା ଶିବରାତ୍ରିରେ ତାହା ସ୍ଵତଃ ଉପରକୁ ଉଠେ ଏବଂ ଶରୀରର କୁଣ୍ଡଳି ଆକ୍ଟିଭ ହୋଇଯାଏ। ଆପଣଙ୍କ ବୁଦ୍ଧିର ସ୍ତର ବଢିଯାଏ। ଯାହା ଫଳରେ ଆପଣଙ୍କ ଭିତରେ ଜ୍ଞାନ ଉଦୟ ହୁଏ। ଆପଣଙ୍କ ବ୍ରେନ୍ ରେ ଯେତିକି ସେଲସ୍ ଅଛି ସେଥିରୁ ଅଧିକ ଶୋଇ ହୋଇ ରୁହନ୍ତି। ମାନେ ଏହା ମସ୍ତିସ୍କରେ ନିଷ୍କ୍ରିୟ ହୋଇ ପଡ଼ିରୁହେ। ସେଥିପାଇଁ ମସ୍ତିସ୍କର କିଛି ଭାଗ ଜୀବନ ସାରା କିଛି କାମରେ ଆସେନି। ହେଲେ ଯିଏ ନିଜ ଶରୀରର ସିଷ୍ଟମକୁ ଭୁଝିଛି ସେ ଚେଷ୍ଟା କରିଛି ନିଜ ଭିତରର ଶୋଇ ଯାଇଥିବା ଊର୍ଜ୍ଵାକୁ ଆକ୍ଟିଭ କରୀବା ପାଇଁ। ତେଣୁ ଜଣେ ଧ୍ୟାନ କରୁଥିବା ବ୍ୟକ୍ତି ସାଧାରଣ ଲୋକଙ୍କ ଅପେକ୍ଷା ବୁଦ୍ଧିମାନ ହୋଇଥାଏ । ମହା ଶିବରାତ୍ରୀରେ ମାତ୍ର ଗୋଟିଏ ଦିନରେ ଆପଣ ମସ୍ତିସ୍କକୁ ଆକ୍ଟିଭ କରି ପାରିବେ।

ଯଦି ଆପଣ ଏହି ରାତିରେ ସୋଇଯାଆନ୍ତି ଆପଣଙ୍କ ଶରୀରରେ କ୍ଷତି ହୋଇପାରେ। ବିଶେଷ ରୂପରେ ୨୩ବର୍ଷରୁ ଅଧିକ ବୟସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଥାଏ। ସେଥିପାଇଁ କାହିଁ କେଉଁ କାଳରୁ ମହାଶିବରାତ୍ରିରେ ଉତ୍ସବ ପାଳନ କରାଯାଏ। କେବଳ ଲୋକଙ୍କୁ ଉଜାଗର ରଖିବା ପାଇଁ। ଭାରତରେ ପ୍ରତ୍ୟେକ ଦିନ ଏକ ପର୍ବ ପାଳନ କରାଯାଏ। ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ମାସର ସବୁଠୁ ଅନ୍ଧାର ରାତିକୁ ଶିବରାତ୍ରୀ କୁହାଯାଇଥାଏ। ଆପଣ ଜାଣିଛନ୍ତି ବର୍ଷକ ମଧ୍ୟରେ ୧୨ ରୁ ୧୩ଟି ଶିବରାତ୍ରୀ ପଡ଼ିଥାଏ। ମାଘ ମାସରେ ପଡ଼ୁଥିବା ଶିବରାତ୍ରିକୁ ମହା ଶିବରାତ୍ରୀ କୁହାଯାଇଥାଏ। ଯୋଗିକ ପରମ୍ପରାରେ କୁହାଯାଇଛି କେହିବି ଏହି ରାତିରେ ଶୋଇବେ ନାହିଁ। ଏହି ରାତିରେ ଆପଣଙ୍କ ମେରୁଦଣ୍ଡ ସିଧା ରହିବା ଦରକାର। କାରଣ ଊର୍ଜ୍ୱାର ଉପରକୁ ଉଠିବା ଆପଣଙ୍କୁ ଖୁବ୍ ଫାଇଦା ଯୋଗାଇ ପାରିବ। ଏବଂ ଊର୍ଜ୍ଵା ଆପଣଙ୍କ ଶରୀରରେ ଉପର ଭାଗକୁ ଯାଇପାରିବ। ପୁରାଣରେ ଅନେକ କାହାଣୀ ଅଛି ଯାହା ବ୍ୟାଖ୍ୟା କରେ ଏହି ଦିନର ମହତ୍ତ୍ୱ ।

ଧ୍ୟାନ ଦେବେ ବୟସ୍କ, ଶିଶୁ, ଗର୍ଭବତୀ ବା ରୋଗୀ, ଉଜାଗର ରହିବେ ନାହିଁ। କାରଣ ଏ ଅବସ୍ଥାରେ ସେମାନଂକୁ ମସ୍ତିସ୍କ ନୁହେଁ ଶରୀରର ଯତ୍ନ ନେବାକୁ ପଡେ। ହଁ ଆପଣ କୌଣସି ସ୍ଥାନରେ ଦୀପ ଟିଏ ଜାଳି ସିଧା ବସି ପାରିବେ। ଧ୍ୟାନ ଦେବେ ଆପଣଙ୍କ ମେରୁଦଣ୍ଡ ସିଧା ରହିବା ଉଚିତ୍। ଆପଣ ଚାଲିପାରିବେ , ଠିଆ ହୋଇ ପାରିବେ କିନ୍ତୁ ଶୋଇବେ ନାହିଁ। ଘରେ , ବାହାରେ, ମନ୍ଦିରରେ ସବୁଠି ସମାନ ଫଳ ମିଳିବ। ତେବେ ଦର୍ଶକ ବନ୍ଧୁ ଆପଣ ଆଜି କଣ ପ୍ଲାନ୍ କରୁଛନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।